Advertisment

କାର୍ଯ୍ୟକ୍ରମ ଆରମ୍ଭରୁ କଟିଗଲା ଲାଇନ,ଅନ୍ଧାରରେ ବସିଲେ ଛତିଶଗଡ଼ ରାଜ୍ୟପାଳ

ଲାଇନ କଟିଯିବା ନେଇ ବିଦ୍ୟୁତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।

ଅଦ୍ୟତନ ହୋଇଛି
Bhubaneswar

Bhubaneswar

Advertisment

କାର୍ଯ୍ୟକ୍ରମ ଆରମ୍ଭରୁ କଟିଗଲା ଲାଇନ। ଫଳରେ ବେଶ୍ କିଛି ମିନିଟ ଅନ୍ଧାରରେ ବସି ରହିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ଅନ୍ୟ ଅତିଥି ବୃନ୍ଦ। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।

Advertisment

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କଳିଙ୍ଗ ପୁସ୍ତକ ମେଳାରେ ଗତକାଲି ୧୩ ଜଣ ଲେଖକ, ସାହିତ୍ୟିକ, ଭାଷାବିତ୍ ଓ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇ ଜାତୀୟ ସଂଗୀତ ପରିବେଷଣ କରାଯାଉଥିବା ବେଳେ ହଠାତ୍ ଲାଇନ କଟିଯାଇଥଲା। ଚାରିଆଡ଼େ ଅନ୍ଧକାର ଯାଇଥିଲା। ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ଅନ୍ୟ ମଞ୍ଚାସୀନ ଅତିଥି ଅନ୍ଧାରରେ ବସିଥିଲେ। କିଛି ସମୟ ପରେ ଆୟୋଜକଙ୍କ ପକ୍ଷରୁ ଟେବୁଲ ଲ୍ୟାମ୍ପ ଭଳି   ଲାଇଟ୍ ରାଜ୍ୟପାଳଙ୍କ ସାମ୍ନାରେ ରଖିଥିଲେ। ପରେ ଜେନେରେଟର୍ ଚାଲିବାରୁ ପୁଣି ବିଦ୍ୟୁତ ଆସିଥିଲା। ତେବେ କାହିଁକି ଏପରି ବିଭ୍ରାଟ ଘଟିଲା ତାହା କାରଣ ସ୍ପଷ୍ଟ ହୋଇନାହିଁ।

କଳିଙ୍ଗ ପୁସ୍ତକ ମେଳା ଆୟୋଜିକା ରେଣୁକା ମିଶ୍ର କହିଛନ୍ତି, ହଠାତ୍ ଲାଇନ ପଳାଇ ଯାଇଥିଲା। ଲାଇନ ଯିବା ପରେ ଜେନେରେଟର୍ ଚାଲୁ କରାଯାଇଥିଲା। ଜେନେରେଟର୍ ଲଗାଇବା ପରେ ଲାଇନ ଆସିଥିଲା। ଆମେ ଲାଇନ ହଠାତ୍ କଟିଯିବ ବୋଲି ଜାଣି ନଥିଲୁ। ଏତେଦିନ ଧରି କାର୍ଯ୍ୟକ୍ରମ ହୋଇଥିଲା ଲାଇନ ଯାଇନଥିଲା, ଆଜି ହଠାତ୍ ଜାତୀୟ ସଙ୍ଗୀତ ପରିବେଷଣ ବେଳେ ଲାଇନ ଚାଲିଯାଇଥିଲା। 

Advertisment

ଏନେଇ ବିଦ୍ୟୁତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଭିଭିଆଇପିଙ୍କ କାର୍ଯ୍ୟକ୍ରମରେ ଏଭଳି ବିଜୁଳି ବିଭ୍ରାଟ ନୁଆ ନୁହେଁ। ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ବି ଦେଖାଦେଇଥିଲା ବିଦ୍ୟୁତ ବିଭ୍ରାଟ। ମୟୂରଭଞ୍ଜ ବାରିପଦା ସ୍ଥିତ MSCBU ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବା ବେଳେ, ପ୍ରାୟ ୯ ମିନିଟ ଯାଏଁ ବିଦ୍ୟୁତ କାଟ୍ ହୋଇଥିଲା । ପୋଡ଼ିୟମରେ ଜଳୁଥିବା ଅତି କ୍ଷୀଣ ଆଲୋକରେ ଭାଷଣ ଦେଇଥିଲେ
ରାଷ୍ଟ୍ରପତି। ଏଭଳି ଦାୟିତ୍ୱହୀନତା ପାଇଁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe