Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ଅପମାନ ସୂଚକ ପୋଷ୍ଟ: ଆପ୍‌କୁ ଇସିଙ୍କ ନୋଟିସ

ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଆପ୍‌ କୌଣସି ପ୍ରକାରର ଜବାବ ନ ଦେବ, ତା’ହେଲେ ଇସି ନିଜ ଇଚ୍ଛା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନୋଟିସରେ କହିଛନ୍ତି।

Arvind Kejriwal

Arvind Kejriwal

Advertisment

ସୋଶାଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଅପମାନ ସୂଚକ ଓ ଆପତ୍ତିଜନକ ପୋଷ୍ଟ କରିବା ଦିଲ୍ଲୀର କ୍ଷମତାସୀନ ଆପ୍‌କୁ ମହଙ୍ଗା ପଡ଼ିଛି। ଏଥିପାଇଁ ଆଜି ନିର୍ବାଚନ କମିଶନ ଆପ୍‌କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଗୁରୁବାର ସୁଦ୍ଧା ଆପ୍‌ର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୋଶାଲ ମିଡିଆ ପୋଷ୍ଟ ସମ୍ପର୍କରେ ଉତ୍ତର ରଖିବାକୁ କୁହାଯାଇଛି।

Advertisment

ବିଜେପିର ଏକାଧିକ ନେତା ସେମାନଙ୍କ ଅଭିଯୋଗରେ କହିଥିଲେ ଯେ ଆପ୍‌ ତା’ର ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ ଓ ଅତ୍ୟନ୍ତ ଆପତ୍ତିଜନକ ଭାବେ ଚିତ୍ରଣ କରି କିଛି ଭିଡିଓ ପୋଷ୍ଟ କରିଥିଲା।

ଖରାପ ଉଦ୍ଦେଶ୍ୟ ରଖି ଆପ୍‌ ପକ୍ଷରୁ ଏପରି ପୋଷ୍ଟ କରାଯାଇଛି। ଏହା ପରୋକ୍ଷରେ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ନେତାଙ୍କ ଉପରେ କୁପ୍ରଭାବ ପକାଇଛି। ଏପରି ପୋଷ୍ଟ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ମଧ୍ୟ କରୁଛି। ଗୋଟିଏ ନିର୍ବାଚିତ ସରକାର ବିରୋଧରେ ଆପ୍‌ ଅତ୍ୟନ୍ତ ଅସଭ୍ୟ ଓ ତର୍କହୀନ ଶବ୍ଦ ପ୍ରୟୋଗ କରିଥିବା ବିଜେପି ଅଭିଯୋଗ କରିଥିଲା।

Advertisment

ଏହି ଅଭିଯୋଗକୁ ଆଧାର କରି ଇସି ଆଜି ଆପ୍‌ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ସୋଶାଲ ମିଡିଆ ପୋଷ୍ଟରେ କରାଯାଇଥିବା ଦାବି ଉପରେ ସ୍ପଷ୍ଟୀକରଣ ରଖିବାକୁ କହିଛନ୍ତି। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଆପ୍‌ କୌଣସି ପ୍ରକାରର ଜବାବ ନ ଦେବ, ତା’ହେଲେ ଇସି ନିଜ ଇଚ୍ଛା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନୋଟିସରେ କହିଛନ୍ତି।

PM Modi Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe