ଓଡ଼ିଶା ଇତିହାସରେ ପ୍ରଥମ: ଖାଲି ପଡ଼ିଛି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ବ୍ୟକ୍ତିଗତ ସଚିବ ପଦବୀ

ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ନେବା ପରେ ରାଜ୍ୟ ସରକାର ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦେଇଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅବା ସଚିବ ଭାବେ କେଉଁ ଅଫିସରଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ତାହା ଜଣାପଡ଼ିନି ।

Naveen Niwas

ନବୀନ ନିବାସ

Ordigital Desk
  • Published: Wednesday, 25 October 2023
  • Updated: 25 October 2023, 10:08 PM IST

Sports

Latest News

ଓଡ଼ିଶା ପ୍ରଶାସନିକ ଇତିହାସରେ ପ୍ରଥମଥର ପାଇଁ ଏଭଳି ହୋଇଛି । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ କିମ୍ବା ପ୍ରମୁଖ ସଚିବ ପଦବୀରେ କୌଣସି ଅଫିସର ନାହାନ୍ତି । ଏହି ଦୁଇଟି ପଦବୀ ଏବେ ଖାଲି ପଡ଼ିଛି । ପ୍ରଶାସନିକ ଦୃଷ୍ଟିରୁ ଏହି ଦୁଇଟି ପଦ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ସରକାର କାହିଁକି ଏଠାରେ କାହାରିକୁ ନିଯୁକ୍ତି ଦେଇନାହାନ୍ତି ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।

ସୂଚନା ଅନୁସାରେ, ଆଇଏଏସ୍ ଭିକେ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦବୀ ଖାଲି ପଡ଼ିଛି । ୨୦୧୧ ମେ’ ୨ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ୨୦୧୯ ଅଗଷ୍ଟ ମାସରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ପାଣ୍ଡିଆନ କାର୍ଯ୍ୟ କରୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜେଶ ବର୍ମା ୨୦୧୯ ଜୁଲାଇ ମାସରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରଠୁ ଏହି ପଦରେ କାହାରିକୁ ନିଯୁକ୍ତି ଦିଆଯାଇନଥିଲା । ପାଣ୍ଡିଆନ କମିଶନର ତଥା ସଚିବ ପାହ୍ୟାର ଅଫିସର ହୋଇଥିଲେ ମଧ୍ୟ ସେ ଉଭୟ ବ୍ୟକ୍ତିଗତ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ(ସାଧାରଣତଃ ଅତିରିକ୍ତ ମୁଖ୍ୟ ସଚିବ ଅବା ପ୍ରମୁଖ ସଚିବ ପାହ୍ୟାର ଅଫିସର ଦାୟିତ୍ୱରେ ରୁହନ୍ତି) ଦାୟିତ୍ୱ ସମ୍ଭାଳିଥିଲେ ।

Also Read

ଏବେ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ନେବା ପରେ ରାଜ୍ୟ ସରକାର ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦେଇଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅବା ସଚିବ ଭାବେ କେଉଁ ଅଫିସରଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ତାହା ଜଣାପଡ଼ିନି । କିମ୍ବା ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କିଛି ବିଜ୍ଞପ୍ତି ଜାରି ହୋଇନଥିବା ଜଣାପଡ଼ିଛି ।

ରାଜ୍ୟ ଶାସନର ପ୍ରଚଳିତ ବ୍ୟବସ୍ଥା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମୁଖ୍ୟ ସଚିବ ଅବା ଉନ୍ନୟନ କମିଶନର କିମ୍ବା ଅନ୍ୟ ବିଭାଗର ସଚିବମାନେ ଯେଉଁ ଫାଇଲ୍ ପଠାଇଥାନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ବାଟ ଦେଇ ଯିବାର ପ୍ରାବଧାନ ରହିଛି । ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ମୁଖ୍ୟମନ୍ତ୍ରୀ ହୋଇଥିଲାବେଳେ ତାଙ୍କର ବ୍ୟକ୍ତିଗତ ସଚିବ ଓ ସଚିବ ପଦବୀ ମଧ୍ୟ ଅତ୍ୟନ୍ତ ସମ୍ବେଦନଶୀଳ । କିନ୍ତୁ ଏବେ ସେହି ଦୁଇଟି ପଦବୀ ସମ୍ପୂର୍ଣ୍ଣ ଖାଲି ପଡ଼ିଛି । ମୁଖ୍ୟମନ୍ତ୍ରୀ ଯେଉଁ ସବୁ ବିଭାଗ ଦାୟିତ୍ୱରେ ଅଛନ୍ତି ଅବା ଅନ୍ୟ ବିଭାଗର ଫାଇଲକୁ ପଢ଼ି ତା’ର ଆଇନଗତ ଦିଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଦୈନିକ ଅବଗତ କରାଇବାର କାର୍ଯ୍ୟ ତାଙ୍କ ସଚିବ ଓ ବ୍ୟକ୍ତିଗତ ସଚିବଙ୍କର ଥାଏ । ମାତ୍ର ଏବେ ସେହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ସରକାର କାହିଁକି ଫାଙ୍କା ରଖିଛନ୍ତି ଓ କାହାରିକୁ ନିଯୁକ୍ତି ଦେଇନାହାନ୍ତି ତାହା ଜଣାପଡ଼ିନି । ଏଭଳି କରି ସରକାର ପରୋକ୍ଷରେ ପ୍ରଶାସନିକ ସଙ୍କଟ ସୃଷ୍ଟି କରିଛନ୍ତି । ଓଡ଼ିଶା ଇତିହାସରେ ଏଭଳି ପ୍ରଶାସନିକ ଅଚଳାବସ୍ଥା ପ୍ରଥମଥର ପାଇଁ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ସଚିବ ପଦବୀକୁ ଖାଲି ପକାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନିଜର ବ୍ୟକ୍ତିଗତ ସଚିବ ଓ ସଚିବଙ୍କ ବିନା ସରକାରୀ ଫାଇଲ୍ କିଭଳି କରୁଛନ୍ତି ତାହା ବି ଜଣାପଡ଼ିନି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ୱେବସାଇଟ୍ ଅନୁସାରେ, ଏବେ ମୁଖ୍ୟମନ୍ତ୍ରୀଙ୍କ କେହି ବ୍ୟକ୍ତିଗତ ସଚିବ କିମ୍ବା ସଚିବ(ବରିଷ୍ଠ ପାହ୍ୟାର ଅଧିକାରୀ) ନାହାନ୍ତି । ସିଏମଓ ଅଫିସର ତାଲିକାରେ ଶ୍ରୀ ପାଣ୍ଡିଆନଙ୍କୁ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ସ୍ଥାନ ମିଳିଛି । ତାଙ୍କ ତଳକୁ ଅବସରପ୍ରାପ୍ତ ଆଇଏଏସ୍ ଆର.ବାଲକ୍ରିଷ୍ଣନ(ମୁଖ୍ୟ ଉପଦେଷ୍ଟା, ସିଏମଓ), ଆଇଏଏସ୍ ଆର.ଭିନିଲ କ୍ରିଷ୍ଣା(ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ), ଆଇପିଏସ୍ ଡିଏସ୍ କୁଟ୍ଟେ(ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ), ଆଇଏଏସ୍ ରୂପାରୋଶନ ସାହୁ(ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ), ଅବସରପ୍ରାପ୍ତ ଆଇଆରଟିଏସ୍ ମନୋଜ କୁମାର ମିଶ୍ର (ମୁଖ୍ୟମନ୍ତ୍ରୀଙ୍କ ଓଏସଡି), ଅବସରପ୍ରାପ୍ତ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର(ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଓଏସଡି), ଅବସରପ୍ରାପ୍ତ ଓଏଏସ୍ ଗୋପବନ୍ଧୁ ଦାଶ(ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଓଏସଡି), ଅବସରପ୍ରାପ୍ତ ଓଏଏସ୍ ରୀତାରାଣୀ ମହାପାତ୍ର(ମୁଖ୍ୟମନ୍ତ୍ରୀଙ୍କ ଓଏସଡି) ଭାବେ କାର୍ଯ୍ୟରତ ଅଛନ୍ତି ।

ସେହିପରି ଓଏଏସ୍ ଅଫିସର ଲାଲା ମନୋଜ କୁମାର ରାୟ, ଆଦିତ୍ୟ ମହାପାତ୍ର, ଶୁଭ୍ରାଂଶୁ ମିଶ୍ର ଓ ମନୋଜ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story