Advertisment

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ସତରେ କ’ଣ କଳିକେଶଙ୍କୁ ହରାଇ ଦେବେ ଭାଉଜ ?

ବଲାଙ୍ଗିର(ଘଟେଶ୍ୱର ମିଶ୍ର/ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଲୋକସଭା ଆସନ ଲାଗି ଏଥର କଡା ଟକ୍କର ହେବ। କିନ୍ତୁ ଭୋଟ ତାଙ୍କରି ହାତକୁ ଯିବ ଯିଏ ପ୍ରତିଶ୍ରୁତି ରଖିବାକୁ ସକ୍ଷମ ବୋଲି ଭାବିବେ ଭୋଟର। ବର୍ତ୍ତମାନର ସାଂସଦ କଳିକେଶଙ୍କ ପ୍ରତି ଲୋକଙ୍କ ଆକ୍ରୋଶ ରହିଛି। କାରଣ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନାହାନ୍ତି। ବଲାଙ୍ଗିର ମେଡିକାଲ କଲେଜ ନିର୍ମାଣ ହୋଇଥିଲେ ମଧ୍ୟ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାର୍ଯ୍ୟ ସରିପାରିଲା ନାହିଁ। ଫଳରେ ପୂର୍ବ ଓ ପଶ୍ଚିମ ଓଡିଶା ମଧ୍ୟରେ […]

ଅଦ୍ୟତନ ହୋଇଛି
ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ସତରେ କ’ଣ କଳିକେଶଙ୍କୁ ହରାଇ ଦେବେ ଭାଉଜ ?

bt

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର/ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଲୋକସଭା ଆସନ ଲାଗି ଏଥର କଡା ଟକ୍କର ହେବ। କିନ୍ତୁ ଭୋଟ ତାଙ୍କରି ହାତକୁ ଯିବ ଯିଏ ପ୍ରତିଶ୍ରୁତି ରଖିବାକୁ ସକ୍ଷମ ବୋଲି ଭାବିବେ ଭୋଟର। ବର୍ତ୍ତମାନର ସାଂସଦ କଳିକେଶଙ୍କ ପ୍ରତି ଲୋକଙ୍କ ଆକ୍ରୋଶ ରହିଛି। କାରଣ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନାହାନ୍ତି। ବଲାଙ୍ଗିର ମେଡିକାଲ କଲେଜ ନିର୍ମାଣ ହୋଇଥିଲେ ମଧ୍ୟ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାର୍ଯ୍ୟ ସରିପାରିଲା ନାହିଁ। ଫଳରେ ପୂର୍ବ ଓ ପଶ୍ଚିମ ଓଡିଶା ମଧ୍ୟରେ ଏବେ ମଧ୍ୟ ସେଇ ଦୂରତ୍ୱ ରହିଛି ଯାହା ୨୦୧୪ ସମୟରେ ଥିଲା। କଳିକେଶଙ୍କ ପାଇଁ ସବୁଠାରୁ ବଡ଼ କଣ୍ଟା ହେବ ଏହି ଅଧୂରା ରେଳପଥ ନିର୍ମାଣ କାର୍ଯ୍ୟ।

Advertisment

ଖାଲି ସେତିକି ନୁହେଁ ଲୋୟର ସୁକତେଲ ପ୍ରକଳ୍ପ ମଧ୍ୟ ଅଧପନ୍ତରିଆ ହୋଇ ପଡି ରହିଥିବାରୁ ଜନ ଅସନ୍ତୋଷ ଦେଖାଦେଉଛି। କିନ୍ତୁ କଳିକେଶ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି କହି ଭୋଟ ଭିକ୍ଷା କରୁଛନ୍ତି। ଆଉ କାମ ଡେରି ହେବାରୁ ଦୋଷ ଲଦୁଛନ୍ତି କେନ୍ଦ୍ର ଉପରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନଲୋଭା ଯୋଜନାକୁ ଆଧାର କରି ସେ ଭୋଟ ମାଗୁଥିଲେ ବି ଏଥର ଭୋଟ ଭିକ୍ଷାଥାଳି ପୂର୍ଣ୍ଣ କରିବା କାଠିକର ପାଠ ହେବ ବୋଲି କୁହାଯାଉଛି।

ଏପଟେ ପାରମ୍ପରିକ ବିରୋଧି ଭାବେ ବିଜେପି ଟିକେଟରେ ତାଙ୍କୁ ଟକ୍କର ଦେଉଛନ୍ତି ସଙ୍ଗୀତା ସିଂହଦେଓ। ସମ୍ପର୍କରେ ସେ ହେଉଛନ୍ତି କଳିକେଶଙ୍କ ଭାଉଜ। ସଙ୍ଗୀତା ଏହି ଆସନରୁ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସାଂସଦ ରହି ଆସିଥିଲେ। ୨୦୦୯ ଏବଂ ୨୦୧୪ ନିର୍ବାଚନରେ  କଳିକେଶଙ୍କ ସହ ତାଙ୍କର କଡା ଟକ୍କର ହୋଇଥିଲା ଏବଂ ସେ ହାରିଥିଲେ।  ୨୦୧୪ରେ ମାତ୍ର ୧୦ ହଜାର ଭୋଟରେ ସେ ହାରି ଯାଇଥିଲେ।  ଏଥର ମଧ୍ୟ ଭାଉଜ ଦିଅର ଲଢାଇ ହେବ। ସ୍ଥିତି ଭିନ୍ନ ଥିବାରୁ ଏଠି ଏବେ ମୋଦି ହାୱା ବହୁଛି। ଏଣୁ ସଙ୍ଗୀତା ମଧ୍ୟ ଗାଦି ଛଡେଇ ନ ନେବେ କିଏ କହିବ। ସେ ମୋଦିଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଆଧାରରେ ଭୋଟ ଭିକ୍ଷା କରୁଛନ୍ତି। ଏପରିକି ଅଧପନ୍ତରିଆ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ ବିଜେପି ସରକାର ଆସିବା ମାତ୍ରେ ପୂରଣ ହେବ ବୋଲି କହୁଛନ୍ତି । ନବୀନ ସରକାରଙ୍କ ଅଧା ପନ୍ତରିଆ କାର୍ଯ୍ୟକୁ ଅଙ୍ଗୁଳୀ ନିର୍ଦ୍ଦେଶ କରୁଛନ୍ତି। ମେଡିକାଲ, ବସ୍‌ ଟର୍ମିନାଲ ନିର୍ମାଣ ଲାଗି ନିର୍ଭର ପ୍ରତିଶ୍ରୁତି ଦେଉଛନ୍ତି ସେ। ହେଲେ ଅଭିଜ୍ଞତା ସମ୍ପନ୍ନ ଦିଅରଙ୍କୁ ଯୁଦ୍ଧରେ ପରାସ୍ତ କରିବା ତାଙ୍କ ପକ୍ଷରେ କେତେ ସମ୍ଭବ ତାହା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହିଁ କହିବ ବୋଲି କହୁଛନ୍ତି ଭୋଟର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe