Advertisment

୧୦ରେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ

୧୦ ଓ ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶାରେ କାର୍ଯ୍ୟକ୍ରମ ରହିଛି।

author-image
Jitendra Garnayak
undefined

PM Narendra Modi

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ପୁଣି ଏଠାକୁ ଆସିବେ। ୧୦ ଓ ୧୧ରେ ତାଙ୍କର ଓଡ଼ିଶାରେ କାର୍ଯ୍ୟକ୍ରମ ରହିଛି। ୧୦ ତାରିଖରେ ସେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବେ। ୧୧ ତାରିଖରେ ସେ ବଲାଙ୍ଗିରରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Advertisment

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ। ରାତିରେ ରାଜଭବନରେ ରହିବେ। ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରିବେ। କେନ୍ଦ୍ରର ଜନହିତକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୁଲିସ। ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ। ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ମୋଦିଙ୍କ ଗସ୍ତ ବେଳେ ‘ନୋ ଡ୍ରୋନ୍ ଫ୍ଲାଇଂ’ ଜୋନ୍ କରାଯିବ। ଆଜି ସନ୍ଧ୍ୟାରେ କାରକେଡ୍ ରିହର୍ସାଲ କରାଯିବ। 

Advertisment
Narendra Modi PM Modi 2024 General Election Loka Sabha Election 2024