Advertisment

Winter Session of Parliament: ବିରୋଧୀଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ ମୋଦି, କଡ଼ା ଜବାବ ଦେଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା

ଆଜି ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏହା ଡିସେମ୍ବର ୧୯ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିଛି। ସରକାର ୧୩ଟି ବିଲ ଉପସ୍ଥାପନ କରିବା ଲକ୍ଷ୍ୟରେ ଥିବା ବେଳେ ବିରୋଧୀ ଏସ୍‌ଆଇଆରକୁ ପ୍ରମୁଖ ପ୍ରସଙ୍ଗ କରିବେ ବୋଲି ଜଣାପଡ଼ିଛି।

author-image
Hemant Lenka
PM-Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା

ସଂସଦର ଶୀତ ଅଧିବେଶନ(Winter Session of Parliament) ଆରମ୍ଭ ହେବା ପୂର୍ବରୁ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିହାର ନିର୍ବାଚନର ପରାଜୟକୁ କିଛି ବିରୋଧୀ ହଜମ କରିପାରୁ ନାହାନ୍ତି। ଆଶା ସଂସଦ ସେମାନଙ୍କ ପାଇଁ ଏହି ହତାଶକୁ ଉପସ୍ଥାପନ କରିବାର ସ୍ଥାନ ବନିବ ନାହିଁ ବୋଲି ସେ କହିଛନ୍ତି।

Advertisment

ସଂସଦ ଅଧିବେଶନ ଆରମ୍ଭ ହେବାରୁ ନିଜର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି(PM Modi) କହିଛନ୍ତି ଯେ ସେ ବିରୋଧୀଙ୍କୁ କେମିତି ପ୍ରଦର୍ଶନ କରିବାକୁ ପଡ଼େ ବା କାମ କରିବାକୁ ହୁଏ, ତା’ର ପରାମର୍ଶ ଦେବାକୁ ରାଜି ଅଛନ୍ତି। କିନ୍ତୁ ସେମାନଙ୍କୁ ଶୀତ ଅଧିବେଶନ ସମୟରେ ଉଭୟ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି ନ କରନ୍ତୁ।

ବିହାର ନିର୍ବାଚନରେ ପ୍ରବଳ ମତଦାନ ଓ ମହିଳାଙ୍କ ଭାଗିଦାରୀ ଆଶା ଏବଂ ବିଶ୍ୱାସ ସୃଷ୍ଟି କରିଛି। ପୂରା ଦୁନିଆ ଏହାକୁ ଧ୍ୟାନର ସହ ଦେଖୁଛି। ଗଣତନ୍ତ୍ର ପରିଣାମ ବା ଡେଲିଭରୀ କରିପାରେ ବୋଲି ଭାରତ ପ୍ରମାଣ କରି ଦେଖାଇଛି। ଦେଶ କେଉଁ ଦିଗରେ ଯିବ ତା’ ଉପରେ ସଂସଦ ଧ୍ୟାନ କେନ୍ଦ୍ରିତ କରିବା କଥା ବୋଲି ସେ ପରାମର୍ଶ ଦେଇଛନ୍ତି। 

Advertisment

କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ “ବିରୋଧୀଙ୍କୁ ସେମାନଙ୍କ କର୍ତ୍ତବ୍ୟ ସଂପାଦନ କରିବା ଉଚିତ। ସେମାନେ ପ୍ରମୁଖ ପ୍ରସଙ୍ଗ ଉଠାଇବା କଥା। ସେମାନଙ୍କୁ ହାରିବା ନିରାଶରୁ ବାହାରକୁ ଆସିବା ଦରକାର। କିନ୍ତୁ ଦୁର୍ଭାଗ୍ୟରକଥା ହେଉଛି ଯେ କିଛି ଦଳ ଏଯାଏ ହାରିବାକୁ ହଜମ କରିପାରୁ ନାହାନ୍ତି। ସଂସଦକୁ କେବେ ହେଲେ ନିର୍ବାଚନ ହାରିବା ଆକ୍ରୋଶର ମୈଦନା କିମ୍ବା ଅହଂକାଣ ପ୍ରଦର୍ଶନର ସ୍ଥାନ ଭାବେ ବିବେଚନା କରିବା କଥା ନୁହେଁ।

ସବୁ ଦଳର ଯୁବ ସାଂସଦମାନଙ୍କୁ ସଂସଦରେ ନିଜର ପ୍ରସଙ୍ଗ ଉପସ୍ଥାପନ କରିବାର ସୁଯୋଗ ଦିଆଯିବା ଉଚିତ। ଡ୍ରାମା ପାଇଁ ଅନେକ ସ୍ଥାନ ରହିଛି। ଯେଉଁମାନେ ଡ୍ରାମା କରିବାକୁ ଚାହୁଁଛନ୍ତି ସେମାନେ କରିପାରିବେ। କିନ୍ତୁ ଏଠାରେ(ସଂସଦ) ଡ୍ରାମା କରିବା କଥା ନୁହେଁ। ସଂସଦରେ କାମ କରିବା ଦରକାର।” 

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ସମାଲୋଚନାର କଡ଼ା ଜବାବ ଦେଇଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ (Priyanka Gandhi Vadra) କହିଛନ୍ତି ଯେ “ଏସ୍‌ଆଇଆର ଓ ବାୟୁ ପ୍ରଦୂଷଣ ସବୁଠାରୁ ବଡ଼ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ଆଲୋଚନା କରାଯାଉ। ସଂସଦ କ’ଣ ପାଇଁ ଅଛି? ଏହା ଡ୍ରାମା ନୁହେଁ। ପ୍ରସଙ୍ଗ ଉଠାଇବା ଓ ସ୍ୱର ଉତ୍ତୋଳନ କରିବା ଡ୍ରାମା ନୁହେଁ।” 

ଆଜି ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏହା ଡିସେମ୍ବର ୧୯ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିଛି। ସରକାର ୧୩ଟି ବିଲ ଉପସ୍ଥାପନ କରିବା ଲକ୍ଷ୍ୟରେ ଥିବା ବେଳେ ବିରୋଧୀ ଏସ୍‌ଆଇଆରକୁ ପ୍ରମୁଖ ପ୍ରସଙ୍ଗ କରିବେ ବୋଲି ଜଣାପଡ଼ିଛି।

PM Modi Priyanka Gandhi Vadra Winter Session Of Parliament