Advertisment

କର୍ତ୍ତବ୍ୟ ପାଇଁ ବିପଦକୁ ଆଦରିଲେ ପୋଲିଂ କର୍ମଚାରୀ !

ବାଲିଗୁଡା(ଅଜିତ୍‌ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିର୍ଲା ପଞ୍ଚାୟତର ୧୩୭ ଏବଂ ୧୩୮ ନମ୍ବର ଓ ଡାକାର ୭ନଂ ବୁଥ୍‌ରେ ନିୟୋଜିତ ପୋଲିଂ ପାର୍ଟି ଗତକାଲି ନିର୍ବାଚନ ସରିବା ପରେ ବିପଦପୂର୍ଣ୍ଣ ଭାବେ ଚାଲିଚାଲି ଆଜି ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି। କେବଳ ଏ ୩ଟି ବୁଥ୍‌ ନୁହେଁ ବଲାଙ୍ଗୀର ଓ ଫୁଲବାଣୀର ଅନ୍ୟ କିଛି ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍‌ ମେଶିନ୍‌ଗୁଡିକୁ ଅଣାଯାଇଥିବା ବେଳେ ବୀପଦପୂର୍ଣ୍ଣ ଭାବେ ନିଜ […]

author-image
Mihir Pattnayak
ଅଦ୍ୟତନ ହୋଇଛି
କର୍ତ୍ତବ୍ୟ ପାଇଁ ବିପଦକୁ ଆଦରିଲେ ପୋଲିଂ କର୍ମଚାରୀ !

poli

ବାଲିଗୁଡା(ଅଜିତ୍‌ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନମଣ୍ଡଳୀଅନ୍ତର୍ଗତ ସିର୍ଲା ପଞ୍ଚାୟତର ୧୩୭ ଏବଂ ୧୩୮ ନମ୍ବର ଓ ଡାକାର ୭ନଂ ବୁଥ୍‌ରେ ନିୟୋଜିତ ପୋଲିଂ ପାର୍ଟି ଗତକାଲି ନିର୍ବାଚନ ସରିବା ପରେ ବିପଦପୂର୍ଣ୍ଣ ଭାବେ ଚାଲିଚାଲି ଆଜି ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି। କେବଳ ଏ ୩ଟି ବୁଥ୍‌ ନୁହେଁ ବଲାଙ୍ଗୀର ଓ ଫୁଲବାଣୀର ଅନ୍ୟ କିଛି ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍‌ ମେଶିନ୍‌ଗୁଡିକୁ ଅଣାଯାଇଥିବା ବେଳେ ବୀପଦପୂର୍ଣ୍ଣ ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ପୋଲିଂ କର୍ମଚାରୀ। ରାତି ତମାମ୍‌ ଘଞ୍ଚ ଜଙ୍ଗଲ ଓ ବିପଦପୂର୍ଣ୍ଣ ଜଙ୍ଗଲାଞ୍ଚଳରେ ଚାଲିଚାଲି ସେମାନେ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି।

Advertisment

ସୂଚନାଯୋଗ୍ୟ, କନ୍ଧମାଳର ମାଓବାଦୀ ଉପଦ୍ରୁତ ତୁମୁଡିବନ୍ଧ ଅଞ୍ଚଳରେ ପୋଲିଂ ପାର୍ଟିକୁ କାଲି ନିର୍ବାଚନ ସରିବା ପରେ ନାକେଦମ୍ ହେବାକୁ ପଡିଥିଲା। ମାଓବାଦୀ ଉପଦ୍ରୁତ ଅଞ୍ଚଳ ଲାଗି ରାତିରେ ଲାଇଟ୍ ଓ ମୋବାଇଲ ବାରଣ ଥିବାରୁ ର୍ସିଲା ପଞ୍ଚାୟତର ୧୩୭ ଓ ୧୩୮ନଂ. ବୁଥ୍‌ର ର୍ନିବାଚନ କର୍ମଚାରୀମାନେ ଫେରିବାକୁ ନାକେଦମ୍‌ ହୋଇଥିଲେ। ନିର୍ବାଚନ ସାରି ଘଞ୍ଚ ଜଙ୍ଗଲରେ ୧୫ କିଲୋମିଟର ଚାଲି ଚାଲି ବିଳମ୍ବିତ ରାତି ପ୍ରାୟ ସାଢେ ୨ଟା ବେଳେ ସେମାନେ ତୁମୁଡିବନ୍ଧରେ ପହଞ୍ଚିଥିଲେ । ସୁରକ୍ଷାକର୍ମୀ ରାତିରେ ଅତି ସତର୍କତାର ସହ ତାଙ୍କୁ କର୍ଡନ କରି ତୁମୁଡିବନ୍ଧକୁ ଆଣିଥିଲେ । ସେଠାରେ ରାତିରେ ରହିବା ପରେ ସୁରକ୍ଷିତ ଭାବେ ଆଜି ସକାଳୁ ଏକ ବସ୍‌ରେ ବାଲିଗୁଡାକୁ ସୁରକ୍ଷିତ ଭାବେ ପହଞ୍ଚିଥିଲେ। ଡାକା ବୁଥ୍‌ରେ ନିୟୋଜିତ ପୋଲିଂ କର୍ମଚାରୀଙ୍କ କ୍ଷେତ୍ରରେ ସମାନ ସମସ୍ୟା ଉପୁଜିଥିଲା।

ଅପରପକ୍ଷେ ଫୁଲବାଣୀ ଜିଲ୍ଲାର ବାରାଲାରେ ମଧ୍ୟ ଅନୁପରୂପ ଘଟଣା ଘଟିଛି। ଏଠାରେ ପୋଲିଂ ପାର୍ଟି ଉପରକୁ ପୂର୍ବରୁ ଗୁଳିମାଡ଼ କରିଥିଲେ ମାଓବାଦୀ। ଏହି ସମ୍ବେଦନଶୀଳ ବୁଥ୍‌ରେ ନିୟୋଜିତ ପୋଲିଂ ପାର୍ଟି ନିର୍ବାଚନ ସାରି ୧୫ କିଲୋମିଟର ଚାଲି ଚାଲି ଆସୁଥିବା ବେଳେ  ବାରାଲାରେ ରାସ୍ତାରେ ଗଛ ପଡ଼ିଥିବାରୁ ଫେରି ପାରି ନ ଥିଲେ । ରାତି ତମାମ୍‌ ଜଙ୍ଗଲରେ ଚାଲି ଚାଲି ଆଜି ସକାଳେ ବାଲନ୍ଦାପଡ଼ା ଫାଣ୍ଡିରେ ପହଞ୍ଚିଥିଲେ । ଗାଡ଼ି ଡ୍ରାଇଭରଙ୍କ ସମେତ ପୋଲିଂ ପାର୍ଟିରେ ୧୧ ଜଣ କର୍ମଚାରୀ ଥିଲେ। ବାରାଲାରୁ ୨୩ ଜଣ ସୁରକ୍ଷାକର୍ମୀଙ୍କ ସହାୟତାରେ ସେମାନେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛନ୍ତି।

Advertisment

ସେପଟେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନମଣ୍ଡଳୀର ମାଓ ପ୍ରବଣ ଅଞ୍ଚଳରୁ କଡା ସୁରକ୍ଷା ମଧ୍ୟରେ ଇଭିଏମ୍‌ ଅଣାଯାଇଛି।  ଲାଲବାହିନୀର ଭୟ ସତ୍ତ୍ୱେ  ସୁନାମୁଦି, ବରତିଆ, ରେଙ୍ଗାଲି, ବ୍ରାହ୍ମଣି ଗାଁରେ ଭୋଟ ଦାନ କରାଯାଇଥିଲା। ଭୋଟ ଦାନ ପରେ ସିଆରପିଏଫ୍ ଯବାନମାନେ କଡା ସୁରକ୍ଷା ମଧ୍ୟରେ ମାଓ ଅଞ୍ଚଳକୁ ଯାଇଥିବା ପୋଲିଂ ପାର୍ଟିକୁ ଏକାଠି କରି ସୁରକ୍ଷିତ ଭାବେ ପାଟଣାଗଡସ୍ଥିତ ଜବାହର ଲାଲ ମହାବିଦ୍ୟାଳୟକୁ ଆଣିଥିଲେ ।  ସେଠାରେ ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ ଗୁଡିକୁ ରଖାଯାଇଛି।