Advertisment

ପୁଣି ଭେଟିବେ ତିନି ପାରମ୍ପରିକ ବିରୋଧୀ

ଅତାବିରା (ଦୀପକ ଶର୍ମା): ବରଗଡ଼ ଜିଲ୍ଲାର ଅତାବିରା ବିଧାନସଭା ଆସନ। ଏଥର ତୃତୀୟ ଥର ପାଇଁ ଏଠାରେ ନିର୍ବାଚନ ହେବ। ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନିହାର-ସ୍ନେହାଙ୍ଗିନୀ । ଏଠାରେ ୨ୟ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୮ ତାରିଖରେ ହେବ ମତଦାନ। ଏହି ଆସନଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ। ପ୍ରାର୍ଥୀ ଘୋଷଣା ପରେ ଏବେ ନିର୍ବାଚନୀ ମାହୋଲ ସରଗରମ ହୋଇଗଲାଣି। ଏହି ଆସନରୁ ପ୍ରାର୍ଥୀ ହୋଇଥିବା ବିଜେଡିର ସ୍ନେହାଙ୍ଗିନୀ ଛୁରିଆ, ବିଜେପିର ମିଲନ୍‌ […]

ଅଦ୍ୟତନ ହୋଇଛି
ପୁଣି ଭେଟିବେ ତିନି ପାରମ୍ପରିକ ବିରୋଧୀ

atabira-2

Advertisment

ଅତାବିରା (ଦୀପକ ଶର୍ମା): ବରଗଡ଼ ଜିଲ୍ଲାର ଅତାବିରା ବିଧାନସଭା ଆସନ। ଏଥର ତୃତୀୟ ଥର ପାଇଁ ଏଠାରେ ନିର୍ବାଚନ ହେବ। ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନିହାର-ସ୍ନେହାଙ୍ଗିନୀ । ଏଠାରେ ୨ୟ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୮ ତାରିଖରେ ହେବ ମତଦାନ। ଏହି ଆସନଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ। ପ୍ରାର୍ଥୀ ଘୋଷଣା ପରେ ଏବେ ନିର୍ବାଚନୀ ମାହୋଲ ସରଗରମ ହୋଇଗଲାଣି। ଏହି ଆସନରୁ ପ୍ରାର୍ଥୀ ହୋଇଥିବା ବିଜେଡିର ସ୍ନେହାଙ୍ଗିନୀ ଛୁରିଆ, ବିଜେପିର ମିଲନ୍‌ ସେଠ ଏବଂ କଂଗ୍ରେସର ନିହାର ମହାନନ୍ଦ ଫୁଲ୍‌ ଦମ୍‌ରେ ଏବେ ମଇଦାନକୁ ଓହ୍ଲାଇ ଆସିଲେଣି।

Advertisment

ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ବେଶି ଦିନର ନୁହେଁ। ୧୯୫୧ ପରେ ମାତ୍ର ୨ଟି ନିର୍ବାଚନ ଦେଖିଛି ଏହି ଆସନ। ଥରେ କଂଗ୍ରେସ ହାତକୁ ଯାଇଥିବାବେଳେ ଥରେ ବିଜେଡି ହାତକୁ ଯାଇଛି ଏହି ଆସନ।
ହୀରାକୁଦ ପାଣି ସମଗ୍ର ଅତାବିରା ଅଞ୍ଚଳକୁ ଜଳସେଚିତ କରୁଛି। ସେଥିପାଇଁ ଏଠାରେ ଭଲ ଧାନଚାଷ ହୁଏ। ଓଡ଼ିଶାର ଭାତହାଣ୍ଡି ଭୁଲ ହେବନି। ହେଲେ ଧାନର ଅଭାବି ବିକ୍ରି ଏବଂ ବିଭିନ୍ନ କାରଣରୁ ଫସଲ ନଷ୍ଟ ହେବା ଯୋଗୁ ଚାଷୀ ମୃତ୍ୟ ହାର ବି ଏଠାରେ ଅଧିକ। ଏଠାରେ ବୁଣାକାରଙ୍କ ସଂଖ୍ୟା ବେଶି। ସମ୍ବଲପୁରୀ ତନ୍ତ ଶାଢୀ ପାଇଁ ଏହି ଅଞ୍ଚଳ ପ୍ରସିଦ୍ଧ ଥିଲେ ମଧ୍ୟ ଏଠାରେ ବୁଣାକାରଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ସବୁଥିରେ ପଛରେ ପଡ଼ିଛି ଏହି ନିର୍ବାଚନ ମଣ୍ଡଳୀ।

publive-image

ଏଠାରେ ୧୯୫୧ରେ ପ୍ରଥମ ନିର୍ବାଚନ ହୋଇଥିଲା। କଂଗ୍ରେସର ବିପିନ ବିହାରୀ ଦାସ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହାକୁ ଭାଙ୍ଗି ବରଗଡ଼ ଓ ଭଟ୍ଟଲି ବିଧାନସଭାରେ ମିଶାଇ ଦିଆଗଲା। ୨୦୦୯ରେ ପୁନଃ ସୀମାନିର୍ଦ୍ଧାରଣ ପରେ ଅତାବିରା ସ୍ୱତନ୍ତ୍ର ବିଧାନସଭା ଆସନର ମାନ୍ୟତା ପାଇଲା। ଏଠାରେ ବେଶି ଆଦିବାସୀ ଓ ହରିଜନ ଶ୍ରେଣୀର ଲୋକ ରହୁଥିବାରୁ ଏହି ଆସନକୁ ସଂରକ୍ଷିତ କରାଯାଇଛି ।୨୦୦୯ରେ ଏହି ଆସନରୁ ପ୍ରଥମ ବିଧାୟକ ହୋଇଥିଲେ କଂଗ୍ରେସର ନିହାର ରଞ୍ଜନ ମହାନନ୍ଦ। ୨୦୧୪ ନିର୍ବାଚନରେ ନିହାରଙ୍କୁ ହରାଇଥିଲେ ସ୍ନେହାଙ୍ଗିନୀ ଛୁରିଆ।

Advertisment

ବିଜେଡି:୨ୟ ଲଢ଼େଇରେ ଅର୍ଥାତ ୨୦୧୪ରେ ବିଜେଡି ଜିତିବା ସ୍ନେହାଙ୍ଗିନୀଙ୍କୁ ମନ୍ତ୍ରୀ ପଦ ମିଳିତଥିଲା। ସ୍ନେହାଙ୍ଗିନୀଙ୍କ ଜୀବନୀରେ ଛାତ୍ର ଜୀବନରୁ ରାଜନୀତିର ମୂଳଦୂଆ ପଡ଼ିଥିଲା । ଶିକ୍ଷକତା ଛାଡି ରାଜନୀତିରେ ଯୋଗ ଦେଇ ହେଲେ ଭେଡେନ ବ୍ଲକ ଚେୟାରମ୍ୟାନ। ତା' ପରେ ସରକାରୀ ଚାକିରି ପାଇଥିଲେ। ଗ୍ରାମ ପଞ୍ଚାୟତ ଅଫିସର। ଶେଷରେ ତାକୁ ଛାଡି ୨୦୦୯ରେ ଆସିଲେ ରାଜ୍ୟ ରାଜନୀତିକୁ। ପ୍ରଥମ ଥର ପାଇଁ ବିଜେଡିରୁ ଅତାବିରା ବିଧାନସଭା ବିଧାୟକ ପାଇଁ ଲଢିଥିଲେ। ପ୍ରଥମ ଥର ହାରିଥିଲେ ମଧ୍ୟ ୨୦୧୪ରେ ସେହି ଆସନରୁ ଜିତିଥିଲେ। ଏଥର ମଧ୍ୟ ଦଳ ତାଙ୍କ ଉପରେ ଭରସା ରଖିଛି। ନିଜ ଅଞ୍ଚଳରେ ସ୍ନେହାଙ୍ଗିନୀଙ୍କ ସଂଗଠନ ଦୃଢ ରହିଛି। କର୍ମୀ ସଂଗଠିତ ହୋଇ ଅଛନ୍ତି। ତଥାପି ଏଥର ଆସନ ଜିତିବା ସ୍ନହାଙ୍ଗିନୀଙ୍କ ପାଇଁ ସହଜ ହେବନି। ଚାଷୀ ଆତ୍ମହତ୍ୟା, ରାସ୍ତାଘାଟ ସମସ୍ୟା ବୁଣାକାରଙ୍କ ସମସ୍ୟା ସ୍ନେହାଙ୍ଗିନୀଙ୍କୁ ଅଡୁଆରେ ପକାଇ ପାରେ।

କଗ୍ରେସ: ନିଜ କ୍ଷମତାକୁ ଫେରି ପାଇବା ପାଇଁ ଜୋରଦାର ଲାଗିପଡ଼ିଛି କଂଗ୍ରେସ। ଏଥର ମଧ୍ୟ ଦଳ ପୂର୍ବର ପ୍ରାର୍ଥୀ ନିହାରଙ୍କ ଉପରେ ଆସ୍ଥା ରଖି ଟିକଟ ଦେଇଛି। ଏଠାରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଛି। ଯେହେତୁ ଏହି ଆସନଟି ଥରେ କଂଗ୍ରେସ ହାତକୁ ଯାଇଛି, ପୁଣି ଥରେ ଆସିପାରେ ବୋଲି ଦଳ ଭରସା ରଖିଛି। ତା ଛଡା ବିଜେଡି ସରକାରଙ୍କ ସମୟରେ ହୋଇଥିବା ଅବ୍ୟବସ୍ଥା ଯଥା ଚାଷୀ ମୃତ୍ୟୁ, ବୁଣାକର ସମସ୍ୟା ଆଦିକୁ ଭୋଟରଙ୍କ ଆଗରେ ଥୋଇ ଭୋଟ ହାତେଇବା ଉଦ୍ୟମ କରୁଛି କଂଗ୍ରେସ।

ବିଜେପି:ଏହି ବିଧାନସଭାରେ ବିଜେପିର ସଂଗଠନ ସେତେ ମଜବୁତ୍‌ ନୁହେଁ। ତଥାପି ବିଜେପି ହାୱା ପ୍ରାର୍ଥୀଙ୍କୁ କିଛିଟା ସଫଳତା ଦେଇ ପାରେ ବୋଲି ଦଳ ଆଶା ରଖିଛି। ବିଜେପି ମଧ୍ୟ ତାର ପୂର୍ବ ପ୍ରାର୍ଥୀଙ୍କୁ ରିପିଟ କରିଛି। ଅର୍ଥାତ ମିଲନ ସେଠ ଏଥର ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରେ ହୋଇଥିବା ୨ଟି ନିର୍ବାଚନରେ ବିଜେପି ସବୁବେଳେ ତୃତୀୟ ସ୍ଥାନରେ ରହି ଆସିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe