Advertisment

ହାଟ୍ରିକ୍‌ କରିଛନ୍ତି ସତ, ହେଲେ ରଜନୀଙ୍କ ପାଇଁ ଏଥର ପଥ ନିଷ୍କଣ୍ଟକ ନୁହେଁ

ଅନୁଗୋଳ(ବିରଜା ପ୍ରାସାଦ ଦାଶ): ଓଡ଼ିଶାର ଏକ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ହେଉଛି ଅନୁଗୋଳ। ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଏହି ନିର୍ବାଚନ ମଣ୍ଡଳୀ ଗତ ୪ଟି ନିର୍ବାଚନରେ ବିଜେଡି କବ୍‌ଜାରେ ରହିଛି। ହେଲେ ଏଥରର ସମୀକରଣ କ’ଣ ହେବ ତାହା ଦେଖିବାକୁ ରହିଲା। ଏଥର ଏଠାରେ ତ୍ରୀମୁଖି ଲଢେଇ ହେବ ଆପାତତଃ ସ୍ପଷ୍ଟ ହୋଇଛି। ୨୦୦୦ ମସିହାରେ ବର୍ତ୍ତମାନର ବିଧାୟକ ରଜନୀକାନ୍ତ ସିଂହଙ୍କ ପିତା ଅଦ୍ୱୈତ ପ୍ରସାଦ ସିଂ ବିଜେଡି ଟିକେଟରୁ ନିର୍ବାଚନ ଜିତି ବିଧାୟକ […]

author-image
Mihir Pattnayak
ହାଟ୍ରିକ୍‌ କରିଛନ୍ତି ସତ, ହେଲେ ରଜନୀଙ୍କ ପାଇଁ ଏଥର ପଥ ନିଷ୍କଣ୍ଟକ ନୁହେଁ

anugul-Final-Pic

ଅନୁଗୋଳ(ବିରଜା ପ୍ରାସାଦ ଦାଶ): ଓଡ଼ିଶାର ଏକ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ହେଉଛି ଅନୁଗୋଳ। ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଏହି ନିର୍ବାଚନ ମଣ୍ଡଳୀ ଗତ ୪ଟି ନିର୍ବାଚନରେ ବିଜେଡି କବ୍‌ଜାରେ ରହିଛି। ହେଲେ ଏଥରର ସମୀକରଣ କ’ଣ ହେବ ତାହା ଦେଖିବାକୁ ରହିଲା। ଏଥର ଏଠାରେ ତ୍ରୀମୁଖି ଲଢେଇ ହେବ ଆପାତତଃ ସ୍ପଷ୍ଟ ହୋଇଛି। ୨୦୦୦ ମସିହାରେ ବର୍ତ୍ତମାନର ବିଧାୟକ ରଜନୀକାନ୍ତ ସିଂହଙ୍କ ପିତା ଅଦ୍ୱୈତ ପ୍ରସାଦ ସିଂ ବିଜେଡି ଟିକେଟରୁ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ପରବର୍ତ୍ତି ୩ଟି ନିର୍ବାଚନରେ ଅଦ୍ୱୈତଙ୍କ ପୁଅ ରଜନୀକାନ୍ତ ଲଗାତାର ହାଟ୍ରିକ କରି ଅନୁଗୋଳ ବିଧାୟକ ରହି ଆସିଛନ୍ତି।

Advertisment

ବର୍ତ୍ତମାନ ନିର୍ବାଚନ ତାରିଖ ଘୋଷଣା ପରେ ଅନୁଗୋଳ ଜିଲ୍ଲାରେ ମଧ୍ୟ ରାଜନୈତିକ ତାତି ବଢିବାରେ ଲାଗିଛି। ବିଜେଡି, ବିଜେପି ଓ କଂଗ୍ରେସ ଶିବିରରେ ଟିକେଟ ପାଇଁ ପ୍ରାର୍ଥୀ ଆଶା, ଆଶଙ୍କାରେ ରହିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ଅଧୀନରେ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିବା ରାଜନିକାନ୍ତଙ୍କ ପାଇଁ ଚଳିତ ନିର୍ବାଚନ ସେତେଟା ସହଜ ହେବ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞ ଭବିଷ୍ୟବାଣୀ କରିଛନ୍ତି । ଗତ ନିର୍ବାଚନରେ ୨୦୦୯ ନିର୍ବାଚନ ତୁଳନାରେ ଭୋଟ ପ୍ରତିଶତ କମିଥିବା ବେଳେ ଚଳିତ ଥର ସରକାର ବିରୋଧୀ ହାୱା ସହ ବିଜେପି ଓ କଂଗ୍ରେସର ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବା ରଣନୀତି ଏଥର ନିର୍ବାଚନ ବିଧାୟକଙ୍କ ପାଇଁ ମହଙ୍ଗା ପଡିପାରେ।

publive-image

ବିଜେଡି: ବିଧାୟକ ଟିକେଟ ପାଇଁ ବିଜେଡ଼ି ଦଳର ଏକାଧିକ ଆଶାୟୀ ରଜନୀକାନ୍ତଙ୍କ ପାଇଁ ସାଜିପାରନ୍ତି  କଣ୍ଟା । କାରଣ ଚଳିତ ନିର୍ବାଚନରେ ଟିକେଟ ପାଇଁ ତାଳଚେର -ଅନୁଗୋଳ- ମେରାମୁଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ ବା ତାମଡ଼ାର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଶକ୍ତିପ୍ରସାଦ ପଟ୍ଟନାୟକଙ୍କ ସହ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ ମଧ୍ୟ ଟିକେଟ ଆଶାରେ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ କରିବା ସହ ଲବି ଜୋରଦାର ଚଳାଇଛନ୍ତି । ସେହିପରି ବିଜେଡ଼ି ମୁଖିଆଙ୍କ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଘୋଷଣା ପରେ ବିଧାୟକଙ୍କ ପତ୍ନୀ ସଂଯୁକ୍ତା ସିଂ ମଧ୍ୟ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Advertisment

ବିଜେପି:ଗତ ୨ଟି ନିର୍ବାଚନକୁ ଦେଖିଲେ ବିରୋଧୀ କଂଗ୍ରେସ ଓ ବିଜେପି ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ହାସଲ କରି ଆସୁଥିଲେ। ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢ଼ି ୫୨ ହଜାର ୩୬ ଖଣ୍ଡ ଭୋଟ ପାଇବା ସହ ରଜନୀକାନ୍ତ ସିଂ( ୭୨୩୭୯)ଙ୍କଠାରୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ହାରିଥିବା ପ୍ରତାପ ଚନ୍ଦ୍ର ପ୍ରଧାନ ବର୍ତ୍ତମାନ ବିଜେପିର ପ୍ରମୁଖ ଟିକେଟ ଦାବିଦାର। ଏହା ସହ ଗତ ୨ଟି ନିର୍ବାଚନରେ ବିଜେପି ଟିକେଟରେ ଲଢ଼ି  ୨୦୦୯ରେ ୧୧୭୩୧ ଓ ୨୦୧୪ରେ ୧୯୯୪୮ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ଥିବା ବିଜେପିର ମୀନକେତନ ଅମାନ୍ତ ମଧ୍ୟ ଟିକେଟ ପାଇଁ ଆଶାବାଦୀ । ଏଣୁ ବିଜେପି ରାଜ୍ୟ ନେତୃତ୍ୱ କାହା ମୁଣ୍ଡରେ ସୁନା କଳଶ ଢାଳୁଛନ୍ତି ତାହା ଦେଖିବାକୁ ରହିଲା।

କଂଗ୍ରେସ:କଂଗ୍ରେସରୁ ଅନୁଗୋଳର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ପୁଅ ତଥା ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା ଏଥର ନିର୍ବାଚନ ଲଢ଼ିବା ପାଇଁ ଦୃଢ଼ ଦାବିଦାର। ସେହିପରି କାର୍ଯ୍ୟକାରୀ ସଭାପତି ଅମ୍ବିକା ପ୍ରସାଦ ଭଟ ମଧ୍ୟ ଟିକେଟ ଆଶାରେ ଅଛନ୍ତି ।

ସମସ୍ୟା:ଏହି ବିଧାନସଭା କ୍ଷେତ୍ରର ଜନସାଧାରଣ ଶିଳ୍ପ, କୃଷି ଓ ଅନ୍ୟାନ୍ୟ ବ୍ୟବସାୟ ଉପରେ ନିର୍ଭର କରି ଚଳିଥାନ୍ତି । ମାତ୍ର ଦୀର୍ଘବର୍ଷ ଧରି ଏହି ଆସନଟି ଶାସକ ଦଳର ବିଧାୟକଙ୍କ କବଜାରେ ଥିଲେ ମଧ୍ୟ ଆଜି ବି ବିଧାନସଭା କ୍ଷେତ୍ରରେ ବିଭିନ୍ନ ସମସ୍ୟା ଥିବା ଅଭିଯୋଗ କରୁଛନ୍ତି ଭୋଟର । ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରି ନ ଥିବା ବେଳେ ଶୀତଳ ଭଣ୍ଡାର ଦାବି ମଧ୍ୟ ପୂରଣ ହୋଇ ପାରିନାହିଁ ।ଏହା ସହ ବନ୍ତଳାରେ ଏକ ଅଗ୍ନିଶମ କେନ୍ଦ୍ର ଖୋଲାଯିବା ନେଇ ଦୀର୍ଘ ବର୍ଷର ସ୍ୱପ୍ନ ଅଞ୍ଚଳବାସୀଙ୍କ ସ୍ୱପ୍ନ ପାଲଟିଛି।  ଅନୁଗୋଳ ପୌରପାଳିକାରେ ସ୍ଥାୟୀ ଡ଼ମ୍ପିଂୟାର୍ଡ ନ ଥିବାରୁ ବିପର୍ଯ୍ୟସ୍ତ ହୋଇ ପଡିଛି ପରିମଳ ବ୍ୟବସ୍ଥା ।