Advertisment

ସଂସଦରେ ମାରପିଟ ଘଟଣା; ରାହୁଲଙ୍କ ବିରୋଧରେ ରୁଜୁ ହେଲା ମାମଲା

ରାହୁଲ ଗାନ୍ଧୀ ଧକ୍କା ମାରିବାରୁ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଦୁଇ ବିଜେପି ସାଂସଦ ଆହତ ହୋଇଥିବା ଅଭିଯୋଗ ହୋଇଥିଲା। ସେପଟେ ଖଡଗେଙ୍କୁ ବିଜେପି ସାଂସଦ ଧକ୍କା ମାରିଥିବା ଅଭିଯୋଗ ବି ହୋଇଛି।

author-image
Debadatta Aryashrestha
Rahul Gandhi

Rahul Gandhi

ସଂସଦ ବାହାରେ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ବଢ଼ିଲା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ। ଦୁଇ ବିଜେପି ସାଂସଦ ଆହତ ହେବା ଘଟଣାରେ ଶାସକ ଦଳର ଅଭିଯୋଗକ୍ରମେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଏହି ଘଟଣାରେ ୬୯ ବର୍ଷୀୟ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଅନ୍ୟଜଣେ ସାଂସଦ ମୁକେଶ ରାଜପୁତ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Advertisment

ତେବେ ଏହି ଘଟଣାରେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦାୟୀ କରି ପୁଲିସର ଦ୍ଵାରସ୍ଥ ହୋଇଥିଲା ବିଜେପି। ଅଭିଯୋଗକ୍ରମେ ଭାରତ ନ୍ୟାୟ ସଂହିତାର ଏକାଧିକ ଧାରା ଅଧୀନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଉଦ୍ଦେଶ୍ୟମୂଳକ ଭାବେ ଗଭୀର ଆଘାତ ଦେବା, ଅନ୍ୟର ଜୀବନ ପ୍ରତି ତଥା ବ୍ୟକ୍ତିଗତ ସୁରକ୍ଷାରେ ବିପଦ ସୃଷ୍ଟି କରିବା, ଅପରାଧିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟକୁ ଭୟଭୀତ କରାଇବା ଭଳି ଗମ୍ଭୀର ମାମଲା ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ କରାଯାଇଥିବା ଜଣାପଡ଼ିଛି।

ଆଜି ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ନେତୃତ୍ଵରେ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ ଦିଲ୍ଲୀସ୍ଥିତ ସଂସଦ ମାର୍ଗ ଥାନାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏହି ପ୍ରତିନିଧି ଦଳରେ ବାଂସୁରୀ ସ୍ଵରାଜ ଓ ହେମଙ୍ଗ ସିଂହଙ୍କ ଭଳି ସାଂସଦ ମଧ୍ୟ ଉପସ୍ଥିତ ଥିଲେ। ବିଜେପି ନେତାମାନେ ରାହୁଲ ଗାନ୍ଧୀ ଜାଣିଶୁଣି ଏଭଳି ଗୁଣ୍ଡାଗର୍ଦ୍ଦି କରିଥିବା ଅଭିଯୋଗ କରିଥିବାବେଳେ କଂଗ୍ରେସ ସାଂସଦ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି।

Advertisment
Rahul Gandhi Bjp Congress Parliament