Advertisment

ସବୁ ଦଳ ପାଇଁ କଣ୍ଟା ସ୍ୱାଧୀନ

ଫୁଲବାଣୀ (ତ୍ରିନାଥ ସାହୁ): ରାଜ୍ୟର ୮୪ ନମ୍ବର ବିଧାନସଭା କ୍ଷେତ୍ର ହେଉଛି କନ୍ଧମାଳ ଜିଲ୍ଲାର ଫୁଲବାଣୀ। କନ୍ଧମାଳ ଲୋକସଭା ଆସନ ଅଧୀନରେ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଏଠାରେ ହେବ ମତଦାନ। ଏହି ଆସନଟି ୨୦୦୯ରୁ ଅନୁସୂଚିତ ଜାତି ପାଇଁ ସରଂକ୍ଷିତ ହୋଇଛି। ଫୁଲବାଣୀ ବିଧାନସଭା ମଣ୍ଡଳୀ ଜିଲ୍ଲା ରାଜନୀତିରେ ଯେତିକି ଗୁରୁତ୍ୱ ରଖେ, ରାଜ୍ୟ ରାଜନୀତିରେ ମଧ୍ୟ ସେତିକି ଗୁରୁତ୍ୱ ବହନ କରେ। ତେଣୁ ଏହି ବିଧାନସଭା ଆସନକୁ ଅକ୍ତିଆର କରିବା ପାଇଁ ବିଭିନ୍ନ […]

ସବୁ ଦଳ ପାଇଁ କଣ୍ଟା ସ୍ୱାଧୀନ

fulbani-2

Advertisment

ଫୁଲବାଣୀ (ତ୍ରିନାଥ ସାହୁ): ରାଜ୍ୟର ୮୪ ନମ୍ବର ବିଧାନସଭା କ୍ଷେତ୍ର ହେଉଛି କନ୍ଧମାଳ ଜିଲ୍ଲାର ଫୁଲବାଣୀ। କନ୍ଧମାଳ ଲୋକସଭା ଆସନ ଅଧୀନରେ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଏଠାରେ ହେବ ମତଦାନ। ଏହି ଆସନଟି ୨୦୦୯ରୁ ଅନୁସୂଚିତ ଜାତି ପାଇଁ ସରଂକ୍ଷିତ ହୋଇଛି। ଫୁଲବାଣୀ ବିଧାନସଭା ମଣ୍ଡଳୀ ଜିଲ୍ଲା ରାଜନୀତିରେ ଯେତିକି ଗୁରୁତ୍ୱ ରଖେ, ରାଜ୍ୟ ରାଜନୀତିରେ ମଧ୍ୟ ସେତିକି ଗୁରୁତ୍ୱ ବହନ କରେ। ତେଣୁ ଏହି ବିଧାନସଭା ଆସନକୁ ଅକ୍ତିଆର କରିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ସ୍ଵାଧୀନ ପ୍ରାର୍ଥୀ ଅଣ୍ଟା ଭିଡ଼ିଛନ୍ତି।

Advertisment

publive-image
ଅଞ୍ଚଳର ସମସ୍ୟା : ଏହି ନିର୍ବାଚନ ମଣ୍ଡଳୀରେ ୨୦୦୦ ପରଠାରୁ ବିଜେଡ଼ି ବିଧାୟକମାନେ ନିର୍ବାଚିତ ହୋଇ ଆସୁଥିଲେ ମଧ୍ୟ ସେମାନେ ବିଧାନସଭା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଏଠାରେ ବିକାଶ କିମ୍ୱା ବିନାଶ ସବୁକିଛି ପ୍ରଶାସନିକ ଅଧିକାରୀମାନେ ହିଁ ନିର୍ଣ୍ଣୟ କରିଥାନ୍ତି। ଦୀର୍ଘ ବର୍ଷ ଧରି ଫୁଲବାଣୀରେ ଜମିଜମା ସମସ୍ୟାର ସମାଧାନ ହୋଇପାରୁନାହିଁ। ତେଣୁ ସ୍ଥାନୀୟ ଲୋକମାନେ ସର୍ବକ୍ଷମା ଯୋଜନା ଲାଗୁ କରି ଜମି ଜମା ସମସ୍ୟାର ସମାଧାନ କରିବା ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି।

ସେହିପରି ଫୁଲବାଣୀରେ ମେଡିକାଲ କଲେଜ ନିର୍ମାଣ ଏବଂ ରେଳ ସଂଯୋଗ ପାଇଁ ମଧ୍ୟ ଲୋକମାନେ ବହୁବର୍ଷ ଧରି ଦାବି କରି ଆସୁଛନ୍ତି। ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ମଧ୍ୟ ବହୁତ ପଛରେ ରହିଛି। ସ୍ଵଚ୍ଛ ପାନୀୟ ଜଳ ଯୋଗାଣ, ଜଳସେଚନ କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇପାରିନାହିଁ।

Advertisment

ସଦର ମହକୁମା ଫୁଲବାଣୀରେ କିଛିକାଂଶରେ ପାଇପ ଜଳଯୋଗାଣରେ ସୁଧାର ଆସିଛି, କିନ୍ତୁ ଉଠା ଦୋକାନୀ ମାନଙ୍କ ପାଇଁ ଭେଣ୍ଡିଙ୍ଗ ଜୋନର କୌଣସି ବ୍ୟବସ୍ଥା ନାହିଁ। ସହରରେ ଗାଡି ପାର୍କିଂ ପାଇଁ ପାର୍କିଂ ସ୍ଥାନ ନାହିଁ। ଏସବୁର ସମାଧାନ ପାଇଁ ବିଜେଡି ସବୁଥର ଭଳି ଏଥର ମଧ୍ୟ ଭୋଟରଙ୍କୁ ପ୍ରତିଶ୍ରୁତି ଦେଉଛି। ହେଲେ ଭୋଟର ତାଙ୍କ ପ୍ରତିଶ୍ରୁତିକୁ ସହଜରେ ଗ୍ରହଣ କରିପାରୁନଥିବା ଦେଖାଯାଉଛି। ଅନ୍ୟପକ୍ଷେ ଏହାକୁ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି ଅନ୍ୟ ଦଳ।

ବିଜେଡି: ଏହି ବିଧାନସଭା ଆସନଟିକୁ ବିଜେଡ଼ିର ଗଡ଼ ବୋଲି କୁହାଯାଏ। କାରଣ ୨୦୦୦ ପରଠାରୁ ଏହି ଆସନରେ ସବୁବେଳେ ବିଜେଡ଼ି ପ୍ରାର୍ଥୀମାନେ ହିଁ ବିଜୟୀ ହୋଇ ଆସୁଛନ୍ତି। କିନ୍ତୁ ବିଜେଡ଼ି ଏହି ଆସନରେ ସବୁବେଳେ ନୂଆଁ ମୁହଁ ଦେଇ ଆସୁଥିବା ଦେଖାଯାଇଛି। ପରମ୍ପରା ଅନୁଯାୟୀ, ଚଳିତ ଥର ଦଳ ଷ୍ଟାଣ୍ଡିଂ ବିଧାୟକ ଦୁଗୁନି କହଁରଙ୍କୁ ଟିକେଟ ଦେଇନି। ଦଳର ଜଣେ ପୁରୁଖା ନେତା ତଥା ପକାରୀ ପଞ୍ଚାୟତର ସରପଞ୍ଚ ଅଙ୍ଗଦ କହଁରଙ୍କୁ ଟିକେଟ ଦେଇ ନିର୍ବାଚନ ମଇଦାନକୁ ଓଲ୍ଲାଇଛି।

ବିଜେପି :ଏହି ଆସନରେ ବିଜେପି ଚଳିତ ଥର ପୁଣି ଦେବ ନାରାୟଣ ପ୍ରଧାନଙ୍କ ଉପରେ ଆସ୍ଥା ପ୍ରଘଟ କରିଛି। ସେ ପୂର୍ବରୁ ଦୁଇ ଥର ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। କିନ୍ତୁ ଦୁଇ ଥର ଯାକ ସେ ଦ୍ୱିତୀୟ ସ୍ଥାନରେ ରହି ପ୍ରାୟ ୩୦ ହଜାର ଭୋଟ ହାତେଇଥିଲେ। ଦୁଇ ଦୁଇ ଥର ପରାଜିତ ହୋଇଥିଲେ ମଧ୍ୟ କୌଣସି ପରିସ୍ଥିତିରେ ନିରାଶ ହୋଇନାହାନ୍ତି ଏବଂ କନ୍ଧମାଳ ଜିଲ୍ଲାର ଜଣେ ଯୁବ ଆଦିବାସୀ ନେତା ଭାବେ ଲୋକଙ୍କ ପାଖରେ ସବୁବେଳେ ଠିଆ ହୋଇ ଆସିଛନ୍ତି। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସ୍ଵର ଉତ୍ତୋଳନ କରିଥାନ୍ତି, ଦଳୀୟ କାର୍ଯ୍ୟକ୍ରମ ନିଷ୍ଠାର ସହ ସମ୍ପାଦନ କରିଥାନ୍ତି। ଲୋକଙ୍କ ସହଯୋଗରେ ଏଥର ବିଜୟୀ ଆଶା ରଖିଛନ୍ତି ଦେବ ନାରାୟଣ।

କଂଗ୍ରେସ :ଏହି ଆସନରେ ଚଳିତ ଥର କଂଗ୍ରେସ କୁସୁମେଣ୍ଡି ପଞ୍ଚାୟତର ସରପଞ୍ଚ କିଶୋର କହଁରଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ତାପରେ ସେ ରାଜନୀତିକୁ ଓହ୍ଲାଇଛନ୍ତି। ପ୍ରଥମ ଥର ରାଜନୀତିରେ ପାଦ ଦେବା ପରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଜଣେ ଭଦ୍ର, ଉଦାର ଏବଂ ପରୋପକାରୀ ମଣିଷ ଭାବେ ଅଞ୍ଚଳରେ ତାଙ୍କର ସୁନାମ ରହିଛି। କିନ୍ତୁ ରାଜନୀତିରେ ନୂଆ ବୋଲି ବିବେଚନା କରାଯାଉଥିଲେ ମଧ୍ୟ ବିଗତ କିଛି ବର୍ଷ ଧରି କଂଗ୍ରେସରେ ରହିଥିଲେ। ସେ ଦୁଇଟି ବ୍ଲକ ଖଜୁରିପଡ଼ା ଏବଂ ଚକାପାଦ ବ୍ଲକର ବହୁ ଭୋଟ ନିଜ ସପକ୍ଷରେ ନେଇପାରନ୍ତି ଏବଂ ତା ସହିତ କଂଗ୍ରେସର ଚିରାଚରିତ ଭୋଟ ମଧ୍ୟ ତାଙ୍କ ସପକ୍ଷରେ ଯାଇପାରେ। ଯାହାକି ଅନ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଅଡୁଆରେ ପକାଇପାରେ।

ସ୍ଵାଧୀନ :ଏହି ଆସନରେ ଏଥର ସ୍ୱାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ହେବେ। ବିଜେଡ଼ି ଟିକେଟ ଆଶାୟୀ ଦୌଡରେ ରହିଥିବା କେଲାପଡ଼ା ପଞ୍ଚାୟତର ସରପଞ୍ଚ ପ୍ରେମଶିଳା ଝାଙ୍କର ଏବଂ ଗତ ପଞ୍ଚାୟତ ନିର୍ବାଚନରେ ପରୋକ୍ଷରେ ବିଜେଡ଼ି ପାଇଁ କାର୍ଯ୍ୟ କରିଆସୁଥିବା ଜଣେ ଉଚ୍ଛ ଶିକ୍ଷିତ ତଥା ବ୍ୟାଙ୍କ ଚାକିରୀରୁ ସ୍ଵେଚ୍ଛାକୃତ ଭାବେ ଅବସର ନେଇଥିବା ନବୀନ କହଁର ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ଦୁଇ ସ୍ଵାଧୀନ ପ୍ରାର୍ଥୀ ବିଜେଡିକୁ ଅଡୁଆରେ ପକାଇବାର ବହୁତ ସମ୍ଭାବନା ରହିଛି।

ସେହିପରି ଆଉ ଦୁଇ ଜଣ ସ୍ଵାଧୀନ ପ୍ରାର୍ଥୀ ଏବଂ କଳିଙ୍ଗ ସେନାର ଅନନ୍ତ କହଁର ମଧ୍ୟ ନିର୍ବାଚନ ମଇଦାନରେ ରହିଥିବାରୁ ସେମାନେ ମଧ୍ୟ କିଛି କିଛି ଭୋଟ ହାତେଇ ପାରନ୍ତି। ଯେ କୌଣସି ଦଳୀୟ ପ୍ରାର୍ଥୀ ସେମାନଙ୍କ ପାଇଁ ଅଡୁଆରେ ପଡ଼ିପାରନ୍ତି। ତେବେ ଫୁଲବାଣୀ ବିଧାନସଭା ଆସନ ପାଇଁ ମୋଟ ୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଥିବା ବେଳେ ଭୋଟର କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। କିନ୍ତୁ ଫୁଲବାଣୀ ବିଧାନସଭା ଆସନରେ ବିଜେଡ଼ି, ବିଜେପି, କଂଗ୍ରେସ ଏବଂ ସ୍ଵାଧୀନ ପ୍ରାର୍ଥୀ ନବୀନ କହଁରଙ୍କ ମଧ୍ୟରେ ଚତୁର୍ମୁଖୀ ଲଢେଇ ହେବ ବୋଲି ଅନୁମାନ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe