Hospital
ରାଜ୍ୟ ତଥା ଦେଶରେ ନିର୍ବାଚନ ଶେଷ ହୋଇଛି। କିନ୍ତୁ ନିର୍ବାଚନୀ ପରବର୍ତ୍ତୀ ହିଂସା ଥମୁନି। ଓଡ଼ିଶାରେ ୩ଟି ଯାକ ପର୍ଯ୍ୟାୟରେ ଭୋଟ ଗ୍ରହଣ ବେଶ ଶାନ୍ତିଶୃଙ୍ଖଳାର ସହ ହୋଇଥିଲା। କିନ୍ତୁ ଶେଷ ପର୍ଯ୍ୟାୟରେ ଇଭିଏମ ଅଚଳ ଠାରୁ ଆରମ୍ଭ କରି ରାଜନୀତିକ ହିଂସା ଦେଖିବାକୁ ମିଳିଛି।
ଶନିବାର ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟ ଗ୍ରହଣ ଶେଷ ହୋଇଥିଲେ ହେଁ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଏଠାରେ ଦୁଇଟି ପରିବାର ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଛନ୍ତି।
ଗୋଟିଏ ପରିବାରର ୫ଜଣ ଆହତ ହୋଇଥିବା ବେଳେ ଅନ୍ୟ ଏକ ପରିବାରର ୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାକୁ ସେମାନଙ୍କୁ କେନ୍ଦ୍ରାପଡ଼ା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟମାନେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଠାକୁରପାଟଣା ଗାଁର ଜିତେନ୍ଦ୍ର ପାଣ୍ଡବ ଗୋଟିଏ ଦୋକାନ କରି ପରିବାର ଚଲାନ୍ତି। ଆଜି ସେ ଦୋକାନ ଖୋଲିଥିବା ବେଳେ ସେହି ଗାଁର ମିହିର ପାଣ୍ଡବ ତାଙ୍କ ପାଖକୁ ଆସିଥିଲେ। ଶନିବାର ଜିତେନ୍ଦ୍ର ପାଣ୍ଡବ କାହାକୁ ଭୋଟ ଦେଲେ ବୋଲି ମିହିର ପଚାରିଥିଲେ। ସେ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେଇଥିବା କଥା ଜାଣିବା ପରେ ମିହିର ରାଗି ଯାଇଥିଲେ।
ସେ ଜିତେନ୍ଦ୍ରକୁ ଗାଳିମନ୍ଦ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାରେ ଦୁଇ ପରିବାର ମୁହାଁମୁହିଁ ହୋଇଥିଲେ। ସେମାନେ ପରସ୍ପରକୁ ଆକ୍ରମଣ କରିବାରୁ ଏଥିରେ ୭ ଜଣ ଆହତ ହୋଇଛନ୍ତି। ଘଟଣାକୁ ନେଇ ପୂରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଲିସ୍ର କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Hospital_1717327660.jpg)