Advertisment

ଭାରତ ପରିକଳ୍ପନାର ସୁରକ୍ଷାକାରୀ: ୟେଚୁରୀଙ୍କ ଦେହାନ୍ତରେ ରାଜନେତାଙ୍କ ଶୋକ

୧୯୫୨ ମସିହା ଅଗଷ୍ଟ ୧୨ ତାରିଖରେ ୟେଚୁରୀ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଅର୍ଥାତ ୨୦୨୪ ମସିହା ୧୨ ସେପ୍ଟେମ୍ବରରେ ତାଙ୍କର ଦେହାନ୍ତ ହୋଇଛି।

ଅଦ୍ୟତନ ହୋଇଛି
Sitaram Yechury

Sitaram Yechury

Advertisment

ସୀତାରାମ ୟେଚୁରୀଙ୍କ ଦେହାନ୍ତରେ ଦଳମତ ନିର୍ବିଶେଷରେ ଅନେକ ରାଜନେତା ଶୋକ ପ୍ରକାଶ କରିଛନ୍ତି। ୟେଚୁରୀଙ୍କ ଦେହାନ୍ତ ଜାତୀୟ ରାଜନୀତି ପାଇଁ ଗୋଟି ବିରାଟ ବଡ଼ କ୍ଷତି। ତାଙ୍କ ଦେହାନ୍ତରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ରାଜନେତାମାନେ ମତ ରଖିଛନ୍ତି।

Advertisment

୧୯୫୨ ମସିହା ଅଗଷ୍ଟ ୧୨ ତାରିଖରେ ୟେଚୁରୀ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଅର୍ଥାତ ୨୦୨୪ ମସିହା ୧୨ ସେପ୍ଟେମ୍ବରରେ ତାଙ୍କର ଦେହାନ୍ତ ହୋଇଛି।

ତାଙ୍କ ଅବର୍ତ୍ତମାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି “ସିପିଆଇ(ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଦେହାନ୍ତ ଖବର ପାଇ ଦୁଃଖିତ। ପ୍ରଥମେ ଜଣେ ଛାତ୍ର ନେତା, ଏହାପରେ ଜାତୀୟ ରାଜନୀତି ଓ ଜଣେ ସାଂସଦ, ତାଙ୍କ ପାଖରେ ବିଶିଷ୍ଟ ଓ ପ୍ରଭାବଶାଳୀ ସ୍ୱର ଥିଲେ। ସେ ଗୋଟିଏ ନିର୍ଦ୍ଦିଷ୍ଟ ବିଚାରଧାରାର ହୋଇଥିଲେ ହେଁ ଦଳମତ ନିର୍ବିଶେଷରେ ତାଙ୍କର ଅନେକ ବନ୍ଧୁ ଥିଲେ। ତାଙ୍କ ପରିବାର ଓ ସହ କର୍ମୀଙ୍କୁ ମୋ ଶୋକ ଜଣାଉଛି।”

Advertisment

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସୀତାରାମ ୟେଚୁରୀଙ୍କ ଦେହାନ୍ତ ଖବର ପାଇ ଦୁଃଖିତ। ସେ ବାମପନ୍ଥୀ ଆନ୍ଦୋଳନର ଉଜ୍ଜ୍ୱଳ ଆଲୋକ ଥିଲେ। ବିଭିନ୍ନ ରାଜନୀତିକ ଦଳ ସହ ଯୋଡ଼ି ହେବାର କଳା ତାଙ୍କୁ ଜଣା ଥିଲା। ସେ ଜଣେ ପ୍ରଭାବଶାଳୀ ସାଂସଦ ଭାବେ ନିଜର ଛାପ ଛାଡ଼ିଛନ୍ତି ବୋଲି ମୋଦି କହିଛନ୍ତି। 

ୟେଚୁରୀ ଭାରତ ପରିକଳ୍ପନାର ସୁରକ୍ଷାକାରୀ ଥିଲେ ବୋଲି ତାଙ୍କ ଦେହାନ୍ତ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି। ସେ କହିଛନ୍ତି, “ସୀତାରାମ ୟେଚୁରୀ ଜଣେ ବନ୍ଧୁ ଥିଲେ। ଆମ ଦେଶକୁ ଭଲ ଭାବେ ବୁଝିଥିବା ଭାରତ ପରିକଳ୍ପନାରର ସେ ଜଣେ ସୁରକ୍ଷାକାରୀ। ଆମେ କରୁଥିବା ଦୀର୍ଘ ସମୟର ଆଲୋଚନାକୁ ବହୁତ ମିସ କରିବି। ଏହି ଦୁଃଖଦ ସମୟରେ ମୁଁ ତାଙ୍କ ବନ୍ଧୁ, ପରିବାର ବର୍ଗ ଓ ସମର୍ଥକଙ୍କୁ ଶୋକ ଜଣାଉଛି।”

ସାଧାରଣ ଜୀବନ ପ୍ରତି ସୀତାରାମ ୟେଚୁରୀଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି।

ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “ସୀତାରାମ ୟେଚୁରୀଙ୍କ ଦେହାନ୍ତ ଖବରରେ ଗଭୀର ଭାବେ ମର୍ମାହତ। ଏହି ଭେଟରାନ ସାଂସଦଙ୍କୁ ମୁଁ ଭଲ ଭାବେ ଜାଣିଥିଲି। ତାଙ୍କ ଦେହାନ୍ତ ଜାତୀୟ ରାଜନୀତି ପାଇଁ ବିରାଟ ବଡ଼ କ୍ଷତି। ମୁଁ ତାଙ୍କ ପରିବାର, ବନ୍ଧୁ ଓ ସହକର୍ମୀଙ୍କୁ ଶୋକ ଜଣାଉଛି।”

କଂଗ୍ରେସ ଠାରୁ ଆରମ୍ଭ କରି ୟେଚୁରୀଙ୍କ ଦଳ ସିପିଏମ ଯାଏ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

CPM Sitaram Yechury
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe