Advertisment

ବାକିରେ ବୁଡ଼ିଛନ୍ତି ସରକାର, ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ଋଣ ମାଗିଲେ ମୁଖ୍ୟମନ୍ତ୍ରୀ

ପାଖାପାଖି ୪ ଲକ୍ଷ କୋଟି ଟଙ୍କାର ଋଣ ବୋଝରେ ବୁଡ଼ି ରହିଥିବା ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ଓ ରାଜକୋଷ ଦୋହଲି ଯାଇଛି।

author-image
Madhupriya Mistry
shivraj singh and mohan yadav

shivraj singh and mohan yadav

ଦାୟିତ୍ୱ ଗ୍ରହଣ କରିବାର ମାତ୍ର ଦୁଇ ସପ୍ତାହ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ରୁ ୨,୦୦୦ କୋଟି ଟଙ୍କାର ଋଣ ପାଇଁ ଅନୁରୋଧ କରିଛନ୍ତି। ପାଖାପାଖି ୪ ଲକ୍ଷ କୋଟି ଟଙ୍କାର ଋଣ ବୋଝରେ ବୁଡ଼ି ରହିଥିବା ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ଓ ରାଜକୋଷର କ'ଣ ରହିଛି ଏଥିରୁ ସ୍ପଷ୍ଟ ବାରି ହୋଇପଡିଛି।

Advertisment

ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ନିକଟରେ ବିଧାନସଭା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ସରକାରଙ୍କ ପାଖରେ ଟଙ୍କା ନାହିଁ। ତେଣୁ ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ନୂଆ ମୁଖ୍ୟମନ୍ତ୍ରୀ ଋଣ ମାଗିଛନ୍ତି।

ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ 'ଲାଡଲି ବେହନା' ଭଳି କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଥିଲେ। ଯାହା ବିଜେପିର ବିଜୟରେ ସହାୟକ ହୋଇଥିଲା କିନ୍ତୁ ଏହାର ଫଳସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ଋଣବୋଝ ବଢିଛି। କୌଣସି ସଙ୍କଟ ନାହିଁ ଏବଂ ପାଣ୍ଠି ଅଭାବରୁ କୌଣସି କଲ୍ୟାଣକାରୀ ଯୋଜନା ବନ୍ଦ କରାଯିବ ନାହିଁ ବୋଲି ଏବେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଶିବରାଜ ସିଂହ ଚୌହାନ ସରକାର କେବଳ ୨୦୨୩ ମସିହାରେ ୪୪.୦୦୦ କୋଟି ଟଙ୍କା ଋଣ ନେଇଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ ନିଆଯାଇଥିବା ୫ ହଜାର କୋଟି ଟଙ୍କାର ଋଣ ମଧ୍ୟ ଏଥିରେ ସାମିଲ ଅଛି। କୁହାଯାଉଛି ଯେ, ଏହି ଟଙ୍କାର ଏକ ବଡ଼ ଅଂଶ 'ଲାଡଲି ବେହନା' ଯୋଜନାରେ ଖର୍ଚ୍ଚ ହୋଇଛି। ବର୍ତ୍ତମାନ ନୂତନ ସରକାର ଆସିବା ପରେ ରାଜ୍ୟ ସରକାରଙ୍କ ରାଜକୋଷ ଖାଲି ହୋଇଯାଇଛି।

ସେପଟେ ବିରୋଧୀ କଂଗ୍ରେସ ଦଳ ଯୁକ୍ତି ବାଢ଼ିଛି ଯେ ରାଜ୍ୟକୁ ଦେବାଳିଆ ଆଡ଼କୁ ଠେଲି ଦିଆଯାଉଛି। ଯଦି ସେମାନେ କ୍ଷମତାରେ ଥାଆନ୍ତେ, ତେବେ ସେମାନେ ନୂତନ ରାଜସ୍ୱ ଉତ୍ସ ଖୋଜିଥାନ୍ତେ। ଜବାବରେ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଦା ଏହି ଋଣକୁ ସମର୍ଥନ କରି କହିଛନ୍ତି ଯେ ଏହାକୁ ଉନ୍ନୟନ ମୂଳକ ପ୍ରକଳ୍ପରେ ବ୍ୟବହାର କରାଯିବ। ପୂର୍ବ କଂଗ୍ରେସ ସରକାର ପାଣ୍ଠିର ଅପବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି।

MadhyaPradesh Shivraj Singh Chouhan CM Mohan Yadav