Congress Protest
ଭୁବନେଶ୍ୱରରେ ମହିଳା କଂଗ୍ରେସ ସହ ପୁଲିସର ଧସ୍ତାଧସ୍ତି। ନବୀନ ନିବାସ ଯାଉଥିବା ମହିଳା କଂଗ୍ରେସ କର୍ମୀଙ୍କୁ ଅଶୋକନଗର ଠାରେ ପୁଲିସ ଅଟକାଇଥିଲା।
Advertisment
ପୁଲିସ ବ୍ୟାରିକେଡ ଡେଇଁ ଆଗକୁ ଯିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହା ପରେ ଆନ୍ଦୋଳନକାରୀ ମହିଳା କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା ପୁଲିସ। ଏହା ପୂର୍ବରୁ ମହିଳା କଂଗ୍ରେସ ସମାବେଶ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା।
ସର୍ବ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲମ୍ବା ତାଙ୍କ ଭାଷଣ ରେ କହିଥିଲେ ବିଜେଡି ଶାସନରେ ରାଜ୍ୟରେ ଅତ୍ୟାଚାର ଓ ଦୁଷ୍କର୍ମ ଘଟଣା ବଢ଼ିଛି। ସେହିପରି ନବୀନ ପଟ୍ଟନାୟକଙ୍କ ରିଟାୟାର୍ଡ ସମୟ ଆସିଯାଇଛି। ରାଜ୍ୟ ପରିବର୍ତ୍ତନ ଚାହୁଁଛି ବୋଲି ସେ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
