Advertisment

ଜି-୨୦ ସମ୍ମିଟ୍: ୧୫ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି

ଜି-୨୦ ଶିଖର ସମ୍ମିଳନୀରେ ୧୫ରୁ ଅଧିକ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Debibandita Barick
ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

ଆସନ୍ତାକାଲିଠାରୁ ଦୁଇ ଦିନ ଧରି ବିଶ୍ୱର ବହୁ ଶୀର୍ଷ ନେତାଙ୍କୁ ନେଇ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ପ୍ରଥମ କରି ଭାରତ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରୁଛି। ଏଥିପାଇଁ ଦିଲ୍ଲୀରେ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ରୁ ଅଧିକ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।

Advertisment

ଆଜି ପ୍ରଧାନମନ୍ତ୍ରୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବେ ବୋଲି ପୂର୍ବରୁ ପ୍ରକାଶ ପାଇଥିଲା। କିନ୍ତୁ ସେ ବାଇଡେନଙ୍କ ସମେତ ଅନ୍ୟ ୧୫ ରାଷ୍ଟ୍ର ଶୀର୍ଷ ନେତାଙ୍କ ସହ ଆଲୋଚନା ବି କରିବେ। ମରିସସ୍, ବାଂଲାଦେଶ, ବ୍ରିଟେନ, ଜାପାନ, ଜର୍ମାନୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସହ ପୃଥକ ପୃଥକ ଭାବେ ଦ୍ୱିପାକ୍ଷିକ ଆଲୋଚନା କରିବେ।

ସେହିପରି ସେପ୍ଟେମ୍ବର ୧୦ରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନଙ୍କ ସହ ମଧ୍ୟାହ୍ନ ଭୋଜନରେ ଯୋଗଦେବେ। ଏହି ସମୟରେ ଦୁଇ ଦେଶର ଉନ୍ନତି-ପ୍ରଗତି ନେଇ ଆଲୋଚନା କରିବେ ଦୁଇ ଦେଶର ଶୀର୍ଷ ନେତା। ଏହା ବାଦ୍ କାନାଡ଼ା ଶୀର୍ଷ ନେତାଙ୍କ ସହ ପୃଥକ ବୈଠକ କରିବେ ଏବଂ କୋମୋରୋସ୍, ତୁର୍କୀ, ସଂଯୁକ୍ତ ଆରବ ଏମିରେଟ୍ସ, ଦକ୍ଷିଣ କୋରିଆ, ୟୁରୋପୀୟ ୟୁନିଅନ୍/ୟୁରୋପୀୟ ପରିଷଦ, ବ୍ରାଜିଲ ଏବଂ ନାଇଜେରିଆ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି।

Advertisment

ଆସନ୍ତାକାଲିଠାରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଦୁଇ ଦିନ ଧରି ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବହୁ ନେତା ଦିଲ୍ଲୀରେ ପହଞ୍ଚିବେ। ପୂର୍ବାହ୍ନ ସୁଦ୍ଧା ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ଆର୍ଜେଣ୍ଟିନା ରାଷ୍ଟ୍ରପତି ଅଲବେର୍ଟୋ ଏଞ୍ଜେଲ ଆସି ପହଞ୍ଚି ସାରିଛନ୍ତି। ଅପରାହ୍ନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ଅନ୍ୟ ନେତାମାନେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।