Advertisment

ଢୋଲ ଓ ଥାଳି ବାଡ଼େଇବାକୁ ମହିଳାଙ୍କୁ କହିଲେ ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶର ବାରାଣସୀରେ ବିଜେପି ପକ୍ଷରୁ ଆୟୋଜିତ ମହିଳା ସମାବେଶରେ ମୋଦି ସମ୍ବୋଧନ କରି ଭୋଟିଂ ହାର ବୃଦ୍ଧି କରିବା ପାଇଁ ସେ କହିଛନ୍ତି।

author-image
Hemant Lenka
PM Modi

PM Modi

ବିରୋଧୀଙ୍କୁ ମହିଳା ବିରୋଧୀ ଓ ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ଆଜି ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ବିଜେପି ପକ୍ଷରୁ ଆୟୋଜିତ ମହିଳା ସମାବେଶରେ ମୋଦି ସମ୍ବୋଧନ କରି ଭୋଟିଂ ହାର ବୃଦ୍ଧି କରିବା ପାଇଁ ସେ କହିଛନ୍ତି। ସେ ମହିଳାମାନଙ୍କୁ ପୋଲିଂ ବୁଥକୁ ଯିବା ସମୟରେ ଢୋଲ ଓ ଥାଳି ବାଡ଼େଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

Advertisment

ସେ କହିଛନ୍ତି, “ ଜଣେ ଜଣେ ଭଉଣୀ ଆଉ ୨୫ରୁ ୩୦ ଜଣ ଭଉଣୀଙ୍କୁ ଏକାଠି କରନ୍ତୁ। ଏହାପରେ ରାସ୍ତାରେ ଯିବା ବେଳେ ଢୋଲ ଓ ଥାଳି ବଜାନ୍ତୁ। ଗୀତ ବି ଗାଆନ୍ତୁ। ଯଦି ଦିନ ୧୦ଟା ସୁଦ୍ଧା ଆମେ ଗୋଟିଏ ବୁଥରେ ଏପରି ୨୦/୨୫ ଶୋଭାଯାତ୍ରା ବାହାର କରିଦେବା, ତା’ହେଲେ ଆପଣମାନଙ୍କ ପୋଲିଂ ବୁଥରେ ସବୁଠାରୁ ଅଧିକ ଭୋଟିଂ ପଡ଼ି ଯାଇଥିବ।”

ପ୍ରଧାନମନ୍ତ୍ରୀ ମୋଦି ଦାବି କରିଛନ୍ତି ଯେ କଂଗ୍ରେସ ସଂରକ୍ଷଣ ବିରୋଧୀ। ସେହିପରି କଂଗ୍ରେସର ସହଯୋଗୀ ସମାଜବାଦୀ ପାର୍ଟି ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିପର୍ଯ୍ୟୟ କରିଛି। ମୋଦି କହିଛନ୍ତି, “ଯଦି କିଛି ଅଘଟଣ ଘଟିବ, ତା’ହେଲେ ସପା କହିବ ପିଲାମାନେ ଭୁଲ କରନ୍ତି। ଏବେ ପିଲାମାନେ ଯୋଗୀ ଆଦିତ୍ୟନାଥଙ୍କ ସମୟରେ ଭୁଲ କରନ୍ତୁ, ସେମାନେ ଉଚିତ ଜବାବ ପାଇବେ।

Advertisment

ଇଣ୍ଡି ମେଣ୍ଟର ମାନସିକତା ମହିଳା ବିରୋଧୀ। ଇଣ୍ଡି ମେଣ୍ଟ ମହିଳା ସଂରକ୍ଷଣ ବିରୋଧୀ। ଯେଉଁଠି ବି ସେମାନଙ୍କ ସରକାର ଆସୁଛି, ସେଠାରେ ମହିଳାଙ୍କ ଜୀବନ ଦୁର୍ବିସହ ହେଉଛି। ୟୁପି ଓ ବିହାରର ଜଙ୍ଗଲରାଜ ସମ୍ପର୍କରେ ବନାରସର ଲୋକମାନେ ବେଶ ପରିଚିତ। ଆମ ଝିଅ ଓ ଭଉଣୀମାନେ ଘରୁ ଗୋଡ଼ କାଢ଼ିବାକୁ ଡରୁଥିଲେ। ସୁରକ୍ଷା ଦୃଷ୍ଟିରୁ ଝିଅମାନେ ପାଠ ପଢ଼ିବା ଅନ୍ଧାରୁ ବନ୍ଦ କରି ଦେଉଥିଲେ।

ପ୍ରଥମଥର ପାଇଁ ଏମିତି ଏକ ସରକାର ଗଠନ ହୋଇଛି ଯିଏ ମହିଳାଙ୍କ ମର୍ଯ୍ୟାଦା କଥା ଚିନ୍ତା କରୁଛନ୍ତି। ସେମାନଙ୍କୁ ସମ୍ମାନ ଦେଉଛନ୍ତି। ସେମାନଙ୍କୁ ଟଏଲେଟ ଦିଆଯାଇଛି। ମୋଦି ଗରିବ ମହିଳାଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। ଲକ୍ଷାଧିକ ପିଏମ ଆବାସ ମହିଳାଙ୍କ ନାଁରେ ପଞ୍ଜିକୃତ ହୋଇଛି।”

PM Modi Lok Sabha Election 2024