Advertisment

ସୁକିନ୍ଦାରେ ଶେଷ ହେବ କି ଘଡେଇ ରାଜ୍‌ !

ଯାଜପୁର(ଅଭୟ ପତି): ଯାଜପୁର ଲୋକସଭା ଆସନ ଅଧୀନରେ ଥିବା ସୁକିନ୍ଦା ଏକ ସମ୍ୱେଦନଶୀଳ ନିର୍ବାଚନ ମଣ୍ଡଳୀ । ତେବେ ଖଣି ଖାଦାନ ଭରା ସୁନାର ସୁକିନ୍ଦାରେ ଅପପୃଷ୍ଟିର ଅଞ୍ଚଳ ନଗଡା ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଦିବାସୀଙ୍କ ଉପରେ ଗୁଳିକାଣ୍ଡ ଘଟଣା ରାଜ୍ୟ ରାଜନୀତିକୁ ବେଶ ଆନ୍ଦୋଳିତ କରିଥିଲା । ୧୯୯୦ ମସିହାରୁ ଏଯାବତ ପ୍ରଫୁଲ୍ଲ ଘଡାଇ ଏବଂ ତାଙ୍କପୁତ୍ର ପ୍ରୀତି ରଞ୍ଜନ ଘଡାଇଙ୍କ କବ୍‌ଜାରେ ରହିଥିବା ସୁନାର ସୁକିନ୍ଦାର  ବିକାଶ କେବଳ କାଗଜ କଲମରେ ସିମିତ ରହିଯାଇଛି। […]

ସୁକିନ୍ଦାରେ ଶେଷ ହେବ କି ଘଡେଇ ରାଜ୍‌ !

sukinda-1

Advertisment

ଯାଜପୁର(ଅଭୟ ପତି): ଯାଜପୁର ଲୋକସଭା ଆସନ ଅଧୀନରେ ଥିବା ସୁକିନ୍ଦା ଏକ ସମ୍ୱେଦନଶୀଳ ନିର୍ବାଚନ ମଣ୍ଡଳୀ । ତେବେ ଖଣି ଖାଦାନ ଭରା ସୁନାର ସୁକିନ୍ଦାରେ ଅପପୃଷ୍ଟିର ଅଞ୍ଚଳ ନଗଡା ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଦିବାସୀଙ୍କ ଉପରେ ଗୁଳିକାଣ୍ଡ ଘଟଣା ରାଜ୍ୟ ରାଜନୀତିକୁ ବେଶ ଆନ୍ଦୋଳିତ କରିଥିଲା । ୧୯୯୦ ମସିହାରୁ ଏଯାବତ ପ୍ରଫୁଲ୍ଲ ଘଡାଇ ଏବଂ ତାଙ୍କପୁତ୍ର ପ୍ରୀତି ରଞ୍ଜନ ଘଡାଇଙ୍କ କବ୍‌ଜାରେ ରହିଥିବା ସୁନାର ସୁକିନ୍ଦାର  ବିକାଶ କେବଳ କାଗଜ କଲମରେ ସିମିତ ରହିଯାଇଛି। ଲଗାତର ଭାବରେ ପରାଜିତ ହୋଇ ଆସୁଥିବା କଂଗ୍ରେସର ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଶରତ ରାଉତ ଏବେ ମଧ୍ୟ ଘଡେଇ ପିତା ପୁତ୍ରଙ୍କୁ କଡା ଟକ୍କର ଦେଉଛନ୍ତି।

Advertisment

ରାଜନୈତିକ ସ୍ଥିତି

୧୯୫୧ ନିର୍ବାଚନରେ ପୀତାମ୍ୱର ଭୁପତି ହରିଚନ୍ଦନ ମହାପାତ୍ର ଏଠାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ। ଏହି ଆସନ ୧୯୮୦ ଏବଂ ୮୫ରେ କଂଗ୍ରେସ କବ୍‌ଜାରେ ଥିବା ବେଳେ ୧୯୯୦ରୁ ଅଦ୍ୟାବଧି ବିଜେଡିର ଘଡେଇ ପରିବାର କବ୍‌ଜାରେ ରହିଛି।

publive-image

ଏଠାରେ ୧୦ରୁ ଊର୍ଦ୍ଧ୍ୱ ଶିଳ୍ପାନୁଷ୍ଠାନ ଏବଂ ସଂଖ୍ୟାଧିକ ମାଇନ୍ସ ଥିଲେ ମଧ୍ୟ ସ୍ଥାନୀୟ ନିଯୁକ୍ତିରେ ବିଫଳତା ଏଥର ନିର୍ବାଚନରେ ମୁଖ୍ୟ ମୁଦ୍ଦା ହେବବୋଲି ଆଶା କରାଯାଉଛି। ରାଜ୍ୟ ରାଜନୀତିରେ ଘଡେଇ ପରିବାରର ଦବ୍‌ଦବା ସମସ୍ତଙ୍କୁ ଉଣା ବହୁତେ ଜଣା ଅଛି। ଏକଦା ରାଜ୍ୟ ରାଜନୀତିର ଦ୍ୱିତୀୟ କ୍ଷମତା କେନ୍ଦ୍ର ପ୍ରଫୁଲ୍ଲ ଘଡେଇଙ୍କୁ କୁହାଯାଉଥିଲା। ଛଅ ଛଅ ଥର ସୁକିନ୍ଦାରୁ ଜିତି ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଥିବା ପ୍ରଫୁଲ୍ଲଙ୍କର ପୁତ୍ର ପ୍ରୀତି ରଞ୍ଜନ ଏବେ ସୁକିନ୍ଦା ରାଜନୀତିର ମଙ୍ଗ ଧରିଛନ୍ତି। ୨୦୦୯ରେ କୋରେଇ ବିଧାନସଭା କ୍ଷେତ୍ରରୁ ରାଜନୀତି ଆରମ୍ଭ କରିଥିବା ପ୍ରୀତି ରଞ୍ଜନ ୨୦୧୨ରେ ଓଡିଶା ସାହିତ୍ୟ ଏକାଡେମିର ସଭାପତି ତଥା ବରିଷ୍ଠ ବିଜେଡି ନେତା ହୁସେନ ରବି ଗାନ୍ଧୀଙ୍କୁ ମରଣାନ୍ତକ ଅକ୍ରମଣ ଘଟଣାରେ ଛନ୍ଦିହୋଇ ପଡିଥିଲେ।  ପରେ ସୁକିନ୍ଦାରୁ ୨୦୧୪ରେ ବିଜେଡି ଟିକେଟରେ ନିର୍ବାଚନ ଲଢିଥିଲେ। ନିଜର ଦୂରଦୃଷ୍ଟି ଏବଂ ତଳସ୍ତରରେ ସାଙ୍ଗଠନିକ ଦକ୍ଷତା ଯୋଗୁ ସୁକିନ୍ଦା ଭୋଟରଙ୍କୁ ଆକୃଷ୍ଟ କରିବାରେ ଅନେକାଂଶରେ ସଫଳ ହୋଇଛନ୍ତି। ତେବେ ଅପପୃଷ୍ଟିର ନଗଡା, କଳିଙ୍ଗନଗର ଶିଳ୍ପାଂଚଳରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତିରେ ପାତର ଅନ୍ତର, କଲରଙ୍ଗି ମାଇନ୍ସ ପୁନଃ କର୍ଯ୍ୟକ୍ଷମରେ ବିଳମ୍ୱ ଆଦି ଘଟଣା ପ୍ରୀତି ରଞ୍ଜନଙ୍କ ପାଇଁ କଣ୍ଟା ସାଜିଛି । ଖାଇବାକୁ ନପାଇ ନଗଡ଼ାରେ ୧୯ରୁ ଅଧିକ ଶିଶୁଙ୍କର ମୃତ୍ୟୁ ଘଟଣା ମଧ୍ୟ ପ୍ରୀତିଙ୍କ ସଫଳତାର ବାଟ ଉଗାଳିବ।

Advertisment

ବିଜେଡି:ବିଜେଡି ଏଥର କାହାକୁ ଟିକଟ ଦେବ ତାହାର ସ୍ପଷ୍ଟ ଚିତ୍ର ଏ ଯାଏ ମିଳିନାହିଁ। ତଥାପି ପ୍ରୀତିରଞ୍ଜନ ଟିକଟ ପାଇଁ ବେଶ ଆଶାବାଦୀ। ୨୦୦୯ରେ କୋରେଇ ବିଧାନ ସଭାକ୍ଷେତ୍ରରୁ ପ୍ରୀତିରଞ୍ଜନ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୪ରେ ସେ ଏହି ଆସନରୁ ଜିତିଥିଲେ ମଧ୍ୟ ଏବେ ତାଙ୍କ ତାଙ୍କ ବିରୋଧରେ ସ୍ୱର ଉଠିଛି। ତଥାପି ରାଜନୈତିକ ଅନୁଭୂତି ଓ କାର୍ଯ୍ୟଦକ୍ଷତାକୁ ଆଧାର କରି ସେ ଆଗାମୀ ଦିନରେ ଭୋଟର ମାନଙ୍କୁ ନିଜଆଡକୁ ଆକର୍ଷିତ କରିବେ ଏବଂ ସୁକିନ୍ଦାରେ ପୁଣି ବିଜେଡି ଶାସନ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

କଂଗ୍ରେସ:ସେପଟେ କ୍ଷମତାକୁ ଫେରିବା ଲାଗି ପୁଣି ଲାଗି ପଡିଛି କଂଗ୍ରେସ। ୨୦୧୪ରେ ୪୭୦୪ଖଣ୍ଡ ଭୋଟରେ ପରାଜିତ ହୋଇଥିବା କଂଗ୍ରେସର ଶରତ ରାଉତ ପୁଣିଥରେ ନିର୍ବାଚନରେ ଲଢିବା ଲାଗି ପ୍ରସ୍ତୁତ ହୋଇ ଗଲେଣି। ଏଥର ତାଙ୍କୁ କଂଗ୍ରେସର ଅନ୍ୟ ରାଜ୍ୟର ପ୍ରଭାରି ଦାୟିତ୍ୱ ଦିଆଯାଇଥିବା ସତ୍ତ୍ୱେ ସେ ଜନ ସାଧାରଣଙ୍କର ଆସ୍ଥା ଭାଜନ ହୋଇ ପାରିବେ ବୋଲି କହିଛନ୍ତି। ଏଥି ସହ ଶିକ୍ଷା , ସ୍ୱାସ୍ଥ୍ୟ , ନିଯୁକ୍ତି , ଗମନାଗମନ ପରି ମୌଳିକ ସମସ୍ୟା ସମାଧାନ କରିବାରେ ବର୍ତ୍ତମାନର ବିଧାୟକ ଅସମର୍ଥ ଏବଂ ଆଗାମୀ ନିର୍ବାଚନରେ ମାଫିଆରାଜର ସେ ଅନ୍ତ ଘଟାଇବେ ବୋଲି କହିଛନ୍ତି। ଜଣେ ପରିପକ୍ୱ ନେତା ଭାବେ ପରିଚିତ ଶରତ କର୍ମୀମାନଙ୍କ ସହ କେବଳ ନିର୍ବାଚନ ବେଳେ ଦେଖା ଦେଇଥାଆନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ସମସ୍ତଙ୍କୁ ସାଙ୍ଗରେ ନେଇ ପୁଣି ନିର୍ବାଚନ ଜିତିବେ ବୋଲି ଦମ୍ଭୋକ୍ତି  ପ୍ରକାଶ କରିଛନ୍ତି।

ବିଜେପି:ଏପଟେ ଶିଳ୍ପପତି, ଯାତ୍ରା ମାଲିକ ତଥା ନିଜକୁ ସୁକିନ୍ଦା ମାଟିର ପୁଅ ବୋଲି କହୁଥିବା ଟୁଟୁ ଓରଫ ପ୍ରଦୀପ ବଳ ସାମନ୍ତ ୨୦୧୯ ନିର୍ବାଚନ ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି । ୨୦୧୪ରେ ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ୱନ ହୋଇ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନରେ ହାରିବା ପରେ ୨୦୧୭ରେ ବିଜେପିରେ ସେ ଯୋଗ ଦେଇଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ନେତୃତ୍ୱରେ ପାଖାପାଖି ୭୦ଭାଗ ସିଟ୍ ଜିତିଥିଲା ବିଜେପି। ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବାରୁ ଏବେ ଗାଁ ଗାଁ ବୁଲି ଭୋଟରଙ୍କୁ ସେ ପ୍ରଭାବିତ କରିବାରେ ଲାଗି ପଡିଛନ୍ତି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରା ତଥା ଦେଶପ୍ରେମ ଏବଂ ପରିବର୍ତ୍ତନର ନାରା ଲୋକଙ୍କ ମଧ୍ୟରେ ବାଣ୍ଟୁଥିବା ବେଳେ ଘଡାଇ ତ୍ପୁତ୍ରଙ୍କର ରାଜନୀତି ଖତମ କରି ଆଗାମୀ ନିର୍ବାଚନରେ ବିଜେପି ସୁକିନ୍ଦା ସିଂହାସନ ଦଖଲ କରିବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe