ପ୍ରଭାତଙ୍କ ବିସ୍ଫୋରକ ବୟାନ- ବୁଝାମଣା ଅଭାବରୁ ନିର୍ବାଚନ ହାରିଲା ବିଜେଡି

‘ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କେଉଁଠି ନା କେଉଁଠି ଆଣ୍ଟି ଇନକମ୍ବେନ୍ସୀ ବା ଦଳ ବିରୋଧୀ ହାୱା ଗୋଟିଏ ବଡ଼ ଫ୍ୟାକ୍ଟର ଭାବରେ କାମ କରିଛି । ’

ପ୍ରଭାତ ବିଶ୍ୱାଳ ।

  • Published: Wednesday, 03 July 2024
  • , Updated: 03 July 2024, 10:19 AM IST

ବୁଝାମଣା ଅଭାବରୁ ଚଳିତ ନିର୍ବାଚନ ହାରିଲା ବିଜେଡି। ଭୋଗିଲାଏପରି ଅବସ୍ଥା । ବିଜେଡିର ଶୋଚନୀୟ ପରାଜୟର ପ୍ରାୟ ମାସେ ପରେ ମୁହଁ ଖୋଲିବା ସହ ଏପରି ବିସ୍ଫୋରକ କଥା କହିଛନ୍ତି ବରିଷ୍ଠ ନେତା ତଥା ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ।

କଟକ ମହାନଦୀବିହାର ସେଲିବ୍ରେସନ୍ ମଣ୍ଡପରେ ଆୟୋଜିତ ବିଜେଡି କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ ସମାରୋହରେ ଉଦବୋଧନ ବେଳେ ଏକଥା କହିଥିଲେ ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି, ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କେଉଁଠି ନା କେଉଁଠି ଆଣ୍ଟି ଇନକମ୍ବେନ୍ସୀ ବା ଦଳ ବିରୋଧୀ ହାୱା ଗୋଟିଏ ବଡ଼ ଫ୍ୟାକ୍ଟର ଭାବରେ କାମ କରିଛି । ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସବୁ ସତ କଥା କହିଥିଲି। 

ସେଠାରେ ସେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଭି.କେ ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା କୁହାଯାଉଛି। ପ୍ରଭାତଙ୍କ ମନ୍ତବ୍ୟ ଉପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related story