Advertisment

ବିଜେଡି ବିଧାୟକ ଓ ତାଙ୍କ ଝିଅଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ, ଥାନାରେ ଏତଲା

ନିଜେ ବିଧାୟକ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
 MLA Srikant Sahu

MLA Srikant Sahu

ସୋଶାଲ ମିଡ଼ିଆରେ ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର ଚାଟିଂକୁ ନେଇ ଥାନାରେ ଏତଲା ହୋଇଛି। ନିଜେ ବିଧାୟକ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି।

Advertisment

ସଂଯୁକ୍ତା ମହଲା ନାମକ ଜଣେ ମହିଳା ଓ ବିକାଶ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଛନ୍ତି ବିଧାୟକ। ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଏନେଇ ବିଧାୟକ ଶ୍ରୀକାନ୍ତ ସାହୁ କିମ୍ବା ପୁଲିସର  ପ୍ରତିକ୍ରିୟା ମିଳିପାରିନାହିଁl ବିଧାୟକ ଏହି ଏତଲା ୧୬ ତାରିଖରେ ଦେଇଥିବା ଜଣାପଡ଼ିଛି। 

ତେବେ ବିଜୁ ଜନତା ଦଳର ନାରୀ ନେତ୍ରୀ ସଂଯୁକ୍ତା ମହଲା କିଛି ମାସ ପୂର୍ବେ ବିଧାୟକ ଶ୍ରୀକାନ୍ତଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ବିଧାୟକ ତାଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ। ହେଲେ ସେ ମହିଳା ଥାନାରେ ସେ ଉପଯୁକ୍ତ ନ୍ୟାୟ ପାଇନଥିଲେ। ପରେ ସଂଯୁକ୍ତା ଉଚ୍ଚ ନ୍ୟାୟାଳୟରେ ଅପିଲ କରିଛନ୍ତି। 

Advertisment

ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଏତଲା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସଂଯୁକ୍ତା ମହଲା। ସେ କହିଛନ୍ତି, ମୋତେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରି ଫସାଯାଇଛି। ବିକାଶ ବେହେରା କିଏ ମୁଁ ଜାଣିନି କି ଚିହ୍ନି ନହିଁ। ଅନେକ ଦିନ ତଳେ ବିକାଶଙ୍କ ସହ ଚାଟିଂ କରିଥିଲି। ମୋର କେବଳ ଏତିକି ଭୁଲ୍ ଯେ ମୁଁ ମୋ ଫୋନ୍‌ ନମ୍ବର ଦେଇଛି। ତା’ ପରେ ବିକାଶ ମୋତେ କେବେ ଫୋନ୍‌ କରିନାହିଁ।

ସଂଯୁକ୍ତା ଆହୁରି କହିଛନ୍ତି, ବିକାଶ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ଶ୍ରୀକାନ୍ତ ସାହୁ ଚକ୍ରାନ୍ତ କରିଛନ୍ତି। ମୋତେ ଚକ୍ରାନ୍ତ କରି ଶ୍ରୀକାନ୍ତ ସାହୁ ଫସାଇବାକୁ ଚେଷ୍ଟା କରୁଛନ୍ତି। ମୁଁ ବିଧାୟକଙ୍କ ନାଁରେ ଏତଲା କରିଥିଲି। କିନ୍ତୁ ଏଯାଏ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

BjD MLA Srikant Sahu