Advertisment

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଏପ୍ରିଲ ୧୯ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଯାଇଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

୨୦୨୪ ସାଧାରଣ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ନିକଟରେ ତାରିଖ ଘୋଷଣା ହେବା ପରେ ଆଜି ନାମାଙ୍କନ ଦାଖଲ, ପ୍ରତ୍ୟାହାର ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। 

Advertisment

ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ୨୭ରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ।

ବିହାରରେ ହୋଲି ପାଳନର ସ୍ୱତନ୍ତ୍ରତା ଥିବାରୁ ଏଠାରେ ନାମାଙ୍କନ ଭରିବାର ଶେଷ ତାରିଖ ମାର୍ଚ୍ଚ ୨୮କୁ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିହାରର ୪୦ଟି ସିଟ୍ ମଧ୍ୟରୁ ଚାରିଟିରେ ମତଦାନ ହେବ।

Advertisment

ସେହିପରି ମାର୍ଚ୍ଚ ୨୮ରେ ନାମାଙ୍କନପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ବିହାର ପାଇଁ ଏହା ମାର୍ଚ୍ଚ ୩୦କୁ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୨୦ ଥିବାବେଳେ ବିହାର ପାଇଁ ଏପ୍ରିଲ୍ ୨।

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୧୭ଟି ରାଜ୍ୟ ଏବଂ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ସଂସଦୀୟ କ୍ଷେତ୍ର ପାଇଁ ଭୋଟ୍ ପଡିବ। ଯେଉଁ ରାଜ୍ୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ, ସେଗୁଡ଼ିକ ହେଉଛି ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଜମ୍ମୁ କଶ୍ମୀର, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀ।

୧୮ତମ ଲୋକସଭା ପାଇଁ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ରେ ହେବାକୁ ଥିବାବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ, ୭ ମେ'ରେ ତୃତୀୟ, ୧୩ ମେ'ରେ ଚତୁର୍ଥ, ୨୦ ମେ'ରେ ପଞ୍ଚମ, ୨୫ ମେ'ରେ ଷଷ୍ଠ ଏବଂ ଜୁନ୍ ୧ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାନ ନିର୍ବାଚନ ହେବ। ଜୁନ ୪ରେ ଏକାଠି ସମସ୍ତ ସାତ ପର୍ଯ୍ୟାୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। 

Election Election Commission Lok Sabha Polls First Phase Lok Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe