Advertisment

ନିର୍ବାଚନୀ ବଣ୍ଡ: ପ୍ରଥମଥର ପାଇଁ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି

ନିର୍ବାଚନୀ ବଣ୍ଡ ଉଚ୍ଛେଦ ହେବାରୁ ଯେଉଁମାନେ ଆଜି ନାଚୁଛନ୍ତି ଓ ଏହାର ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି, ସେମାନେ ଖୁବଶୀଘ୍ର ଏନେଇ ଅନୁତାପ କରିବେ ବୋଲି ସେ କହିଛନ୍ତି।

PM Modi

PM Modi

Advertisment

ଅସାମ୍ବିଧାନିକ ବିବେଚିତ ହୋଇଥିବା ନିର୍ବାଚନୀ ବଣ୍ଡକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଦେବାକୁ ୨୦୧୭ରେ ଲାଗୁ ହୋଇଥିବା ନିର୍ବାଚନୀ ବଣ୍ଡକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଥିଲେ।

Advertisment

ଏହାକୁ ନେଇ ବିରୋଧୀ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ତେବେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବଡ଼ କଥା କହିଛନ୍ତି। ନିର୍ବାଚନୀ ବଣ୍ଡ ଉଚ୍ଛେଦ ହେବାରୁ ଯେଉଁମାନେ ଆଜି ନାଚୁଛନ୍ତି ଓ ଏହାର ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି, ସେମାନେ ଖୁବଶୀଘ୍ର ଏନେଇ ଅନୁତାପ କରିବେ ବୋଲି ସେ କହିଛନ୍ତି।

ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହି କେନ୍ଦ୍ର ସରକାରଙ୍କୁ ଝଟକା ଦେଇଥିବା ଚର୍ଚ୍ଚାକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଖଣ୍ଡନ କରିଛନ୍ତି। ନିକଟରେ ଗୋଟିଏ ତାମିଲ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି, ଆମେ ଏମିତି କ’ଣ କରିଥିଲୁ ଯେ ଏହା ଆମ ପାଇଁ ଝଟକା ସଦୃଶ ହେବ? ମୋର ବିଶ୍ୱାସ ଓ ମୁଁ ନିଶ୍ଚିତ ଯେ ଆଜି ଯେଉଁମାନେ ଏହାକୁ ନେଇ ଉତ୍ସବ ମନାଉଛନ୍ତି ଓ ସବୁ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ଖୁବଶୀଘ୍ର ଅନୁତାପ କରିବେ।

Advertisment

ଯଦି ଆଜି ଚର୍ଚ୍ଚା ବା ଟ୍ରାଏଲ ହେଉଛି, ଏହାର କାରଣ ହେଉଛି ବଣ୍ଡର ଉପସ୍ଥିତି। ୨୦୧୪ ପୂର୍ବରୁ କୌଣସି ଏଜେନ୍ସି ପାଣ୍ଠିର ଉତ୍ସ ଓ ଚାନ୍ଦାଦାତାଙ୍କ ସମ୍ପର୍କରେ ଖୁଲାସା କରିପାରୁ ଥିଲା କି ବୋଲି ମୋଦି ଓଲଟା ପ୍ରଶ୍ନ କରିଛନ୍ତି। ଏଥିସହ କୌଣସି ବ୍ୟବସ୍ଥା ପୂରା ଠିକ ନୁହେଁ। ସବୁକିଛିରେ ସମୟକ୍ରମେ ସୁଧାର ଆସିଥାଏ ବୋଲି ମୋଦି କହିଛନ୍ତି।

ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ ହେବା ପରେ କଂଗ୍ରେସ ଠାରୁ ଆରମ୍ଭ କରି ବିରୋଧୀ ଦଳଗୁଡ଼ିକ ବିଜେପିକୁ ଟାର୍ଗେଟ କରି ଚାଲିଛନ୍ତି। ବିଭିନ୍ନ ସଂସ୍ଥାଗୁଡ଼ିକ ଠାରୁ ଟଙ୍କା ଲୁଟ କରିବା ପାଇଁ ଏହା ଏକ ମାଧ୍ୟମ ବୋଲି ବିରୋଧୀ କହୁଛନ୍ତି।

PM Modi Electoral Bonds Scheme Electoral Bonds Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe