ପରିବାରବାଦ ବିରୋଧରେ ବିଜେପିର ହୁଙ୍କାର ଏଥର ସିଂହ ଲଢେଇକୁ ଟକ୍କର ଦେବ କି ?

ବଲାଙ୍ଗିର (ଘଟେଶ୍ୱର ମିଶ୍ର/ମନୋରଞ୍ଜନ ଯୋଶୀ): ବଲାଙ୍ଗିର ପୌରସଂସ୍ଥା, ସଦର ବ୍ଲକ ଓ ଦେଓଗାଁ ବ୍ଲକକୁ ନେଇ ୩୮ ନମ୍ବର ବଲାଙ୍ଗିର ବିଧାନସଭା କ୍ଷେତ୍ର ଗଠିତ। ଗତ ନିର୍ବାଚନରେ ଏଠିକାର ଭୋଟର ସଂଖ୍ୟା ଥିଲା ୨ ଲକ୍ଷ ୧୦ ହଜାର ୭୩୬। ଯେଉଁଥିରେ ୧ ଲକ୍ଷ ୨୦ ହଜାର ୫୧୭ ପୁରୁଷ ଓ ୧ ଲକ୍ଷ ୧୩ ହଜାର ୬୬୬ ମହିଳା ଭୋଟର ସାମିଲ ଅଛନ୍ତି । ବଲାଙ୍ଗିର ସଦରରେ ଏଥର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୮ ତାରିଖରେ […]

balangiri

balangiri

Mihir Pattnayak
  • Published: Tuesday, 02 April 2019
  • Updated: 02 April 2019, 01:16 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର/ମନୋରଞ୍ଜନ ଯୋଶୀ): ବଲାଙ୍ଗିର ପୌରସଂସ୍ଥା, ସଦର ବ୍ଲକ ଓ ଦେଓଗାଁ ବ୍ଲକକୁ ନେଇ ୩୮ ନମ୍ବର ବଲାଙ୍ଗିର ବିଧାନସଭା କ୍ଷେତ୍ର ଗଠିତ। ଗତ ନିର୍ବାଚନରେ ଏଠିକାର ଭୋଟର ସଂଖ୍ୟା ଥିଲା ୨ ଲକ୍ଷ ୧୦ ହଜାର ୭୩୬। ଯେଉଁଥିରେ ୧ ଲକ୍ଷ ୨୦ ହଜାର ୫୧୭ ପୁରୁଷ ଓ ୧ ଲକ୍ଷ ୧୩ ହଜାର ୬୬୬ ମହିଳା ଭୋଟର ସାମିଲ ଅଛନ୍ତି । ବଲାଙ୍ଗିର ସଦରରେ ଏଥର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୮ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ରାଜନୈତିକ ସ୍ଥିତି

ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥାଏ ବଲାଙ୍ଗିର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ । ଅଧିକାଂଶ ସମୟରେ ଏଠାରୁ ବିଜୟୀ ହେଉଥିବା ବିଧାୟକ ମନ୍ତ୍ରୀ ପରିଷଦରେ ସାମିଲ ହୋଇଥାନ୍ତି ନଚେତ୍‌ ବିରୋଧୀଦଳରେ ଥିଲେ ମିଳିଥାଏ ମର୍ଯ୍ୟାଦାପୂର୍ଣ୍ଣ ଦାୟିତ୍ୱ। ଦେଶ ସ୍ୱାଧୀନ ହେବା ପରେ, ଅଧିକାଂଶ ସମୟ ସ୍ଥାନୀୟ ରାଜ ପରିବାରର ଦବଦବାରେ ରହିଛି ଏହି ନିର୍ବାଚନମଣ୍ଡଳୀ।

ଗତ ସାଧାରଣ ନିର୍ବାଚନରେ ଏହି ଟ୍ରେଣ୍ଡ ଭାଙ୍ଗିଥିଲେ ବର୍ତ୍ତମାନର ବିରୋଧୀଦଳ ନେତା ନରସିଂହ ମିଶ୍ର।  ଗତଥର ବିଜେଡିର ଭେଟେରାନ ଲିଡର ଅନଙ୍ଗ ଉଦୟ ସିଂଦେଓଙ୍କୁ, ନରସିଂହ ପରାଜିତ କରି ବିଜୟୀ ହୋଇଥିଲେ। ଏଥର କିନ୍ତୁ ନରସିଂହଙ୍କୁ ଟକ୍କର ଦେବେ ଅନଙ୍ଗଙ୍କ ସାନ ପୁଅ ଅର୍କେଶ ନାରାୟଣ ସିଂହ ଦେଓ। କଥା ଛଳରେ ଏଠାକାର ଭୋଟର କୁହନ୍ତି ଏଥର ସିଂହ ଲଢେଇ ହେବ। କାରଣ ଜଣେ ନାଁରେ ସିଂହ ଆଉ ଜଣଙ୍କର ସାଙ୍ଗିଆରେ।

ନିର୍ବାଚନ ମଣ୍ଡଳୀ ଇତିହାସ

ଏବେ ଆସନ୍ତୁ ନଜର ପକାଇବା ଏହି ନିର୍ବାଚନ ମଣ୍ଡଳୀର ଇତିହାସ ଉପରେ ଏଠି ତିନି ଥର ବିଜେଡି, ତିନି ଥର କଂଗ୍ରେସ, ଦୁଇଥର ଜନତା ଦଳ, ଥରେ ଜନତା ପାର୍ଟି, ତିନିଥର ଗଣତନ୍ତ୍ର ପରିଷଦ ଏବଂ ତିନିଥର ସ୍ୱତନ୍ତ୍ର ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଗୋଟିଏ ଥର ବି ଏହି ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ବିଜୟୀ ହୋଇନାହାନ୍ତି । ୧୯୬୭ରୁ ୧୯୭୪ ମସିହା ପର୍ଯ୍ୟନ୍ତ ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ, ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ତାଙ୍କ ପୁଅ ଅନଙ୍ଗ ଉଦୟ ସିଂଦେଓ। ୫ ଥର ଲଗାତାର ଅନଙ୍ଗ ଉଦୟ ସିଂଦେଓ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଗତ ୨୦୧୪ ନିର୍ବାଚନରେ କଂଗ୍ରେସର ଭେଟେରାନ ଲିଡର ନରସିଂହ ମିଶ୍ର ଅନଙ୍ଗଙ୍କୁ ପରାସ୍ତ କରି ରାଜପରିବାରର ବିଜୟ ରଥରେ ବ୍ରେକ ଲଗାଇଥିଲେ ।

 ସମସ୍ୟା ଓ ନିର୍ବାଚନୀ ପ୍ରସଙ୍ଗ

ଗତ ୨୦୧୪ ନିର୍ବାଚନରେ ବଲାଙ୍ଗିର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ଇସ୍ତାହାରକୁ ଛାଡିଦେଲେ, ଏଠି ମୁଖ୍ୟ ପ୍ରସଙ୍ଗ ଥିଲା ବିକାଶ । କାରଣ ବଲାଙ୍ଗିର ଏକ ପଛୁଆ ଜିଲ୍ଲା ହୋଇଥିବାରୁ, ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ନିର୍ବାଚନୀ ଇସ୍ୟୁ ହୋଇଥିଲା । ଏସବୁ ବାଦ ଅଧା ଅପନ୍ତରିଆ ହୋଇ ପଡିରହିଥିବା ମେଡିକାଲ କଲେଜ ଓ ଲୋୟର ସୁକତେଲ ପ୍ରକଳ୍ପ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଆଦି ନିର୍ବାଚନର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲା। ନରସିଂହ ବିଜୟୀ ହୋଇ ବିରୋଧୀଦଳର ନେତା ହୋଇଥିବା ବେଳେ, ଅନଙ୍ଗ ପୁଣିଥରେ ରାଜ୍ୟସଭାକୁ ଯାଇଥିଲେ । ତେଣୁ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ  ଗୋଟିଏ ପ୍ରକାର ରାଜନୈତିକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । କିନ୍ତୁ ଏସବୁ ଭିତରେ ମେଡିକାଲ କଲେଜରେ ନାମଲେଖା ଆରମ୍ଭ ହୋଇଯାଇଛି । ତେଣୁ ଶ୍ରେୟ ନେବା ପାଇଁ  କଂଗ୍ରେସ, ବିଜେଡି  ଓ ବିଜେପି ଭିଡାଭିଡି ହେଉଛନ୍ତି।  କିନ୍ତୁ ଦୀର୍ଘ ୬ ମାସରୁ ଅଧିକ ହେବ ପୁଣିଥରେ ବନ୍ଦ ରହିଛି ବଲାଙ୍ଗିର ଜିଲ୍ଳାର ଜୀବନରେଖା ଲୋୟର ସୁକତେଲ ପ୍ରକଳ୍ପର କାମ। ବଲାଙ୍ଗିର ପଟୁ ଖୋର୍ଦ୍ଧାକୁ ମାତ୍ର ୧୯ କିଲୋମିଟର ଟ୍ରେନ ଗଡିପାରିଛି। ଏଣୁ ଏ ସବୁକୁ ଆଧାର କରି ଏଥର ନିର୍ବାଚନ ହେବ ବୋଲି ଆଶା।

କଂଗ୍ରେସ: ଗତ ୧୯୮୫ ମସିହାରେ ମୁଜାଫର ହୁସେନ ଖାନ କଂଗ୍ରେସ ଦଳରୁ ବିଧାୟକ ହୋଇଥିଲେ। ତା ପରେ ୫ଟି ନିର୍ବାଚନରେ କଂଗ୍ରେସ ଦଳ ସଫଳତା ପାଇ ନ ଥିଲା।  କିନ୍ତୁ ଗତ ନିବାର୍ଚନରେ ସବୁ ଆକଳନକୁ ଓଲଟ ପାଳଟ କରି କଂଗ୍ରେସ ଦଳରୁ ନରସିଂହ ମିଶ୍ର ବିଜୟୀ ହୋଇଥିଲେ । ବିଧାନସଭାରେ ବିରୋଧୀଦଳ ପଦ ମଧ୍ୟ ଅକ୍ତିଆର କରିଥିଲେ । ବିରୋଧୀଦଳ ନେତା ଭାବରେ ବେଶ ଦବଦବା ମଧ୍ୟ ରହିଥିଲା ତାଙ୍କର।  ନିର୍ବାଚନ ମଣ୍ଡଳୀର ପାଣି ସମସ୍ୟାଠୁ ଆରମ୍ଭ କରି ସ୍କୁଲ କୋଠା, ରାସ୍ତାଘାଟ ଭଳି ବିଭିନ୍ନ ସମସ୍ୟାର ସମାଧାନର ଦିଗରେ ଅନେକ ପଦକ୍ଷେପ ନେଇଥିଲେ । ବଲାଙ୍ଗିର କରାଯାଇଥିବା ବିକାଶ ମୂଳକ କାର୍ଯ୍ୟକୁ ଦେଖି ଲୋକେ ପୁଣିଥରେ କଂଗ୍ରେସ ଦଳ ଉପରେ ଭରସା କରିବେ ଆଶା ରଖିଛନ୍ତି ନରସିଂହ । ଏ ସବୁ ଭିତରେ କିନ୍ତୁ, କଂଗ୍ରେସ ଦଳର ଲୋକସଭା ପାଇଁ ଆଶାୟୀ ଥିବା ପି.ସି.ସି ସମ୍ପାଦକ ଲକ୍ଷ୍ମଣ ମେହେର ଟିକେଟ ନ ମିଲିବାରୁ, ଏଥର ନରସିଂହଙ୍କ ପାଇଁ ପ୍ରଚାର ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଦେଓଗାଁ ବ୍ଲକରେ ଲକ୍ଷ୍ମଣଙ୍କ ସମର୍ଥକ ଅନ୍ୟଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିଜେଡି : ଗତଥର ଅନଙ୍ଗ ଉଦୟ ସିଂଦେଓଙ୍କୁ ପରାସ୍ତ କରିଥିଲେ ନରସିଂହ।  ଏଥର ଅନଙ୍ଗ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେବା ପରେ ତାଙ୍କ ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କୁ ପ୍ରାର୍ଥୀ କରିଛି ଦଳ।  ବଲାଙ୍ଗିର ବିଧାନସଭାରେ କଂଗ୍ରେସ ବିଧାୟକ ଥିଲେ ମଧ୍ୟ ଅର୍କେଶଙ୍କ ନେତୃତ୍ୱରେ ବିଜେଡି ଦଳ ବଲାଙ୍ଗିର ପୌରପରିଷଦକୁ ନିଜ ଅକ୍ତିଆରରେ ନେବାର ସଫଳ ହୋଇଥିଲା । ଏହା ସହିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ଭଳ ପ୍ରଦର୍ଶନ କରିଥିଲା  ଅର୍କେଶଙ୍କ ନେତୃତ୍ୱରେ ୪ଟି ଜିଲା ପରିଷଦରୁ ୩ଟି ଜିଲ୍ଲା ପରିଷଦକୁ ଅକ୍ତିଆର କରିଥିଲା ବିଜେଡି । ଏହା ସହିତ ବିଜେପିର ଗତଥରର ବିଧାୟକ ପ୍ରାର୍ଥୀ ବାସୁଦେବ ପତି ମଧ୍ୟ ହଜାର ହଜାର କର୍ମୀଙ୍କ ସହିତ ବିଜେଡି ଦଳରେ ସାମିଲ ହୋଇଛନ୍ତି।   ତେଣୁ ନରସିଂହଙ୍କୁ କଡା ଟକ୍କର ଦେଇ ବାଜିମାତ କରିବା ପାଇଁ ଫୁଲଦମ୍‌ରେ ଲାଗିପଡିଛନ୍ତି ଅର୍କେଶ ନାରାୟଣ ସିଂଦେଓ।

ବିଜେପି: ବଲାଙ୍ଗିର ବିଧାନସଭାରେ କିନ୍ତୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଥରଟିଏ ମଧ୍ୟ ବିଜୟୀ ହୋଇପାରିନାହାନ୍ତି । କିନ୍ତୁ ଏଥର ଦଳ ଜଣେ ଯୁବକ ରାଜନେତା ଅନନ୍ତ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି।  କଂଗ୍ରେସ ଓ ବିଜେଡି ଦଳରେ ପରିବାର ବାଦ ଚାଲିଥିବାରୁ ତାହାକୁ ଟାର୍ଗେଟ କରୁଛନ୍ତି ବିଜେପି ପ୍ରାର୍ଥୀ ଅନନ୍ତ।  ବଲାଙ୍ଗିରରେ ଦୁଇଟି ପରିବାର ଦୀର୍ଘ ଦିନରୁ ରାଜ କରୁଥିବା ବେଳେ, ବଲାଙ୍ଗିରର ବିକାଶ ହୋଇପାରିନାହିଁ  ତେଣୁ ଲୋକେ ବିଜେପିକୁ ହିଁ ବିକଳ୍ପ ଭାବରେ ଏଥର ବିଜୟୀ କରିବେ ଆଶା ରଖିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଅନନ୍ତ କୁମାର ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story