କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଛି ହତ୍ୟା ଧମକ। ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବିଧାୟକଙ୍କୁ ହତ୍ୟା ଧମକ ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି। ହତ୍ୟା ଧମକ ନେଇ କିଏ ବ୍ୟାନର ଲଗାଇଛି ତାହା ଜଣାପଡ଼ିନି।
ପୋଷ୍ଟରରେ ଜଣେ ଯୁବକଙ୍କ ଫଟୋ ମଧ୍ୟ ରହିଛି। ସେଥିରେ ଲେଖାଯାଇଛି ‘ସନ୍ତୋଷ ସିଂ ସାଲୁଜାଙ୍କୁ ମୁଁ ୧୫ ଦିନ ଭିତରେ ମାରିଦେବି’। କଣ୍ଟାବାଞ୍ଜି ପୁଲିସ ପୋଷ୍ଟରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ତେବେ ଯୁବକ ଜଣଙ୍କ କିଏ ତାହା ଜଣାପଡ଼ିନାହିଁ। ଏନେଇ ଘଟଣାକୁ ନେଇ କଣ୍ଟାବାଞ୍ଜି ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହାସହ ପୁଲିସର ମଧ୍ୟ ପ୍ରତିକ୍ରିୟା ମିଳିନାହିଁ।
Also Read
ସୂଚନାଯୋଗ୍ୟ, କିଛି ବର୍ଷ ତଳେ କଣ୍ଟାବାଞ୍ଜି ସହରର ସନ୍ତୋଷ ସିଂ ସାଲୁଜାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ନବୀନ କିଂକର୍ତ୍ତବ୍ୟବିମୂଢ଼: କମିଟିରେ ପାଣ୍ଡିଆନମାର୍କାଙ୍କ ଦବଦବା, ଖଣି ଜିଲ୍ଲାରେ ବବିଙ୍କ ଅନୁଗତ
୧୭ତାରିଖ ସୁଦ୍ଧା ୮୧ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା ହେବ ଓ ୧୯ରେ ରାଜ୍ୟ ପରିଷଦର ସ୍ୱତନ୍ତ୍ର ବୈଠକ ବସି ନବୀନଙ୍କୁ ନବମ ଥର ସଭାପତି ପଦରେ ଅବସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି ।

Politics
କେତେ ସଫଳ ହେବ ବିଜେପି-ଏଆଇଏଡିଏମକେ ମେଣ୍ଟ?
ଉଭୟ ଦଳ ମେଣ୍ଟ କରି କ’ଣ ପାଇବାକୁ ଓ କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି?

Politics
ବିସ୍ଫୋରକ ସ୍ଥିତିରେ ବିଜେଡି: ପୁରୁଖାଙ୍କୁ ନାଲିଆଖି ଦେଖାଇ ସୁଜାତାଙ୍କ ହାତରେ ସଂଗଠନ ଟେକିଦେବେ କି ନବୀନ?
ଦଳର ୨୪ବର୍ଷ ଶାସନର ଅପ୍ରତ୍ୟାଶିତ ଅନ୍ତର ପ୍ରମୁଖ କାରଣ ସାଜିଥିବା ପାଣ୍ଡିଆନଙ୍କୁ ଦୀର୍ଘ ୧୦ମାସ ଧରି ନବୀନ ନିଜ ପାଖରୁ କାହିଁକି ଦୂରେଇପାରୁନାହାନ୍ତି ଓ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଯାଇ କିଭଳି ମିଛ କହିବାକୁ ପଛାଉନାହାନ୍ତି ତାହା ଦଳୀୟ ମହଲରେ ନାନାଦି ଚର୍ଚ୍ଚାକୁ ଖୋରାକ ଯୋଗାଇଥିବାବେଳେ ଦଳୀୟ ସଂଗଠନରେ ପାଣ୍ଡିଆନମାର୍କା ନେତାମାନଙ୍କ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

Politics
ପୁଣି ପାଣ୍ଡିଆନଙ୍କ ପାଇଁ ଢାଲ ହେଲେ ନବୀନ: ବିଜେଡିରେ ଅରାଜକତା, ମେଳିକୁ ମିଳିଲା ବଳ, ବିଭାଜନ ଆସନ୍ନ
ପାଣ୍ଡିଆନଙ୍କୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ଓ ମେଳିକୁ ଦେଖି ଆଜି ସନ୍ଧ୍ୟାରେ ନବୀନ ନାଟକୀୟ ଢଙ୍ଗରେ ଦୁଇଟି ଜାତୀୟ ନ୍ୟୁଜ ଏଜେନ୍ସୀକୁ ଡକାଇ ବୟାନ ଦେଇଛନ୍ତି ।

Politics
କେବେ ଓଡ଼ିଶା ପାଇବ ବକେୟା ଟିକସ?
ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ କାର୍ଯ୍ୟକାରୀ ହେଲେ ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକୁ ବିଭିନ୍ନ ଖଣି-ଭିତ୍ତିକ ରାଜ୍ୟକୁ 70 ହଜାର କୋଟି ଟଙ୍କା ଓ ଘରୋଇ କମ୍ପାନୀଗୁଡ଼ିକୁ 80 ହଜାର କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।