Advertisment

ବିଜେପିର ତାମିଲନାଡୁ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ

ଆନ୍ନାମଲାଇ ରାତି ୧୦ଟା ପରେ ମଧ୍ୟ ପ୍ରଚାର କରୁଥିବାରୁ ଏହାକୁ ଡିଏମକେ ଓ ବାମପନ୍ଥୀ ଦଳ ପକ୍ଷରୁ ବିରୋଧ କରାଯାଇଥିଲା। ଏହାପରେ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

BJP

BJP

Advertisment

ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ଅଡ଼ୁଆ ବଢ଼ିଛି। ଆନ୍ନାମଲାଇଙ୍କୁ ବିଜେପି କୋଏମ୍ବାଟୁରରୁ ପ୍ରାର୍ଥୀ କରିଛି। ସେ ଧାର୍ଯ୍ୟ ସମୟ ରାତି ୧୦ଟା ପରେ ମଧ୍ୟ ପ୍ରଚାର କରୁଥିବାରୁ ପୁଲିସ୍‌ ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫାରେ ମାମଲା କରିଛି।

Advertisment

ବେଆଇନ ଭାବେ ଏକାଠି ହେବା, ସର୍ବସାଧାରଣ ସ୍ଥାନରେ ଭିଡ଼ ଜମାଇବା ଓ ବେଆଇନ ଭାବେ ପ୍ରଚାର କରିବା ଆଦି ଦଫାରେ ତାଙ୍କ ବିରୋଧରେ ଏଫଆଇଆର ହୋଇଛି।

ଆନ୍ନାମଲାଇ ରାତି ୧୦ଟା ପରେ ମଧ୍ୟ ପ୍ରଚାର କରୁଥିବାରୁ ଏହାକୁ ଡିଏମକେ ଓ ବାମପନ୍ଥୀ ଦଳ ପକ୍ଷରୁ ବିରୋଧ କରାଯାଇଥିଲା। ଏହାପରେ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ୧୪୩, ୩୪୧ ଓ ୨୯୦ ଦଫା ଅନୁସାରେ ମାମଲା ରୁଜୁ ହୋଇଛି। ସେହିପରି ଡିଏମକେର ନେତା ଓ କର୍ମୀଙ୍କ ସହ ଗଣ୍ଡଗୋଳ କରିବା ଘଟଣାରେ ମଧ୍ୟ ଆନ୍ନାମଲାଇଙ୍କ ବିରୋଧରେ ଗୋଟିଏ ଏଫଆଇଆର ଦିଆଯାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଡିଏମକେ ମୁଖପାତ୍ର ଏ ଶ୍ରବଣା କହିଛନ୍ତି, “ଆନ୍ନାମଲାଇ ହିଂସା ଓ ଦଙ୍ଗା ଦୃଷ୍ଟି କରିବାକୁ ଚାହୁଁଛନ୍ତି। ହାରିବା ଭୟରେ ସେ ଏପରି କରୁଛନ୍ତି। ଅଂହକାର ବିଷୟରେ କହୁଥିବା ପ୍ରଧାନମନ୍ତ୍ରୀ ଏବେ ଆନ୍ନାମଲାଇଙ୍କୁ ଜ୍ଞାନ ଦେବା ଦରକାର।”

ଏହା ଉପରେ ଜବାବ ଦେଇ ଆନ୍ନାମଲାଇ କହିଛନ୍ତି ଯେ ସେ କୌଣସି ପ୍ରକାରର ଭୁଲ କରି ନାହାନ୍ତି। ସେ କହିଛନ୍ତି, “ରାତି ୧୦ଟା ପରେ ଲୋକଙ୍କୁ ଭେଟିବାର ଅଧିକାର ମୋର ରହିଛି। କେଉଁ ନିର୍ବାଚନ କମିଶନ ଏଥିପାଇଁ ବାରଣ କରିଛନ୍ତି? ନିର୍ଦ୍ଦେଶ କେଉଁଠି ଅଛି? ଆପଣମାନେ ମୋତେ ଦେଖାନ୍ତୁ।”

ବିଜେପିର ରାଜ୍ୟ ମୁଖପାତ୍ର ଏଏନଏସ କହିଛନ୍ତି, “ଆନ୍ନାମଲାଇଙ୍କ ବିଜୟକୁ ରୋକିବାକୁ ଏହା ଏକ ଷଡ଼ଯନ୍ତ୍ର। ଡିଏମକେ କ୍ଷମତାର ଅପବ୍ୟବହାର କରୁଛି। ପୁଲିସ୍‌ ଓ ଜିଲ୍ଲାପାଳଙ୍କୁ ଲଗାଇ ସେମାନେ ମାମଲା ରୁଜୁ କରିଛନ୍ତି।”

କୋଏମ୍ବାଟୁରରେ ବିଜେପିର ଆନ୍ନାମଲାଇଙ୍କ ଟକ୍କର ଡିଏମକେର ଗଣପତୀ ରାଜକୁମାର ଓ ଏଆଇଏଡିଏମକେର ସିନଗାଇ ରାମଚନ୍ଦ୍ରନଙ୍କ ସହ ହେବ। ୨୦୧୯ରେ ଏଠାରେ ଡିଏମକେ ଜିତିଥିଲା।

Bjp Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe