ନୂଆ ମୁହାଁକୁ ଭରସିଛି ବିଜେଡି, ହେଲେ ପ୍ରାର୍ଥୀ ରିପିଟ୍‌ କରୁଛି ବିଜେପି

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଳାର ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ହେଉଛି ପାଟଣା। ସାହାରପଡା, ପାଟଣା ଓ ଝୁମ୍ପୁରା ବ୍ଲକର ୫୬ ପଞ୍ଚାୟତକୁ ନେଇ ଗଢା ରାଜ୍ୟର ୨୩ ନଂ. ବିଧାନସଭା କ୍ଷେତ୍ର ପାଟଣା। ଏହି ନିର୍ବାଚନ ମଣ୍ଡଳୀରେ ୬ଟି ଜିଲ୍ଲା ପରିଷଦ ଜୋନ୍‌ ସାମିଲ ଅଛି। ଏପ୍ରିଲ ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ […]

b

b

Mihir Pattnayak
  • Published: Thursday, 28 March 2019
  • Updated: 28 March 2019, 03:37 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଳାର ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ହେଉଛି ପାଟଣା। ସାହାରପଡା, ପାଟଣା ଓ ଝୁମ୍ପୁରା ବ୍ଲକର ୫୬ ପଞ୍ଚାୟତକୁ ନେଇ ଗଢା ରାଜ୍ୟର ୨୩ ନଂ. ବିଧାନସଭା କ୍ଷେତ୍ର ପାଟଣା। ଏହି ନିର୍ବାଚନ ମଣ୍ଡଳୀରେ ୬ଟି ଜିଲ୍ଲା ପରିଷଦ ଜୋନ୍‌ ସାମିଲ ଅଛି। ଏପ୍ରିଲ ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି କେନ୍ଦୁଝର ଲୋକସଭା କ୍ଷେତ୍ରର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀ ।

ଆଦିବାସୀଙ୍କ ପାଇଁ ସଂରକ୍ଷିତ ଏହି ଆସନଟି ଗତ ସାଧାରଣ ନିର୍ବାଚନରେ ବିଜେଡି ହାତକୁ ଯାଇଥିଲା। ବିଜେଡି ନେତା ହୃଷୀକେଶ ନାୟକ ହୋଇଥିଲେ ବିଧାୟକ। ହେଲେ ଏଥର ସ୍ଥିତି ଭିନ୍ନ। ବିଜେଡି ଏଥର ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ହୃଷିକେଶଙ୍କ ପରିବର୍ତ୍ତେ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବଥର ଭଳି ଏଥର ମଧ୍ୟ ଭବାନୀଶଙ୍କର ନାଏକଙ୍କୁ ପ୍ରାର୍ଥୀ କରିଛି।

ଗତ ୨୦୧୪ ସାଧାରଣ ନିର୍ବାଚନରେ ୮୧ ପ୍ରତିଶତ ମତଦାନ ହୋଇଥିଲା ବେଳେ ୧୧ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ବିଜେଡି ପ୍ରାର୍ଥୀ ହୃଷିକେଶ ନାଏକ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଭବାନୀ ଶଙ୍କର ନାଏକଙ୍କୁ ୮ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ସ୍ୱାଧୀନ ପ୍ରାର୍ଥୀ ଗୌରହରି ନାଏକ ତୃତୀୟ ସ୍ଥାନରେ ରହିଥିଲେ।

ବିଜେଡି: ୧୯୮୦ ମସିହାରେ ଜନତା ପାର୍ଟିରୁ ରାଜନୀତି ଆରମ୍ଭ କରି ବିଧାୟକ ହୋଇଥିବା ହୃଷିକେଶ ନାଏକ ପରେ କଂଗ୍ରେରେ ମିଶିଥିଲେ। ୧୯୮୫ ଓ ୧୯୯୫ରେ ବିଧାୟକ ମଧ୍ୟ ହୋଇଥିଲେ। ୨୦୦୪ରେ ପାଟଣାରେ ସ୍ୱାଧୀନ ଭାବରେ ଲଢି ହୃଷିକେଶ ହାରର ସାମ୍ନା କରିଥିଲେ। ତାର କିଛି ବର୍ଷ ପରେ ସେ ବିଜେଡିରେ ମିଶି ୨୦୦୯ ଓ ୨୦୧୪ରେ ଲଗାତାର ଦୁଇଥର ବିଧାୟକ ହୋଇଛନ୍ତି। ପାଟଣାରେ ସେ ସମୁଦାୟ ୫ଥର ବିଧାୟକ ହୋଇଛନ୍ତି। ଏଥି ସହିତ ସେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ହେଲେ ପାଟଣା ନିର୍ବାଚନ ମଣ୍ଡଳୀରେ ତାଙ୍କର ଯେଉଁ ଦବ‌୍‍ଦବା ରହିବା କଥା ତାହା ନାହିଁ। ତାଙ୍କ ଉପରେ ଲୋକେ ଅସନ୍ତୁଷ୍ଟ ଥିଲେ। ନିର୍ବାଚନ ମଣ୍ଡଳୀର ଚାରି ପଟେ ବୈତରଣୀ ବହି ଯାଉଥିଲେ ସୁଧା ଚାଷୀଙ୍କୁ ଚାଷ ପାଇଁ ବୁନ୍ଦେ ପାଣି ମିଳିଲା ନାହିଁ। କୃଷି ଭିତ୍ତିଭୂମୀର ବିକାଶ ମଧ୍ୟ ହେଲାନାହିଁ। ଆଜିବି ଲୋକେ ଏଠାରେ ମୌଳିକ ସୁବିଧାରୁ ବଞ୍ଚିତ। ଏଣୁ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା। ଶେଷରେ ଏହି ଜନଅସନ୍ତୋଷକୁ ଦୃଷ୍ଟିରେ ରଖି ବିଜେଡି ଏଥର ପ୍ରାର୍ଥୀ ବଦଳାଇ ଜଗନ୍ନାଥଙ୍କୁ ପ୍ରାର୍ଥୀ କରିଛି।ପୂର୍ବରୁ ପାଣି ପଞ୍ଚାୟତର ଅଧ୍ୟକ୍ଷ ଥିବା ଓ ଏବେ ପାଟଣା ବ୍ଲକ ଚେୟାରମ୍ୟାନ ଥିବା ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ସାନପୁଅ ହେଉଛନ୍ତି ଜଗନ୍ନାଥ।

ବିଜେପି: ୨୦୦୯ ପରଠାରୁ ବିଜେପି ଏଠାରେ ଶାସନ ଡୋରି ଧରିନାହିଁ। ତଥାପି ଏଠାକାର ଲୋକଙ୍କ ମନରେ ଆଜିବି ବିଜେପି ପ୍ରୀତି ରହିଛି । କାରଣ ଗତ ୨୦୧୪ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାଏକ ୮ ହଜାର ଭୋଟରେ ହାରିଥିଲେ। ଏଣୁ ଦେଶରେ ବିକାଶର ଧାରା ସହ ହୃଷୀଙ୍କ ପ୍ରତି ଲୋକମାନଙ୍କର ଅସନ୍ତୋଷକୁ ନେଇ ବିଜେପି ଏଠାରେ ଜିତିବାର ଲକ୍ଷ ରଖିଛି ଏବଂ ୨୦୧୪ ଭଳି ଏଥର ମଧ୍ୟ ଭାବନୀଶଙ୍କର ନାଏକଙ୍କୁ ପ୍ରାର୍ଥୀ କରିଛି। ଏଣୁ ଏଠାରେ ମୁଖ୍ୟ ଲଢେଇ ବିଜେପି-ବିଜେଡି ମଧ୍ୟରେ ହେବ ବୋଲି କୁହାଯାଉଛି।

ଜେଏସ୍‌ପି: ସେହିପରି ଚଳିତ ନିର୍ବାଚନରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କର ଦ୍ୱାରା ଗଠିତ ଜନ ସମୃଦ୍ଧି ପାର୍ଟି (ଜେଏସ୍‌ପି)ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ନିର୍ବାଚନ ଲଢିବ ବୋଲି ଆଶା କରାଯାଉଛି। କାରଣ ଦଳର ମୁଖ୍ୟ ସନାତନ ଦଳରୁ ଇସ୍ତଫା ଦେବା ପରେ ଏହାର ସ୍ଥିତି କ’ଣ ହେବ ତାହା ଆକଳନ କରିବା ସମ୍ଭବପର ନୁହେଁ। ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ ସନାତନ ମହାକୁଡଙ୍କର ସମର୍ଥିତ ପ୍ରାର୍ଥୀ ଗୌରହରୀ ନାଏକ। ହେଲେ ଏଥର ରବି ନାଏକ ଜେଏସ୍‌ପିରୁ ଟିକେଟ ଦାବିଦାର ଥିବା ଜଣାପଡୁଛି।

କଂଗ୍ରେସ: ଦୀର୍ଘ ୧୮ ବର୍ଷଧରି କ୍ଷମତାରୁ ଦୂରରେ ଥିବା କଂଗ୍ରେସ ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। କାରଣ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିବା ନିରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଲୋକ। ଯାହାକୁ ନେଇ କର୍ମିମାନେ ଭାରି ଉତ‌୍‍ଫୁଲିତ। କଂଗ୍ରେସ ପୁଣି ସ୍ଥିତି ଜାହିର କରିବା ଆଶାରେ ଥିବାରୁ ଏଠାରେ କଂଗ୍ରେସ ଟିକେଟ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅଧିକ। ଗତ ନିର୍ବାଚନରେ ହାରି ୩ୟ ସ୍ଥାନରେ ଥିବା ସନା ସମର୍ଥିତ ଗୌରହରି ନାଏକ ଓ ନୁଆକରି ଦଳରେ ସାମିଲ ହୋଇଥିବା ମାନସିଂ ମୁଣ୍ଡା କଂଗ୍ରେସ ଟିକେଟ ଦୌଡରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story