ବାଗଚୀଙ୍କ କଥାରେ ପାତ୍ର ଭାଇନା ଖପ୍ପା

ପ୍ରଜ୍ଞା ଚୌଧୁରୀ ସାରା ଦେଶରେ ପ୍ରଶଂସା ସାଉଁଟୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମୋଦି ମ୍ୟାଜିକ୍ ଓଡ଼ିଶାରେ ଫେଲ୍ କରିବାରେ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ହେଉ କିମ୍ବା କରୋନା ମୁକାବିଲା ଲାଗି ଆଗୁଆ ପଦକ୍ଷେପ ନେବାରେ ହେଉ। ସବୁବେଳେ ଅନୁକରଣୀୟ ପଦକ୍ଷେପ ଯୋଗୁ ମୁଖ୍ୟମନ୍ତ୍ରୀ ପ୍ରଶଂସା ସାଉଁଟିଥାନ୍ତି। ଏଭଳି ଏକ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ପଛରେ କିନ୍ତୁ ରାଜତନ୍ତ୍ର ଓ ଏକଛତ୍ରବାଦର ଅପବାଦ ଲଗାଇଛନ୍ତି ଆମ ସାହିର ଗ୍ରସୋରୀ ଦୋକାନର ପାତ୍ର ଭାଇନା ଓ […]

political humor

political humor

Pragnya Choudhury
  • Published: Friday, 10 April 2020
  • Updated: 11 April 2020, 10:27 AM IST

Sports

Latest News

ପ୍ରଜ୍ଞା ଚୌଧୁରୀ

ସାରା ଦେଶରେ ପ୍ରଶଂସା ସାଉଁଟୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମୋଦି ମ୍ୟାଜିକ୍ ଓଡ଼ିଶାରେ ଫେଲ୍ କରିବାରେ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ହେଉ କିମ୍ବା କରୋନା ମୁକାବିଲା ଲାଗି ଆଗୁଆ ପଦକ୍ଷେପ ନେବାରେ ହେଉ। ସବୁବେଳେ ଅନୁକରଣୀୟ ପଦକ୍ଷେପ ଯୋଗୁ ମୁଖ୍ୟମନ୍ତ୍ରୀ ପ୍ରଶଂସା ସାଉଁଟିଥାନ୍ତି। ଏଭଳି ଏକ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ପଛରେ କିନ୍ତୁ ରାଜତନ୍ତ୍ର ଓ ଏକଛତ୍ରବାଦର ଅପବାଦ ଲଗାଇଛନ୍ତି ଆମ ସାହିର ଗ୍ରସୋରୀ ଦୋକାନର ପାତ୍ର ଭାଇନା ଓ ତାର ଚେଲା ଚାମୁଣ୍ଡା। ଛି..ଛି... ଏ କି କଥା? ଏଗୁଡ଼ା ବୋଧେ ଅଶିକ୍ଷିତ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେଲା ଭଳି ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏମାନେ କ'ଣ ସାର୍ଟିଫିକେଟ୍ ଦେବେ ଯେ? ଆମ ମୁଖ୍ୟମନ୍ତ୍ରୀଙ୍କୁ ପରା ବାହାର ରାଜ୍ୟ ବି ପ୍ରଶଂସା କଲାଣି। ହଉ... ପାତ୍ର ଭାଇନା ଏତେ ରାଗିଛନ୍ତି ଯଦି, ତା'ର କାରଣଟା ବି ଆସନ୍ତୁ ପଚାରି ବୁଝିବା...

କଥା କ'ଣ କି! ପାତ୍ର ଭାଇନା ସବୁ ଦିନ ଭଳି ଗତକାଲି ବି ଟିଭି ଲଗେଇ ଅନେଇ ବସିଥିଲେ ବାଗଚୀ ବାବୁଙ୍କୁ ଶୁଣିବା ଲାଗି। ତାଙ୍କ ମନରେ ଢେର୍ ପ୍ରଶ୍ନ ଥିଲା। ତାଙ୍କୁ ଏ ଟ୍ୱିଟର ଫୁଇଟର କ'ଣ ଜଣାନାହିଁ। ସେ ଯାହା ଟିଭି ଦେଖି, ନ ହେଲେ ପେପର ପଢ଼ି ସରକାରଙ୍କ କଥା ଜାଣନ୍ତି ଓ ମାନନ୍ତି ମଧ୍ୟ। ସେଇଥିପାଇଁ ଯେବେଠୁ ଏ ଭୂତାଣୁଟା ଆସିଛି ସେ ବାଗଚୀଙ୍କୁ ଶୁଣିବାରେ କେବେ ହେଳା କରନ୍ତିନି। ମହାମାରୀକୁ ନେଇ ତାଙ୍କର ଗୁଡ଼ାଏ ଦ୍ୱନ୍ଦ୍ୱ ଥିଲା। ଭାବିଥିଲେ ଆଜି ବାଗଚୀ କହିବା ବେଳେ ସବୁ ବୁଝେଇ କହିବେ। ହେଲେ କ'ଣ! ବାଗଚୀ ଆସି ଏ ମିଡିଆ ବାଲାଙ୍କୁ କ୍ରିକେଟ୍ ମ୍ୟାଚ୍ ପାଠ ପଢ଼େଇଲେ। ବଲଠାରୁ ଆରମ୍ଭ କରି ବ୍ୟାଟ୍, ରିପ୍ଲେ ଆଉ ଅପଡେଟ୍ ପର୍ଯ୍ୟନ୍ତ ସବୁକିଛି। ପାତ୍ର ଭାଇନା କିଛି ବୁଝିପାରିଲେନି। ଢେର୍ ଚିନ୍ତା କଲେ..।

ଚିନ୍ତା କରୁ କରୁ ସନ୍ଧ୍ୟା ହେଇଗଲା। ଦୋକାନ ପିଲା ଆସି ପାତ୍ର ଭାଇନାଙ୍କୁ କହିଲା ଦୋକାନ ଖୋଲିବା ଚାଲ। ଆଉ କିଛି କ୍ଷଣ ପରେ ଖବର ପାଇଲା ଯେ, ଆମ ମୁଖ୍ୟମନ୍ତ୍ରୀ କାଳେ ତାମିଲ ପତ୍ରିକାର ପ୍ରଚ୍ଛଦରେ ସ୍ଥାନ ପାଇଛନ୍ତି। ସାରା ଦେଶ କାଳେ ନବୀନଙ୍କୁ ଖୁବ୍ ପ୍ରଶଂସା କରୁଛି। ପାତ୍ର ଭାଇନା ଶୁଣି ଆଗେ ଦି-ଘେରା ଖୁସିରେ ନାଚି ପକାଇଲା। ହଠାତ୍ ତା'ର କ'ଣ ହେଲା କେଜାଣି ମନକୁ ମାରି ବସିଗଲା। ଆଉ ସେତିକି ବେଳେ ଯାଇ ମୁଁ ପହଞ୍ଚିଲି କ୍ଷୀର ଆଣିବାକୁ ତା' ଦୋକାନରେ। ଶୁଣିଲି...

ପାତ୍ର ଭାଇ କହୁଥିଲା- ଆରେ ଆମ ମୁଖ୍ୟମନ୍ତ୍ରୀ ତ ଓଡ଼ିଶା ଗଣମାଧ୍ୟମକୁ ଆଜି କେତେ କ'ଣ ପାଠ ପଢ଼ାଇଲେ।

ଦୋକାନ ପିଲା କହୁଥାଏ- ଭାଇନା ନବୀନ ବାବୁ କ'ଣ କହିଲେକି? ସବୁ ତ ସେ ବାଗଚୀ କହିଲେ।

ପାତ୍ର ଭାଇନା କହିଲା- ଏ ଭୂତାଣୁ ଆସିଲାଠୁ ଯାହା ମୁଖ୍ୟମନ୍ତ୍ରୀ କହିବାକୁ ଚାହାନ୍ତି, ବାଗଚୀ ପରା ସେଇୟା କୁହନ୍ତି।

ଦୋକାନ ପିଲା କହିଲା- ସେଠୁ କ'ଣ ହେଲା। କ'ଣ ଭୁଲ କହିଦେଲେ କି!

ପାତ୍ର ଭାଇନା କହିଲା- ଆରେ... ଆଜି ଯାଏ ଆମ କଥା କିଏ ସରକାରଙ୍କୁ କହିଛି? କିଏ ବାଗଚୀଙ୍କ କଥା ଆମକୁ କହିଛି? ସୂର୍ଯ୍ୟନଗର ଲୋକଟା ପାଇଁ ହେଉ କି ସତ୍ୟନଗର ଘଟଣା ଲୁଚେଇବା ହେଉ। କିଏ ଆମ ପାଇଁ ପ୍ରଶ୍ନ କରିଛି? ଆରେ ତାଙ୍କ ତାଙ୍କ ଭିତରେ ତ କଥା ବାର୍ତ୍ତା ଠିକ୍ ନାହିଁ। ଆଉ ଭୁଲଟାକୁ ଠିକ୍ କରି ବୁଝେଇଦିଅ କହିଲେ କ'ଣ ଦୋଷ। ତା ବୋଲି କ'ଣ କରୋନା, କ୍ରିକେଟ୍ ହୋଇଯିବ?

ଦୋକାନ ପିଲା- ତା'ହେଲେ ନବୀନ ବାବୁଙ୍କୁ କାହିଁକି ସାରା ଦେଶ ପ୍ରଶଂସା କରୁଛି?

ପାତ୍ର ଭାଇନା- ମୁଁ କ'ଣ କରୁନି? ସେଇ ମିଡିଆ କ'ଣ କରୁନି ? ତା' ବୋଲି କ'ଣ ସବୁବେଳେ ପ୍ରଶଂସା ହିଁ କରାଯିବ। କରୋନା ଆସିଲାଠୁ ସବୁବେଳେ ସରକାରଙ୍କ ସବୁ ବାର୍ତ୍ତା ପରା ଏଇ ମିଡିଆ ବାଲା ଦେଇଛନ୍ତି। ଆମେ ତ ଘରେ ରହିଲେ। ନା କୁଆଡ଼େ ଯାଉଛେ ନା ଦେଖୁଛେ। ଆଉ ଜାଣିଛି, ଯିଏ ଭଲ ଚାହେଁ ସେ ତୁଛାଟାରେ ଅନବରତ ପ୍ରଶଂସା ବି କରେନି। ମିଡିଆ ବାଲାଙ୍କୁ ଏମିତି ଅପମାନ କରି ଆମ ମୁଖ୍ୟମନ୍ତ୍ରୀ ସତେ ଏକଚାଟିଆ ନୀତି ଦେଖେଇଲେ। ସବୁ ରାଜ୍ୟରେ ମିଡିଆ ସାଙ୍ଗେ ମିଶି, ଆଲୋଚନା କରିକି ଏ ଭୂତାଣୁକୁ ବିଦା କରିବାକୁ ଚେଷ୍ଟା କରାଯାଉଛି। ହେଲେ ଏଠି, ଯାହା କହିବୁ, ସେତିକି ଦେଖେଇବ। ଅଧିକ ପଚାରିବନି ନୀତି ଆଣିଲେ ମୁଖ୍ୟମନ୍ତ୍ରୀ। ଏଇଟା ଗଣତନ୍ତ୍ର ନା ରାଜତନ୍ତ୍ର।

ଦୋକାନ ପିଲା- ହଁ ଭାଇନା, ତୁମେ ଠିକ୍ କହିଲ ଯେ.. ମୁଁ ଗୋଟେ କଥା ବୁଝି ପାରୁନି... ଆମ ମୁଖ୍ୟମନ୍ତ୍ରୀ ଏତେ ଭଲ ବୋଲି ତାମିଲ କେମିତି ଜାଣିଲା ଯେ? ତାଙ୍କ ଗଣମାଧ୍ୟମ କ'ଣ ଭଲ ଆଉ ଆମର ସବୁ କ'ଣ ଖରାପ?

ପାତ୍ର ଭାଇନା- ତୁ କ'ଣ ଜାଣିନୁ? ଫୁଟିଲା ଫୁଲ ପରା ଜଗତରେ ବାସେ। ସେଇମିତି ଆମ ନବୀନ ସବୁଆଡ଼େ ବାସନ୍ତି। ବାକି ରହିଲା ତାମିଲ କଥା... ବିନା ଲାଭରେ କିଏ କ'ଣ କରେ କି!! ତୁ କଲେଜ ଗଲେ ପଲିଟିକାଲ ସାଇନ୍ସ ପଢ଼ିବୁ, ତା'ପରେ ଜାଣିବୁ...

ମୁଁ ତ ଜଣେ ସାମ୍ବାଦିକା। ମୋତେ ବି କାଲି ବାଗଚୀଙ୍କ କଥାବାର୍ତ୍ତା ଶୁଣି ଅସହଜ ଲାଗିଥିଲା। ହେଲେ ପାତ୍ର ଭାଇନାଙ୍କ ଏସବୁ ଆଲୋଚନା ଶୁଣିଲା ପରେ ହୃଦୟକୁ ଗୋଟେ ପ୍ରକାର ଶାନ୍ତି ମିଳିଛି। ସତରେ.."ଜନତା ସବ୍ ଜାନତା ହେ..."

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story