Advertisment

ଅସନ୍ତୁଷ୍ଟଙ୍କ ପାଇଁ ବିଗିଡି ଯିବକି ବିଜେଡି ଗଣିତ !

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲାର ପ୍ରମୁଖ ନିର୍ବାଚନମଣ୍ଡଳୀଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଖଲ୍ଲିକୋଟ। ପୁରୁଷୋତ୍ତମପୁର ବ୍ଲକ ଓ ଖଲ୍ଲିକୋଟ ଏନ୍‌ଏସି ହେଉଛି ଏହି ନିର୍ବାଚନ ମଣ୍ଡଳୀର ପ୍ରମୁଖ ଅଞ୍ଚଳ। ଏହା ବ୍ୟତୀତ ପୁରୁଷୋତ୍ତମପୁରର ୧୦ ପଞ୍ଚାୟତ ଏହା ଅଧୀନରେ ଆସୁଛି। ସମ୍ପ୍ରତି ଏହି ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ସେଠୀ। ସେ ୨୦୧୪ ନିର୍ବାଚନରେ ବିଜେଡି ଟିକେଟରୁ ଲଢି ବିଜୟୀ ହୋଇଥିଲେ। ଏହି ଏସ୍‌ସି(SC) ସଂରକ୍ଷିତ ଆସନଟି ଦୀର୍ଘବର୍ଷ ହେବ ବିଜେଡି ହାତରେ ରହିଛି। ଏଣୁ […]

author-image
Mihir Pattnayak
ଅସନ୍ତୁଷ୍ଟଙ୍କ ପାଇଁ ବିଗିଡି ଯିବକି ବିଜେଡି ଗଣିତ !

KHALIKOT-2

ବ୍ରହ୍ମପୁର(ଜଗନ୍ନାଥ ସାହୁ):ଗଞ୍ଜାମ ଜିଲାର ପ୍ରମୁଖ ନିର୍ବାଚନମଣ୍ଡଳୀଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଖଲ୍ଲିକୋଟ। ପୁରୁଷୋତ୍ତମପୁର ବ୍ଲକ ଓ ଖଲ୍ଲିକୋଟ ଏନ୍‌ଏସି ହେଉଛି ଏହି ନିର୍ବାଚନ ମଣ୍ଡଳୀର ପ୍ରମୁଖ ଅଞ୍ଚଳ। ଏହା ବ୍ୟତୀତ ପୁରୁଷୋତ୍ତମପୁରର ୧୦ ପଞ୍ଚାୟତ ଏହା ଅଧୀନରେ ଆସୁଛି। ସମ୍ପ୍ରତି ଏହି ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ସେଠୀ। ସେ ୨୦୧୪ ନିର୍ବାଚନରେ ବିଜେଡି ଟିକେଟରୁ ଲଢି ବିଜୟୀ ହୋଇଥିଲେ। ଏହି ଏସ୍‌ସି(SC) ସଂରକ୍ଷିତ ଆସନଟି ଦୀର୍ଘବର୍ଷ ହେବ ବିଜେଡି ହାତରେ ରହିଛି। ଏଣୁ ଏଥର ମଧ୍ୟ ବିଜେଡି ଖଲ୍ଲିକୋଟରେ ଗାଦି ହାତଛଡା କରିବାକୁ ଚାହୁଁନି। ଆଉ ପ୍ରଚାର ମଇଦାନରେ ନବୀନଙ୍କ ମନଲୋଭା ଯୋଜନା କଥା କହି ଭୋଟ ଭିକ୍ଷା ଆରମ୍ଭ କରିଛି। ବିଜେପି ମୋଦି ହାୱାକୁ ନେଇ ଓହ୍ଲାଇଛି ମଇଦାନକୁ।

Advertisment

publive-image

ରାଜନୈତିକ ପାଣିପାଗ

ପୂର୍ବରୁ ୧୦ଥର ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ଦେଓ ଏଠାରୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୯ ଓ ୨୦୧୪ରେ ଏହା ଏସ୍‌ସିମାନଙ୍କ ପାଇଁ ସଂରକ୍ଷିତ ହେବା ପରେ ଏଠାରୁ ବିଜେଡିର ପୂର୍ଣ୍ଣଚନ୍ଦ୍ର ସେଠୀ ବିଧାୟକ ହୋଇଥିଲେ।

ହେଲେ ଏଥର ବିଜେଡି ପକ୍ଷରୁ ନୂତନ ପ୍ରାର୍ଥୀ ଭାବେ କେ.କେ. ସୂର୍ଯ୍ୟମଣି ବୈଦ୍ୟଙ୍କୁ ଟିକେଟ ଦେଇଛି ଦଳ।  ଏହାକୁ ନେଇ ଦଳରେ ଅସନ୍ତୋଷ ଦେଖାଦେଇଛି। ଯାହାର ଫଳ ସ୍ୱରୂପ ଖଲ୍ଲିକୋଟ ବ୍ଲକର ବହୁ ବିଜେଡି ସମର୍ଥିତ ସମିତି ସଭ୍ୟ, ପୂର୍ବତନ ସରପଞ୍ଚ ଓ ଶତାଧିକ କର୍ମୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

Advertisment

ସେହିପରି ବିଜେପି ପକ୍ଷରୁ ଖଲ୍ଲିକୋଟ ପାଇଁ ଭାରତୀ ବେହେରା, କଂଗ୍ରେସ ପକ୍ଷରୁ ଭୋକାଲି ସେଠୀ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି। ବର୍ତ୍ତମାନ ସ୍ଥିତିରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି।