Advertisment

ରଘୁ ମହାନ୍ତିଙ୍କ ଘର ବାହୁଡ଼ା ବିଜେଡିକୁ ସୁହାଇବ ତ !

ବସ୍ତା(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ହେଉଛି ବସ୍ତା। ଏହି ନିର୍ବାଚନ ମଣ୍ଡଳୀକୁ  ୩୦ ବର୍ଷ ଧରି ଅଣକଂଗ୍ରେସ ଦଳ ଶାସନ କରି ଆସୁଛି। ପ୍ରତି ନିର୍ବାଚନରେ ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ଜୋରଦାର ହୋଇଥିବା ବେଳେ ଆସନ୍ତା ନିର୍ବାଚନରେ ତ୍ରୀମୁଖୀ ଲଢେଇ ଦେଖିବାକୁ ମିଳିବ ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ୨୦୧୪ ନିର୍ବଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ଲଢେଇ ହୋଇଥିଲା। […]

author-image
Minati Mishra
ରଘୁ ମହାନ୍ତିଙ୍କ ଘର ବାହୁଡ଼ା ବିଜେଡିକୁ ସୁହାଇବ ତ !

basta-Picss-Pics

ବସ୍ତା(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ହେଉଛି ବସ୍ତା। ଏହି ନିର୍ବାଚନ ମଣ୍ଡଳୀକୁ  ୩୦ ବର୍ଷ ଧରି ଅଣକଂଗ୍ରେସ ଦଳ ଶାସନ କରି ଆସୁଛି। ପ୍ରତି ନିର୍ବାଚନରେ ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ଜୋରଦାର ହୋଇଥିବା ବେଳେ ଆସନ୍ତା ନିର୍ବାଚନରେ ତ୍ରୀମୁଖୀ ଲଢେଇ ଦେଖିବାକୁ ମିଳିବ ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି।

Advertisment

publive-image

୨୦୧୪ ନିର୍ବଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ଲଢେଇ ହୋଇଥିଲା। ୧୯୯୦ ପୂର୍ବରୁ ବସ୍ତା କଂଗ୍ରେସର ଗଡ଼ ଭାବେ ଜଣାଶୁଣା ଥିଲା।  ୧୯୯୦ ପରେ ଏହି ନିର୍ବାଚନ ମଣ୍ଡଳୀ ଅଣ କଂଗ୍ରେସ  ହାତକୁ ଯାଇଥିଲା। ରଘୁନାଥ ମହାନ୍ତି ଜନତା ଦଳରୁ ୨ ଥର ଓ ବିଜେଡିରୁ ୩ ଥର ବିଧାୟକ ଏଠାରେ ବିଧାୟକ ରହିଥିଲେ। କିନ୍ତୁ ୨୦୧୪ ପରେ ରଘୁନାଥ ମହାନ୍ତି ଦଳରୁ ବାଦ୍‌ ପଡ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିତ୍ୟାନନ୍ଦ ସାହୁଙ୍କୁ ଟିକେଟ୍ ଦେଇଥିଲେ। କିନ୍ତୁ ଏଥର ତାଙ୍କୁ ଟିକେଟ ମିଳିବ କି ନାହିଁ ତାହା ସନ୍ଦେହରେ ରହିଛି।

ବିଜେଡି:୨୦୧୪ ନିର୍ବାଚନରେ ବିଜେଡିରୁ ନିତ୍ୟାନନ୍ଦ ସାହୁ ବିଧାୟକ ବିଜୟୀ ହୋଇଥିଲେ। ସେ କ୍ଷମତାକୁ ଆସିବା ପରେ ବସ୍ତା ନିର୍ବାଚନ ମଣ୍ଡଳୀର ସେଭଳି ଆଖିଦୃଶିଆ ପରିବର୍ତ୍ତନ ହୋଇପାରିନାହିଁ ବୋଲି ଭୋଟରଙ୍କ ଅଭିଯୋଗ। ତଥାପି ଏହି ଆସନରୁ  ପୁଣିଥିରେ ନିର୍ବାଚନ ଲଢିବାକୁ ସଜବାଜ ହେଉଛନ୍ତି ନିତ୍ୟାନନ୍ଦ। ତାଙ୍କର କାର୍ଯ୍ୟଦକ୍ଷତା ଓ ପାରିବା ପଣିଆକୁ ବସ୍ତା ନିର୍ବାଚନ ମଣ୍ଡଳୀର ଭୋଟର ଗ୍ରହଣ କରିବେ କି ନାହିଁ ତାହା ତ ପରକଥା। ଦଳ ତାଙ୍କୁ ଟିକଟ ଦେବ କି ନାହିଁ  ତାହା ସବୁଠାରୁ ବଡ ପ୍ରଶ୍ନ।

Advertisment

ଇତି ମଧ୍ୟରେ ରଘୁ ମହାନ୍ତି ବିଜେଡିକୁ ବାହୁଡ଼ି ଆସିଛନ୍ତି। ଏଠାରେ ତାଙ୍କ ଦବ୍‌ଦବା ମଧ୍ୟ ରହିଛି।  ସେ ବିଜେଡ଼ି ଟିକେଟ ପାଇବା ଏକ ପ୍ରକାର ସ୍ପଷ୍ଟ। ତେବେ ସେ ଲୋକସଭା ଆସନ ପାଇଁ ଲଢିବେ ନା ବିଧାନସଭା ପାଇଁ ସେ ନେଇ ସନ୍ଦେହ ରହିଛି। ଯଦି ତାଙ୍କୁ ଲୋକସଭା କିମ୍ବା ଅନ୍ୟ କୌଣସି ଆସନରୁ ଟିକଟ ମିଳେ ତେବେ ବସ୍ତା ଆସନ ପାଇଁ ବିଜେଡି ତାଲିକାର ୨ୟ ସ୍ଥାନରେ ଅଛନ୍ତି ମହାଦେବ ଦାସ। ଯଦି ମହିଳା କୋଟା ହୁଏ ତେବେ ସାଂସଦ ରବି ଜେନାଙ୍କ ପତ୍ନୀ ସୁବାସିନୀ ଜେନାଙ୍କୁ ମିଳିପାରେ ବୋଲି ଆଲୋଚନା ହେଉଛି।

କଂଗ୍ରେସ: ବସ୍ତା ବିଧାନସଭା ଆସନ ପାଇଁ କଂଗ୍ରସର ପ୍ରାର୍ଥୀ ତାଲିକା ଏକ ପ୍ରକାର ଚୂଡ଼ାନ୍ତ ହୋଇ ସାରିଛି। ଏହି ଆସନରୁ ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ ନାୟକଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଏକ ପ୍ରକାର ଚୂଡ଼ାନ୍ତ କରିଛି।

ଭାଜପା:ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପାର ସ୍ଥିତି ଏକ ପ୍ରକାର ଦୁର୍ବଳ କହିଲେ ଚଳେ। ଏଠାରୁ ପ୍ରାର୍ଥୀ ହେବା ପାଇଁ ସେପରି କୌଣସି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟ ଦଳରେ ନାହାନ୍ତି। ଏଠାରେ ଦେବୀପ୍ରସନ୍ନ ଚାନ୍ଦଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି। କଂଗ୍ରେସର ଦେବୀପ୍ରସନ୍ନ ଜଳେଶ୍ୱରର ପୂର୍ବତନ ବିଧାୟକ ଥିଲେ। ତେବେ ସେ କଂଗ୍ରେସରେ କୋଣଠେସା ହୋଇ ରହିଛନ୍ତି। ଏପରିକି କଂଗ୍ରେସରୁ ତାଙ୍କୁ ଟିକଟ ମିଳିବାର ସମ୍ଭାବନା ମଧ୍ୟ କମ୍। ତେଣୁ ଦେବୀପ୍ରସନ୍ନ କଂଗ୍ରେସର ହାତ ଛାଡ଼ି ପଦ୍ମ ଧରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି।