Advertisment

BJD Politics: ପ୍ରଭାତ ବିଶ୍ୱାଳ ବିଜେଡିରୁ ବହିଷ୍କୃତ

ପ୍ରଭାତ କହିଥିଲେ, ଯାହାଙ୍କୁ ପ୍ରାର୍ଥୀ କରାଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି। ୪ ହଜାର କୋଟି ଯିଏ ନେଇ ଯାଇଛି ତାକୁ ଦିଆଗଲା ଟିକେଟ୍‌। ଦଳ ମୋର ବହୁ କ୍ଷତି କରିଛି। ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ।

Prabhat1
Advertisment

ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଶନିବାର ସନ୍ଧ୍ୟାରେ ଦଳରୁ ବିଦା କରାଯାଇଛି। 

Advertisment

ବିଜେଡି ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିବା ବେଳେ ଖୋଲାଖୋଲି ଏହାକୁ ବିରୋଧ କରିଥିଲେ ପ୍ରଭାତ। ସେ ଖୋଲାଖୋଲି ନିଜ ଅସନ୍ତୋଷ ଝାଡ଼ିଥିଲେ। ଏମିତିକି ନବୀନଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି।

ପ୍ରଭାତ କହିଥିଲେ, ଯାହାଙ୍କୁ ପ୍ରାର୍ଥୀ କରାଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି। ୪ ହଜାର କୋଟି ଯିଏ ନେଇ ଯାଇଛି ତାକୁ ଦିଆଗଲା ଟିକେଟ୍‌।
ଦଳ ମୋର ବହୁ କ୍ଷତି କରିଛି। ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ। ପାଣ୍ଡିଆନ୍ ଓ ସୁଜାତା ଦଳ ପାଇଁ କରିଛନ୍ତି। ନବୀନ ବାବୁ ଆଲୋଚନା କରନ୍ତୁ ବୋଲି ଲିଖିତ ଆକାରରେ ଜଣାଇବି। ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୂରେଇ ଯିବି।

Advertisment

ସେ ଆହୁରି କହିଥିଲେ, ଯିଏ ଦଳ ପାଇଁ କାର୍ଯ୍ୟ କରିଛନ୍ତି, ତାଙ୍କୁ ପ୍ରାର୍ଥୀ ହେଲେ ଭଲ ହୋଇଥା’ନ୍ତା। ଏହା ଏକପାଖିଆ ନିଷ୍ପତ୍ତି। ସମସ୍ତେ ବସି ନିଷ୍ପତ୍ତି ନେଇ ନାହାନ୍ତି।

ଅନ୍ୟପକ୍ଷରେ ପ୍ରଭାତଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ତାଙ୍କୁ ସମାଲୋଚନା କରିଥିଲେ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ କହିଥିଲେ, ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବାକୁ ସେ କିଏ? ଡା. ଦତ୍ତେଶ୍ବର ହୋତା ୪ର୍ଥ ପ୍ରାର୍ଥୀ। ଏହା ଏକ ମାଷ୍ଟର ଷ୍ଟ୍ରୋକ୍‌। ନବୀନ ବାବୁ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛନ୍ତି। ସମସ୍ତେ ସମର୍ଥନ କରିବେ। ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ସମସ୍ତେ କଟକ ଲୋକ। କଟକ ଲୋକଙ୍କୁ ବିରୋଧ କରି ପ୍ରଭାତ ତାଙ୍କ ସ୍ୱଭାବ ଦେଖାଇଛନ୍ତି। ସେ ନବୀନ ବାବୁଙ୍କ ଗାଡ଼ି କାଚ ଭାଙ୍ଗିଥିଲେ। ମିଡ୍‌ ନାଇଟ୍‌ ଅପରେସନରେ ଥିଲେ। ଏସବୁ ସତ୍ତ୍ବେ ନବୀନ ବାବୁ ତାଙ୍କ ପୁଅକୁ ୨ ଥର ଟିକେଟ୍‌ ଦେଇଛନ୍ତି। ତେଣୁ ମୋ ମତରେ ସେ ଜଣେ ଅକୃତଜ୍ଞ ଲୋକ।

ସୂଚନାଯୋଗ୍ୟ, ପ୍ରଭାତ ରଞ୍ଜନ ବିଶ୍ୱାଳ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରେ କଟକ-ଚୌଦ୍ୱାର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଚିଟ୍‌ ଫଣ୍ଡ କେସ୍‌ରେ ଫସି ସେ ବିବାଦୀୟ ହୋଇପଡ଼ିଥିଲେ। ୨୦୧୯ ଓ ୨୦୨୪ରେ ତାଙ୍କ ପୁଅ ବିଜେଡି ଟିକେଟ୍‌ରେ ଏହି ଆସନରୁ ବିଜୟୀ ହୋଇଥିଲେ। 

ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ ବିଶ୍ବାଳ

ବିଜେଡି ଫଣ୍ଡ ସ୍କାମ ଆଡ଼କୁ ଇଶାରା କଲେ କ୍ଷୁବ୍ଧ ପ୍ରଭାତ। କହିଲେ, ବିଜେଡି ପାଇଁ ବହୁ ପରିଶ୍ରମ ହୋଇଛି। ବିଜେଡିର ଆକାଉଣ୍ଟ ବାହାର ରାଜ୍ୟରେ ଖୋଲିବା ଗ୍ରହଣୀୟ ନୁହେଁ। ପାର୍ଟିର ଅଜାଣତରେ ବାହାର ରାଜ୍ୟରେ ଖୋଲିଲେ ବରଦାସ୍ତ କରାଯିବନି। ସେଥିପାଇଁ ମୁଁ ରିଆକ୍ଟ କରିଛି। ମୋତେ ଯେଉଁମାନେ ବହିଷ୍କାର କରିଛନ୍ତି ସେମାନେ ରାତି ଅନିଦ୍ରା ହୋଇନାହାନ୍ତି। ମୁଁ ରାତି ଅନିଦ୍ରା କଷ୍ଟ ପାଇଥିବାରୁ ନବୀନ ନିବାସ ଯାଇଥିଲି। ବିଜୁ ଜନତା ଦଳର ୧୮୮ କୋଟି ଟଙ୍କା ଅଛି। ସେମାନେ ଦସ୍ତଖତ କରି ପ୍ରାର୍ଥୀ ହେବା କିପରି ସମ୍ଭବ। ସମୟ ଆସିଗଲା, ସତ୍ୟ ପ୍ରକାଶିତ ହେବ। ଯେଉଁ ୮୦୦ କୋଟି ଟଙ୍କା ଅଛି, କର୍ମୀ ଭାବେ ଆମର ଭାଗ ରହିଛି। ମୋ ରାଜନୈତିକ କ୍ୟାରିଅରକୁ ବିଜେଡି ବହୁତ କ୍ଷତି କରିଛି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe