ଆନ୍ତର୍ଜାତିକ ଫୁଟବଲ୍ ମ୍ୟାଚବେଳେ ବିଦ୍ୟୁତ ବିଭ୍ରାଟ, ବିଶ୍ୱରେ ନିନ୍ଦିତ ହେଉଛି ଓଡ଼ିଶା: ବିଜେପି

ଓଡିଶା ରାଜ୍ୟ ବିଦ୍ୟୁତ ବଳକା ରାଜ୍ୟ ବୋଲି ରାଜ୍ୟ ସରକାର କହି ବୁଲୁଛନ୍ତିି । ତା’ହେଲେ ବିଦ୍ୟୁତ ବଳକା ରାଜ୍ୟରେ ବାରମ୍ବାର ଏମିତି ବିଜୁଳି କାଟ୍ କାହିଁକି ହେଉଛି ?

Press conference held by BJP General Editor Samanthasinghar PhotoOR

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କରିଥିବା ସାମ୍ବାଦିକ ସମ୍ମିଳନୀ

Ordigital Desk
  • Published: Friday, 16 June 2023
  • Updated: 16 June 2023, 10:04 PM IST

Sports

Latest News

ରାଜ୍ୟବାସୀଙ୍କୁ ବିଜୁଳି ସେବା ଯୋଗାଇବାରେ ବିଜେଡି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଟାଟା ପାୱାର କମ୍ପାନୀ ଉପରେ ଦୋଷ ଲଦି ନିଜ ବିଫଳତାକୁ ଲୁଚାଇବାକୁ ରାଜ୍ୟ ସରକାର ପ୍ରୟାସ କରୁଥିବାବେଳେ ଗତ କିଛିଦିନ ପୂର୍ବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଓ ଗତକାଲି କଳିଙ୍ଗ ଷ୍ଟାଡ଼ିୟମରେ ଆନ୍ତର୍ଜାତିକସ୍ତରର ଫୁଟବଲ ମ୍ୟାଚ ସମୟରେ ପାୱାର କଟ୍ ହେବାକୁ ସମଗ୍ର ବିଶ୍ୱରେ ଓଡ଼ିଶା ଲଜ୍ଜିତ ଓ ନିନ୍ଦିତ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶା ବଳକା ବିଦ୍ୟୁତ ରାଜ୍ୟ ବୋଲି ବିଜେଡି ସରକାର ଯେଉଁ ବାହାବା ମାରୁଥିଲେ ତାହା ଧରାପଡ଼ିଛି । ଟାଟା ପାୱାର କମ୍ପାନୀ ପ୍ରତି କୋହଳ ମନୋଭାବ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ଟାଟା ସହ କ’ଣ ଚୁକ୍ତି ହୋଇଥିଲା ସରକାର ତାହା ସ୍ପଷ୍ଟ କରନ୍ତୁ । ବିଦ୍ୟୁତ କଟିଲେ ଓ ପାୱାର ଟ୍ରିପ ହେଲେ କ’ଣ ଆକ୍ସନ ନିଆଯିବ ତାହା ସେଥିରେ ଉଲ୍ଲେଖ ଅଛି କି ନାହିଁ ତାହା ମଧ୍ୟ ସରକାର ସର୍ବସାଧାରଣଙ୍କୁ ଜଣାଇବା ଦରକାର । ୪୦ହଜାର ୨୨୭କୋଟି ଟଙ୍କା ଖର୍ଚ୍ଚ ହେବା ପରେ ଦିନକୁ ୪୦ଥର ପାୱାର କଟ୍ ହେବା ପାଇଁ ରାଜ୍ୟ ସରକାର ହିଁ ଦାୟୀ । 

Also Read

ପ୍ରବଳ ଗ୍ରୀଷ୍ମପ୍ରବାହରେ ରାଜ୍ୟତମାମ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି ଓ ପାୱାର କଟ୍‌କୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ଅସନ୍ତୋଷ ରହିଛି । ବିଜୁଳି ବିତରଣ କଂପାନୀ ଟାଟା ପାୱାର, ଶକ୍ତି ବିଭାଗ ଏବଂ ରାଜ୍ୟ ସରକାରଙ୍କ ଭିତିରି ବୁଝାମଣା କାରଣରୁ ଘନ ଘନ ଅଘୋଷିତ ବିଜୁଳି କାଟ୍ ସତ୍ୱେ ମୁଖ୍ୟମନ୍ତ୍ରୀ ମୌନ ଧାରଣ କରି ନୀରବ ଅଛନ୍ତି । ରାଜ୍ୟବାସୀଙ୍କୁ ନିରବିଚ୍ଛନ ବିଜୁଳି ସେବା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ବିଜେଡି ସରକାରର ପାଟିରୁ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ହୋଇଛି କହିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ।

ଓଡିଶା ରାଜ୍ୟ ବିଦ୍ୟୁତ ବଳକା ରାଜ୍ୟ ବୋଲି ରାଜ୍ୟ ସରକାର କହି ବୁଲୁଛନ୍ତିି । ତା’ହେଲେ ବିଦ୍ୟୁତ ବଳକା ରାଜ୍ୟରେ ବାରମ୍ବାର ଏମିତି ବିଜୁଳି କାଟ୍ କାହିଁକି ହେଉଛି ? ଗ୍ରାମାଂଚଳ ସମେତ ସହରାଂଚଳ ଏବଂ ରାଜଧାନୀ ଭୁବନେଶ୍ୱରରେ ଘନ ଘନ ବିଜୁଳି କାଟ୍‌, ଲୋ-ଭୋଲଟେଜର ଶିକାର ଉପଭୋକ୍ତା କାହିଁକି ହେଉଛନ୍ତି ?  ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁଙ୍କ ସଭାରେ ‘ପାୱାର କଟ୍‌' ହେବା ଦ୍ୱାରା ଦେଶରେ ଓଡ଼ିଶାବାସୀଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା । ଗତକାଲି କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ଇଂଟର କଂଟିନେଂଟାଲ ଫୁଟବଲ୍ ମ୍ୟାଚ ସମୟରେ ବାରମ୍ବାର ‘ପାୱାର କଟ୍‌' ହେବା ଦ୍ୱାରା ଖେଳ ବାଧାପ୍ରାପ୍ତ ହେବା ସହିତ ସମଗ୍ର ବିଶ୍ୱରେ ଓଡ଼ିଶା ନିନ୍ଦିତ ହେଲା । ଟାଟା କଂପାନୀ ନିଜ ଲାଭ ପାଇଁ ଓଡ଼ିଶାରେ ବିତରଣ ଦାୟିତ୍ୱ ନେଇଛି । କିନ୍ତୁ ଓଡ଼ିଶା ସରକାର ଫାଇଦା ବା ଲାଭ ପାଇଁ ନୁହେଁ, ବରଂ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରିବା ଉଚିତ୍ । ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇ ଘରୋଇ ଟାଟା ପାୱାର କଂପାନୀ ଉପରେ କାହିଁକି ଦୋଷ ଲଦି ଦେଉଛନ୍ତି ।

ଚୁକ୍ତି ମୁତାବକ ୪୯ ପ୍ରତିଶତ ଅଂଶଧନ ରାଜ୍ୟ ସରକାରଙ୍କର ଏବଂ ୫୧ ପ୍ରତିଶତ ହେଉଛି ଟାଟା ପାୱାରର ହୋଇଥିଲେ ମଧ୍ୟ ମୂଳ ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । ଓଡ଼ିଶାବାସୀ ବିଜେଡିକୁ ଶାସନର କ୍ଷମତା ଦେଇଛନ୍ତି, ଟାଟା ପାୱାରକୁ ନୁହେଁ । ତେଣୁ ରାଜ୍ୟ ସରକାର ଉତରଦାୟୀ ହୁଅନ୍ତୁ । ୧୯୯୫ ମସିହାରୁ ରାଜ୍ୟରେ ଆରମ୍ଭ ହୋଇଥିବା ବିଜୁଳି ସଂସ୍କାର କାର୍ଯ୍ୟ ଦୀର୍ଘ ୨୮ ବର୍ଷ ପରେ ମଧ୍ୟ ଆଜି ଶେଷ ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜୁଳି ସଂସ୍କାର ନାମରେ ହଜାର ହଜାର କୋଟି ଟଙ୍କା ବିଜେଡି ସରକାର ଆତ୍ମସାତ୍ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ପାଇଁ ଏନଡିଆରଏଫ ଓ ଏସଡିଆରଏଫରୁ ରାଜ୍ୟ ସରକାରଙ୍କୁ ମିଳିଥିବା ୧୨୫୦ କୋଟି ଟଙ୍କାର ହିସାବ ମିଳୁ ନାହିଁ ।

ସ୍ମାର୍ଟ ଓ ନୂତନ ମିଟର ନାମରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପାଖାପାଖି ୪୦ ହଜାର ୨୨୭ କୋଟି ଟଙ୍କା ଖର୍ଚ୍ଚ ହେବା ପରେ ଦିନକୁ ୪୦ ଥର ପାୱାର କଟ୍‌' ହେବା ପାଇଁ ରାଜ୍ୟ ସରକାର ହିଁ ଦାୟୀ । ଏହି ବ୍ୟାପକ ମାତ୍ରାର ଅର୍ଥକୁ ବିଜେଡି ମନ୍ତ୍ରୀ, ନେତା, ଅଫିସର ଏବଂ ତୃତୀୟ ମହଲାର ଅଧିକାରୀମାନେ ମିଳିମିଶି ଲୁଟ୍ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜୁଳି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କଂପାନୀ ପ୍ରୀତି ପ୍ରତିବାଦରେ ବିଜେପି ପକ୍ଷରୁ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଓ ବିକ୍ଷୋଭ ଆଜି ମଧ୍ୟ ଜାରି ରହିଛି । ଏହି ଅବସରରେ ଦଳର ମୁଖପାତ୍ର ଦିଲୀପ ମଲ୍ଲିକ ଓ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story