Advertisment

ଭୋଟ୍ ହାତରୁ ଖସିବା ଭୟରେ ବିଜେଡିର ନୂଆ ଚାଲ୍ : ଖଲ୍ଲିକୋଟ ହତ୍ୟାର ତଦନ୍ତ କରିବ ପୁଲିସ ଏସଆଇଟି

ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ବିଜେଡି କର୍ମୀମାନଙ୍କ ଆକ୍ରମଣରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇବା ଓ ଅନ୍ୟକିଛି ଲୋକ ଆହତ ହେବା ଘଟଣାର ଏସଆଇଟି ତଦନ୍ତ କରିବାକୁ ରାଜ୍ୟ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି

bjp

bjp

Advertisment

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ବିଜେଡି ନିଜର ଗଡ଼ ଭୁଷୁଡ଼ୁଥିବା ଦେଖି ଏବେ ନୂଆ ଚାଲ୍ ଖେଳିଛନ୍ତି । ୨୦ତାରିଖରେ ଗଞ୍ଜାମ ଜିଲ୍ଲାର ବାକି ୮ଟି ବିଧାନସଭା ଆସନରେ ମତଦାନ ହେବାକୁ ଥିବାବେଳେ ବିଜେଡି କର୍ମୀମାନଙ୍କ ଦ୍ୱାରା ବ୍ୟାପକ ହିଂସାକୁ ଦେଖି ସାଧାରଣ ଲୋକମାନେ ବିଜେଡିଠୁ ମୁହଁ ଫେରାଉଥିବାରୁ ପୁଲିସ ଏବେ ଖଲ୍ଲିକୋଟ ହତ୍ୟା ମାମଲାର ଏସଆଇଟି(ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ) ତଦନ୍ତ କରିବ ବୋଲି କହିଛି । ପୁଲିସର ନିଷ୍କ୍ରିୟତା ଯୋଗୁ ବିଜେଡି କର୍ମୀମାନଙ୍କ ଆକ୍ରମଣରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇବା ସହ ଅନ୍ୟ କିଛି ଲୋକ ଏବେବି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଶାସକ ଦଳର ଚାପରେ ପୁଲିସ ଉଭୟ ‘ଡାହାଣୀ ଓ ଗୁଣିଆ ଭୂମିକା ତୁଲାଉଛି ବୋଲି ସାଧାରଣରେ ଚର୍ଚ୍ଚା ।

Advertisment

ସୂଚନା ଅନୁସାରେ, ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ବିଜେଡି କର୍ମୀମାନଙ୍କ ଆକ୍ରମଣରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇବା ଓ ଅନ୍ୟକିଛି ଲୋକ ଆହତ ହେବା ଘଟଣାର ଏସଆଇଟି ତଦନ୍ତ କରିବାକୁ ରାଜ୍ୟ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି । ଏପର୍ଯ୍ୟନ୍ତ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୯ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ଓ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ । ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯିବ ଓ ଉକ୍ତ ହତ୍ୟା ମାମଲାର ଶୀଘ୍ର ବିଚାର କରାଯିବା ନିମନ୍ତେ ୩୦ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ଡିଜିପି ଶ୍ରୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଏସଆଇଟି ମଝିରେ ମଝିରେ ଦକ୍ଷିଣାଂଚଳ ରେଞ୍ଜ ଆଇଜିଙ୍କୁ ନିଜର ରିପୋର୍ଟ ପ୍ରଦାନ କରିବ । ଏହାସହି ପ୍ରାକ୍ ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ଅତିରିକ୍ତ ଡିଜି ଆରକେ ଶର୍ମାଙ୍କୁ ଛତ୍ରପୁର ପଠାଯାଇଛି । ସେ ଆଜିଠୁ ୨୧ତାରିଖ ପର୍ଯ୍ୟନ୍ତ ଛତ୍ରପୁରରେ ଅବସ୍ଥାନ କରି ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ବିଜେଡି କର୍ମୀମାନଙ୍କ ଆକ୍ରମଣ ଘଟଣାକୁ ୪ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କାହିଁକି ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇପାରିନି । ଗଞ୍ଜାମରେ ରାଜନୀତିକ ହିଂସାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଆସନ୍ତା ୨୦ତାରିଖରେ ହେବାକୁ ଥିବା ମତଦାନକୁ ଶୃଙ୍ଖଳିତ କରିବା ପାଇଁ ସବୁ ବୁଥରେ କେନ୍ଦ୍ରୀୟ ଫୋର୍ସ ମୁତୟନ ନିମନ୍ତେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସକୁ ଗଞ୍ଜାମ ଜିଲ୍ଲାକୁ ପଠାଇଛନ୍ତି । ଆଉ ବିଜେଡି କର୍ମୀମାନଙ୍କ ଦ୍ୱାରା ରାଜନୀତିକ ହିଂସାକୁ ସାଧାରଣ ଲୋକେ ନାପସନ୍ଦ କରି ବଜେଡିଠୁ ମୁହଁ ଫେରାଉଥିବାର  ରିପୋର୍ଟ ପାଇବା ପରେ ଶାସକ ବିଜେଡିର ନିଦ ହଜିଯାଇଛି । ସେଥିପାଇଁ ତରବରିଆ ଭାବେ ଏସଆଇଟି ତଦନ୍ତ କଥା ପୁଲିସ ଡିଜିପିଙ୍କ ମୁହଁରେ କୁହାଇ ଜିଲ୍ଲାବାସୀଙ୍କ ଆସ୍ଥା ଜିଣିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି ।

Advertisment

ଶାସକ ଦଳର ଚାପ ଯୋଗୁ ପୁଲିସର ନିଷ୍କ୍ରିୟତାର ଫାଇଦା ଉଠାଇ ବିଜେଡି କର୍ମୀମାନେ ଖୋଲାଖୋଲି ଭାବେ ଖଲ୍ଲିକୋଟ, ପୋଲସରା, ଭଞ୍ଜନଗର, କବିସୂର୍ଯ୍ୟନଗର ଆଦି ନିର୍ବାଚନମଣ୍ଡଳୀରେ ବିିଜେପି କର୍ମୀମାନଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଯଦି ପୁଲିସ ସକ୍ରିୟ ଓ ତତ୍ପରତା ଦେଖାଇଥାନ୍ତା ତେବେ ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ଏଡ଼ାଇ ଦିଆଯାଇପାରିଥାନ୍ତା ଓ ନିରୀହ ଜୀବନକୁ ବଂଚାଇ ହୋଇଥାନ୍ତା ବୋଲି ସାଧାରଣାରେ ଚର୍ଚ୍ଚା ହେଉଛି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe