Advertisment

‘ନନ ଭେଜ ଖାଦ୍ୟ’ ଓ ମୋଦି ବନାମ ବିରୋଧୀ

ତେଜସ୍ୱୀ, ତାଙ୍କ ବାପା ଲାଲୁ ପ୍ରସାଦ ଯାଦବ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଗଲ ଯୁଗର ବିଚାରଧାରାକୁ ଏଠାରେ ପ୍ରଦର୍ଶନ କରୁଥିବା ମୋଦି ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ନିର୍ବାଚନ ପ୍ରଚାର ବେଳେ ଆରଜେଡି ନେତା ହେଲିକପ୍ଟରରେ ବସି ମାଛ ଖାଇବା ଓ ଏହାର ଭିଡିଓ ସମସ୍ତଙ୍କୁ ଦେଖାବା ଘଟଣାକୁ ନେଇ ରାଜନୀତିକ ବାକଯୁଦ୍ଧ ତୀବ୍ର ହୋଇଛି। ତେଜସ୍ୱୀ ମାଛ ଖାଇବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ତେଜସ୍ୱୀ, ତାଙ୍କ ବାପା ଲାଲୁ ପ୍ରସାଦ ଯାଦବ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଗଲ ଯୁଗର ବିଚାରଧାରାକୁ ଏଠାରେ ପ୍ରଦର୍ଶନ କରୁଥିବା ମୋଦି ଅଭିଯୋଗ କରିଛନ୍ତି।

ବିରୋଧୀ ତୁଷ୍ଟୀକରଣ ରାଜନୀତି ଓ ଏକ ନିର୍ଦ୍ଦିଷ୍ଟ ଭୋଟ ବ୍ୟାଙ୍କ ପଛରେ ଦୌଡ଼ୁଥିବା କଥା ଦାବି କରି ମୋଦି କହିଛନ୍ତି ଯେ ଏପରି ଭିଡିଓ ଜାରି କରି ହିନ୍ଦୁମାନଙ୍କୁ ଚିଡ଼ାଇବାକୁ ଚେଷ୍ଟା କରାଯାଇଛି। କାରଣ ଭାରତର ଅଧିକାଂଶ ହିନ୍ଦୁଙ୍କ ପାଇଁ ବର୍ତ୍ତମାନର ସମୟ ବେଶ ପବିତ୍ର ଓ ସ୍ୱତନ୍ତ୍ର ବୋଲି ମୋଦି କହିଛନ୍ତି।

Advertisment

ବିଜେପି ଓ ମୋଦିଙ୍କ କହିବା କଥା ଯେ ତେଜସ୍ୱୀ ନବରାତ୍ରୀ ଚାଲିଥିବା ବେଳେ ଜାଣିଶୁଣି ମାଛ ଖାଇ ଏହାର ଭିଡିଓ ପୋଷ୍ଟ କରିଛନ୍ତି। କିନ୍ତୁ ତେଜସ୍ୱୀ ଏହାକୁ କାଉଣ୍ଟର କରିଛନ୍ତି। ସେ କହିଛନ୍ତି ଯେ ନବରାତ୍ରୀର ଦିନକ ପୂର୍ବରୁ ଭିଡିଓ ଶୁଟ ହୋଇଥିଲା।

ସେ କେବଳ ବିଜେପି ଓ ଗୋଦି ମିଡିଆ ଅନୁଗାମୀଙ୍କ ଆଇକ୍ୟୁ ଟେଷ୍ଟ କରିବାକୁ ଏପରି ଭିଡିଓ ପୋଷ୍ଟ କରିଥିଲେ। ବିଜେପିର ରାଜନୀତି କେବଳ ଲୋକମାନେ କ’ଣ ଖାଇଲେ ଓ କ’ଣ ପିନ୍ଧିଲେ, ତା’ର ଉପରେ ପର୍ଯ୍ୟବେସିତ। କାରଣ ବିଜେପି ସରକାର ଲୋକମାନଙ୍କ ପାଇଁ କିଛି କରି ନଥିବା ତେଜସ୍ୱୀ କହିଥିଲେ।

ତେବେ ଉକ୍ତ ନନ ଭେଜ ଖାଦ୍ୟର ଭିଡିଓକୁ ଆଜି ମୋଦି ଜମ୍ମୁ-କଶ୍ମୀରର ଉଦ୍ଧମପୁରରେ ଆୟୋଜିତ ରାଲିରେ ମୁଖ୍ୟ ପ୍ରସଙ୍ଗ କରିଛନ୍ତି। ଏଥିସହ ସେପ୍ଟେମ୍ବର ମାସରେ ଲାଲୁ ଓ ରାହୁଲ ମଟନ ରାନ୍ଧିବା ବେଳର କଥା ମଧ୍ୟ ଉଠାଇଛନ୍ତି।

ସେ କହିଛନ୍ତି, “କଂଗ୍ରେସ ଓ ଇଣ୍ଡି ମେଣ୍ଟ ଦେଶର ସର୍ବବୃହତ୍ତ ଜନସଂଖ୍ୟାର ଭାବନାକୁ ଖାତିର କରନ୍ତି ନାହିଁ। ଶ୍ରାବଣ ମାସରେ ସେମାନେ ଜଣେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ଘରକୁ ଯାଇଥିଲେ ଓ ମଟନ ରାନ୍ଧିଥିଲେ। କେବଳ ସେତିକି ନୁହେଁ, ସେମାନେ ଭିଡିଓ ପୋଷ୍ଟ କରି ଦେଶର ଲୋକଙ୍କୁ ଚିଡ଼ାଇ ଥିଲେ।

ଆଇନ କାହାକୁ ବି କୌଣସି ଖାଦ୍ୟ ଖାଇବାକୁ ବାରଣ କରୁ ନାହିଁ। ମୋଦି ମଧ୍ୟ ସେମିତି ନିୟମ କରିନାହାନ୍ତି। କିନ୍ତୁ ସେମାନଙ୍କ ଉଦ୍ଦେଶ୍ୟ କିଛି ଭିନ୍ନ। ଯେତେବେଳେ ମୋଗଲମାନେ ଆକ୍ରମଣ କରିଥିଲେ ସେମାନେ କେବଳ ରାଜାମାନଙ୍କୁ ପରାଜିତ କରି ସନ୍ତୁଷ୍ଟ ହୋଇ ନଥିଲେ।

ମନ୍ଦିରଗୁଡ଼ିକୁ ଧ୍ୱଂସ ନ କରିବା ଯାଏ ସେମାନଙ୍କୁ ଶାନ୍ତି ମିଳି ନଥିଲା। ସେମାନେ ମନ୍ଦିର ଭାଙ୍ଗିବା ଘଟଣାକୁ ଉପଭୋଗ କରୁଥିଲେ। ସମାନ ଢଙ୍ଗରେ ସେମାନେ (ବିରୋଧୀ) ଶ୍ରାବଣ ମାସରେ ଭିଡିଓ ଅପଲୋଡ କରି ମୋଗଲ ମାନସିକତାକୁ ପ୍ରଦର୍ଶିତ କରିଛନ୍ତି। ସେମାନେ ଲୋକଙ୍କୁ ଚିଡ଼ାଇବାକୁ ଚେଷ୍ଟା କରିଛନ୍ତି ଓ ନିଜର ଭୋଟ ବ୍ୟାଙ୍କୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି।”

ତେଜସ୍ୱୀ ଯାଦବଙ୍କ ନାଁ ନ ନେଇ ମୋଦି ତାଙ୍କୁ ମଧ୍ୟ ଜୋରଦାର ଢଙ୍ଗରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଲୋକଙ୍କ ଭାବାବେଗକୁ ଆଘାତ ଦେଇ ଆପଣ (ତେଜସ୍ୱୀ) କାହାକୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି? ମୁଁ ଜାଣିଛି ଏବେ ସେମାନେ ଏପରି କଥା ପାଇଁ ମୋତେ ଦୁର୍ବ୍ୟବହାର କରିବେ। କିନ୍ତୁ ସୀମା ଅତିକ୍ରମ କରିଗଲେ, ଗଣତନ୍ତ୍ରରେ ମୋର ଦାୟିତ୍ୱ ହେଲା ଲୋକଙ୍କୁ ସବୁ କଥା ଜଣାଇବା। ମୁଁ ମୋର କର୍ତ୍ତବ୍ୟ କରୁଛି।

ସେମାନେ ଜାଣିଶୁଣି ଦେଶର ଆସ୍ଥା ଓ ବିଶ୍ୱାସକୁ ଆଘାତ ଦେବାକୁ ଚାହିଁଛନ୍ତି। ସେମାନେ ତୁଷ୍ଟୀକରଣର ସବୁ ସୀମା ଟପି ଯାଇଛନ୍ତି। ସେମାନେ ମୋଗଲ ବିଚାରଧାରାରେ ବିଶ୍ୱାସ କରନ୍ତି ବୋଲି ପ୍ରମାଣିତ କରିଛନ୍ତି।”

ଅନ୍ୟପକ୍ଷରେ ମୋଦିଙ୍କ ଏପରି ଜୋରଦାର ଆଟାକର ଜବାବ ତେଜସ୍ୱୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନ ନେଇ ସେ କହିଛନ୍ତି, “ସେମାନେ ବିହାରର ମୁଖ୍ୟ ପ୍ରସଙ୍ଗ ବିଷୟରେ କହୁ ନାହାନ୍ତି। ସେମାନେ ରାଜ୍ୟରୁ ବାହାରକୁ କାମ କରିବାକୁ ଯାଉଥିବା ଲୋକଙ୍କୁ କେମିତି ଅଟକାଇବେ କିମ୍ବା ଆସନ୍ତା ୫ ବର୍ଷ ସେ କ’ଣ ସବୁ କରିବେ, ସେକଥା କହୁ ନାହାନ୍ତି।

ଅବଶ୍ୟ ସେମାନେ କ’ଣ କହିବେ? କାରଣ କେନ୍ଦ୍ରରେ ୧୦ ବର୍ଷ ଓ ଏଠାରେ ୧୭ ବର୍ଷ ଶାସନ କରି ସେମାନେ କିଛି ବି କରି ନାହାନ୍ତି। ସେମାନେ କେବଳ ଲୋକମାନେ କ’ଣ ଖାଇଲେ ଓ କ’ଣ ପିନ୍ଧିଲେ, ସେକଥା କହିବେ। ସେମାନଙ୍କ ରାଜନୀତି ଏତିକିରେ ସୀମିତ।”

Tejashwi Yadav PM Modi Rahul Gandhi Lalu Prasad Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe