Advertisment

ପ୍ରେମାନନ୍ଦଙ୍କ ଉପରେ ଭରସା କଲା ବିଜେଡି, ବିଜେପିକୁ ସିଦ୍ଧୁ ସାହା

ତେଲକୋଇ (ଚିନ୍ମୟ କୁମାର ସାହୁ): ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ହେଉଛି କେନ୍ଦୁଝରର ତେଲକୋଇ। ବିଗତ ୪ଟି ଯାକ ବିଧାନସଭା ନିର୍ବାଚନରେ ତେଲକୋଇକୁ ନିଜ ଅକ୍ତିଆରରେ ରଖିଛି ବିଜେଡି। ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡିର ବେଦବ୍ୟାସ ନାଏକ ବିଜୟୀ ହୋଇଥିଲେ। ତାହେଲେ ଏଥର କ’ଣ ହେଉଛି, ତାହା ଖାଲି ଦେଖିବାକୁ ରହିଲା। ବିଜେଡି: ୨୦୧୯ ନିର୍ବାଚନରେ ତେଲକୋଇ ବିଧାନସଭା ଆସନ ପାଇଁ ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ୨୦୦୯ରେ ଦଳର […]

author-image
Mihir Pattnayak
ପ୍ରେମାନନ୍ଦଙ୍କ ଉପରେ ଭରସା କଲା ବିଜେଡି, ବିଜେପିକୁ ସିଦ୍ଧୁ ସାହା

Telkoi-Pics

ତେଲକୋଇ (ଚିନ୍ମୟ କୁମାର ସାହୁ): ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ହେଉଛି କେନ୍ଦୁଝରର ତେଲକୋଇ। ବିଗତ ୪ଟି ଯାକ ବିଧାନସଭା ନିର୍ବାଚନରେ ତେଲକୋଇକୁ ନିଜ ଅକ୍ତିଆରରେ ରଖିଛି ବିଜେଡି। ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡିର ବେଦବ୍ୟାସ ନାଏକ ବିଜୟୀ ହୋଇଥିଲେ। ତାହେଲେ ଏଥର କ’ଣ ହେଉଛି, ତାହା ଖାଲି ଦେଖିବାକୁ ରହିଲା।

Advertisment

ବିଜେଡି:୨୦୧୯ ନିର୍ବାଚନରେ ତେଲକୋଇ ବିଧାନସଭା ଆସନ ପାଇଁ ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ୨୦୦୯ରେ ଦଳର ସ୍ଥିତି ଭଲ ନ ଥିବାରୁ ୬ ଥରର ବିଧାୟକ ସ୍ୱର୍ଗତ ନିଳାଦ୍ରୀ ନାୟକଙ୍କୁ ବିଜେଡି ଟିକେଟ ନ ଦେଇ ଇଂ.ପ୍ରେମାନନ୍ଦ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ରାଜନୈତିକ ପୃଷ୍ଠଭୂମିରୁ ପ୍ରେମାନନ୍ଦ ଆସି ନ ଥିଲେ ମଧ୍ୟ ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ପାଇ ଦଳରେ ଓ ଭୋଟରଙ୍କ ମଧ୍ୟରେ ଉତ୍ସାହ ବଢିଥିଲା ଓ ପ୍ରେମାନନ୍ଦ ୧୬ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

publive-image

ପରବର୍ତ୍ତୀ ସମୟରେ ପ୍ରେମାନନ୍ଦଙ୍କ ସହାୟତାରେ ବ୍ଲକ ଅଧକ୍ଷ୍ୟ ପଦ ହାସଲ କରିଥିଲେ ସ୍ୱର୍ଗତ ନିଳାଦ୍ରୀ ନାୟକଙ୍କ ପୁଅ ବେଦବ୍ୟାସ ନାୟକ। କିନ୍ତୁ ବେଦବ୍ୟାସ ପ୍ରେମାନନ୍ଦଙ୍କ ରାସ୍ତାରେ କଣ୍ଟା ସାଜି ୨୦୧୪ ମସିହାରେ ବିଜେଡି ଟିକେଟ ହାତଇବାକୁ ସକ୍ଷମ ହୋଇଥିଲେ। ପ୍ରେମାନନ୍ଦ କିନ୍ତୁ ଦଳରୁ ଟିକେଟ ହରାଇ ମଧ୍ୟ ଦଳର ଅନୁଗତ ହୋଇ ରହିଥିଲେ ଓ ବେଦବ୍ୟାସଙ୍କୁ ନିବାର୍ଚନରେ ବିରୋଧ କରି ନ ଥିଲେ । ଦଳ ସହିତ ଆନୁଗତ୍ୟ ଯୋଗୁଁ ବିଜେଡି ପକ୍ଷରୁ ପ୍ରେମାନନ୍ଦଙ୍କୁ ବିଜୁ ଜନତା ଦଳର ଆଦିବାସୀ ସାମୁଖ୍ୟର ରାଜ୍ୟ ସଂପାଦକ ଭାବେ ନିୟୋଜିତ କରାଯାଇଥିଲା । ଆଉ ଏବେ ବିଧାୟକ ଭାବେ ଲଢି ଦଳର ନେତୃତ୍ୱ ନେବାକୁ ଦାୟିତ୍ୱ ମିଳିଛି। ତେବେ ପ୍ରେମାନନ୍ଦଙ୍କ ପାଇଁ ବର୍ତ୍ତମାନ ବିଜୁ ଜନତା ଦଳରେ ଲାଗିଥିବା ଗୋଷ୍ଠୀ କନ୍ଦଳ ଏକ ବଡ଼ ଆହ୍ୱାନ ହେବ ଓ ତାକୁ କିପରି ପ୍ରତିହତ କରି ନିର୍ବାଚନ ଲଢି ଜିତିବେ ସେ ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ବିଜେପି:ଗତ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନକୁ ଆସିଛି ଓ ବିଜେପି ତାର ସଂଗଠନକୁ ବ୍ୟପକ କରୁଛି । ବିଜେପି ଦଳରୁ ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦ୍ଧୁ ପ୍ରାର୍ଥୀ ହୋଇଛନ୍ତି। ସେ ବହୁ ପୂର୍ବରୁ ନିଜର ସଂଗଠନକୁ ଦୃଢ କରିବାରେ ଲାଗିଛନ୍ତି । ଏପରି ସ୍ଥିତରେ ୧୯ ବର୍ଷ ଧରି ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ ତେଲକୋଇ ନିର୍ବାଚନ ମଣ୍ଡଳୀରେ  ବିଜୁ ଜନତା ଦଳ ପୁଣି ପ୍ରେମାନ୍ଦଙ୍କ ଉପରେ ଭରସା ରଖି ନିଜ ଗଡକୁ ସୁରକ୍ଷିତ ରଖିବା ପାଇଁ ଗୋଟି ଖେଳିଥିବା ଚର୍ଚ୍ଚା ହେଉଛି । ତେବେ ଆଗମୀ ଦିନରେ କଣ ହେବ ତାକୁ ନେଇ ସମସ୍ତଙ୍କ ନଜର ରହିଛି ।

କଂଗ୍ରେସ:କଂଗ୍ରେସରେ ମଧ୍ୟ ନିର୍ବାଚନକୁ ନେଇ ହଟଚମଟ ଆରମ୍ଭ ହୋଇଛି। କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବାକୁ ମୋହନ ହେମ୍ରମ୍‌ ଓ ହରମୋହନ ସୋରାନ୍‌ ଆଶାୟୀ ଅଛନ୍ତି। ହରିଚନ୍ଦନପୁରରେ ଜନ୍ମିତ ମୋହନ ହେଉଛନ୍ତି ବାଣୀବିହାରର ପୂର୍ବତନ ଛାତ୍ରନେତା। ତାଙ୍କ ରାଜନୈତିକ ଜୀବନ ବିଜେଡିରୁ ଆରମ୍ଭ ହୋଇଥିବା ବେଳେ ସେ ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରର କର୍ପୋରେଟର ଭାବେ ନିର୍ବାଚନ ଜିତିଥିଲେ। ପରବର୍ତ୍ତି ସମୟରେ ସେ ବିଜେଡିରୁ ଇସ୍ତଫା ଦେଇ ଏବେ କଂଗ୍ରେସ ଶିବିରରେ ଯୋଗ ଦେଇଛନ୍ତି। ଏଠାରେ କଂଗ୍ରେସର ହାତମୁଠା ଟାଣ କରିବାକୁ ସେ ଉଦ୍ୟମ ଚଳାଇଛନ୍ତି ଏବଂ ଟିକେଟ ଦାବିଦାରୀରେ ପ୍ରଥମ ସ୍ଥାନରେ ଅଛନ୍ତି।