Advertisment

ମହାନଦୀକୁ ନେଇ ପୁଣି ଆରମ୍ଭ ହେଲା ରାଜନୀତି

୨୪ ବର୍ଷ ହେଲା କ୍ଷମତାରେ ଥିବା ବିଜେଡି ଏବେ ମହାନଦୀ ଜଳ ବିବାଦକୁ ପ୍ରସଙ୍ଗ କରି ନୂଆ କରି ସରକାର ଗଠନ କରିଥିବା ବିଜେପିକୁ ଘେରିବାକୁ ଉଦ୍ୟମ କରିଛି।

ଅଦ୍ୟତନ ହୋଇଛି
BJD

BJD

Advertisment

ଓଡ଼ିଶାରେ ସରକାର ବଦଳି ଥିଲେ ମଧ୍ୟ ମହାନଦୀ ଜଳ ବିବାଦ ଥମିନାହିଁ। ରାଜ୍ୟରେ ବିଜେପି ସରକାର ଗଠନ ହେବା ମାତ୍ରେ ମହାନଦୀ ଜଳ ବିବାଦକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ନୂଆ ସରକାର ଆସିବା ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦରେ ନୂଆ ଅଭିଯୋଗ ଯୋଡ଼ି ହୋଇଛି।

Advertisment

୨୪ ବର୍ଷ ହେଲା କ୍ଷମତାରେ ଥିବା ବିଜେଡି ଏବେ ମହାନଦୀ ଜଳ ବିବାଦକୁ ପ୍ରସଙ୍ଗ କରି ନୂଆ କରି ସରକାର ଗଠନ କରିଥିବା ବିଜେପିକୁ ଘେରିବାକୁ ଉଦ୍ୟମ କରିଛି। ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମହାନଦୀ ଶୁଖି ଯାଉଛି। ଯେତିକି ପାଣି ମିଳିବା କଥା ଓଡ଼ିଶାକୁ ସେତିକି ମିଳୁନି। ଏବେ ଓଡ଼ିଶାରେ ଓ ଛତିଶଗଡ଼ରେ ବିଜେପି ସରକାର। କେନ୍ଦ୍ରରେ ମଧ୍ୟ ବିଜେପି ସରକାର ରହିଛି। ତେଣୁ ମହାନଦୀ ବିବାଦ ସମାଧାନ ସହଜ ହେବ ବୋଲି ସେ ତେର୍ଚ୍ଛାବାଣ ରାଜ୍ୟ ସରକାରଙ୍କୁ ମାରିଛନ୍ତି। 

ବିଜେଡିର ଏଭଳି ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ଏବେ ଜାଣିଲେ କି ମହାନଦୀ ଶୁଖିଗଲା ବୋଲି? ମହାନଦୀର ଓ ଓଡ଼ିଶାର ସ୍ୱାର୍ଥ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ?

Advertisment

ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରଙ୍କୁ କେବେ ଏନେଇ ଅବଗତ କରାଇଥିଲେ କି ? ଛତିଶଗଡ଼ରେ ପୂର୍ବରୁ ବିଜେପି ଓ କଂଗ୍ରେସ ସରକାର ରହିଥିଲେ। ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କ’ଣ କରିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ମହାନୀକୁ ନେଇ ଏବେ ବହୁତ ବିଳମ୍ବ ହେଇସାରିଛି। ଓଡ଼ିଶା ବହୁତ କ୍ଷତି ସହିଛି। ତଥାପି ବିଜେପି ସରକାର ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବ ବୋଲି ଶ୍ରୀ ପୂଜାରୀ ଦୋହରାଇଛନ୍ତି।

ଅନ୍ୟପଟେ କଂଗ୍ରେସର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଏବେ କେନ୍ଦ୍ରରେ, ଓଡ଼ିଶାରେ ଓ ଛତିଶଗଡ଼ରେ ବିଜେପିର ସରକାର ରହିଛି। ଟ୍ରିପଲ୍ ଇଞ୍ଜିନ ସରକାରରେ ଯଦି ମହାନଦୀ ଜଳ ବିବାଦ ସମାଧାନ ନହେବ, ତା’ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି।

Mahanadi River Prasanna Acharya Suresh Pujari Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe