Advertisment

ସନ୍ଦେହ କଲେ ସୌମ୍ୟ: ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି

‘ଉପସଭାପତି ପଦ ହରାଇବା ପରେ ମୁଁ କିଛି ହରାଇଛି ବୋଲି ଭାବୁନି। କାରଣ ଉପସଭାପତି ହିସାବରେ ମୁଁ କ’ଣ କରୁଥିଲି ଯେ, ହରାଇଛି ବୋଲି କହିବି। ଅନେକ ଗୁଡ଼ିଏ ପଦ ପଦବୀରେ ଆମ ଦଳର ଅନେକ ଲୋକ ଅଛନ୍ତି। ସେମାନେ ପ୍ରାୟତଃ କିଛି କରନ୍ତି ନାହିଁ।’

ଅଦ୍ୟତନ ହୋଇଛି
undefined

Soumya Ranjan Patnaik

Advertisment

ରାଜ୍ୟ ସରକାର ତଥା 5T ସଚିବଙ୍କୁ ବାକ୍ୟ ବାଣରେ ଘାଇଲା କରୁଥିବା ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପକ୍ଷ ଚ୍ଛେଦନ ଆରମ୍ଭ ହୋଇଛି। ମୁହଁ ବନ୍ଦ ପାଇଁ ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଦଳର ଉପସଭାପତି ପଦରୁ ବାହାର କରାଯାଇଛି। ଏହା ସତ୍ତ୍ୱେ ଚୁପ୍‌ ହୋଇନାହାନ୍ତି ସୌମ୍ୟ। ବହିଷ୍କାର ନିର୍ଦ୍ଦେଶନାମାରେ ଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତକୁ ନେଇ ସେ କରିଛନ୍ତି ସନ୍ଦେହ। ଆଉ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି।

Advertisment

ସୌମ୍ୟ କହିଛନ୍ତି, ସଭାପତିଙ୍କର ଏହା ଇଚ୍ଛାଧୀନ ବ୍ୟାପାର। ସଭାପତି ହିସାବରେ କାହାକୁ ସହଯୋଗୀ କାର୍ଯ୍ୟକର୍ତ୍ତା ଭାବେ ନେବେ, ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ। ସେମାନେ ଉପସଭାପତି ଦାୟିତ୍ୱ ଦେଇଥିଲେ, ଏବେ କାର୍ଯ୍ୟରୁ ଅନ୍ତର କରିଦେଲେ। ଏଥିରେ ବିଶେଷ କିଛି ଅସ୍ୱାଭାବିକତା ନାହିଁ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଉପସଭାପତି ପଦ ହରାଇବା ପରେ ମୁଁ କିଛି ହରାଇଛି ବୋଲି ଭାବୁନି। କାରଣ ଉପସଭାପତି ହିସାବରେ ମୁଁ କ’ଣ କରୁଥିଲି ଯେ, ହରାଇଛି ବୋଲି କହିବି। ଅନେକ ଗୁଡ଼ିଏ ପଦ ପଦବୀରେ ଆମ ଦଳର ଅନେକ ଲୋକ ଅଛନ୍ତି। ସେମାନେ ପ୍ରାୟତଃ କିଛି କରନ୍ତି ନାହିଁ। ତେଣୁ ସେହି ପଦଟା କେବଳ ଆଳଙ୍କାରିକ ଭାବେ ଥିଲା। ତେଣୁ ଏହାକୁ ହରାଇବା ହିସାବରେ ମୁଁ ଗ୍ରହଣ କରୁନି। କିନ୍ତୁ ଗୋଟିଏ ଉଲ୍ଲେଖନୀୟ କଥା ହେଲା, ମୋତେ ଅନ୍ତର କରିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶନାମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦସ୍ତଖତ ରହିଛି। ସେହି ଦସ୍ତଖତଟି ଅସଲି ନା ନକଲି, ତାହା ସନ୍ଦେହ ହେଉଛି।

Advertisment

ସେ ଆହୁରି କହିଛନ୍ତି, ଗୋଟିଏ ସପ୍ତାହ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଦୁଇ ମିନିଟ୍‌ ସମୟ ମାଗିଥିଲି। ମୋତେ ସମୟ ମିଳିଲା ନାହିଁ। କିନ୍ତୁ ତା’ ବଦଳରେ ଏ ବରଖାସ୍ତ ନିର୍ଦ୍ଦେଶନାମା ମିଳିଛି। ତେଣୁ ସେଥିରୁ ମୋର ସନ୍ଦେହ ହେଉଛି, ସେହି ଦସ୍ତଖତଟି ନକଲି ନା ଅସଲି। ଏହାଛଡ଼ା ଅନ୍ୟ କିଛି ମୋର କହିବାର ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆଜି ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛି। ବିଜେଡି ସୁପ୍ରିମୋଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିବା ଉଲ୍ଲେଖ କରାଯାଇଥିବା ଦେଖିବାକୁ ମିଳିଛି।

BjD Bjd Leader Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe