Advertisment

ପ୍ରଦୀପ ପଦ୍ମ ଧରିବା ପରେ ବଦଳିପାରେ ଗଞ୍ଜାମ ରାଜନୀତି

ପଦ୍ମ ଧରିଲେ ଗୋପାଳପୁରର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀ

Pradeep panigrahi

Pradeep panigrahi

Advertisment

ପଦ୍ମ ଧରିଲେ ଗୋପାଳପୁରର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆଜି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସାମିଲ ହେଲେ, କାଲି ନିଜ ନିର୍ବାଚନ ମଣ୍ଡଳୀରେ କରିବେ ଶକ୍ତି ପ୍ରଦର୍ଶନ। ବଦଳିପାରେ ଗଞ୍ଜାମର ରାଜନୈତିକ ସମୀକରଣ। ସବୁ ଚର୍ଚ୍ଚା ଭିତରେ ହଠାତ୍ ଆଜି ସକାଳ ପ୍ରାୟ ୧୦ଟା ବେଳେ ନିଜ ଫେସବୁକ ହ୍ୟାଣ୍ଡେଲରେ ଓଡ଼ିଶାବାସୀଙ୍କ ସମର୍ଥନ ମାଗିବା ସହ ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ ଲେଖିଥିଲେ।

Advertisment

ଆଉ ଦିନ ୧୧ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଦୀପ। ସେଠାରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି ତାଙ୍କୁ ପଦ୍ମ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ସାମିଲ ହେବା କ୍ଷଣି ହିଁ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ ପ୍ରଦୀପ। କହିଥିଲେ, ମିଶନ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇ ଭୁବନେଶ୍ୱରରେ ଶେଷ ହେବ। ରାଜ୍ୟ ସରକାରକୁ ଅନ୍ଧ, ମୂକ, ବଧିର ସରକାର କହିବା ସହ ୨୦୧୪ରୁ ବିଜେଡି, ବିଜେପି ପାଖରେ ଅଘୋଷିତ ଆତ୍ମସମର୍ପଣ କରିଆସିଛି ବୋଲି ମଧ୍ୟ କହିଥିଲେ। ରାଜ୍ୟରେ ଅଫିସର ଶାସନକୁ ଟାର୍ଗେଟ କରି କହିଥିଲେ, ସଚିବାଳୟ ମନ୍ତ୍ରାଳୟ ହେବ।

ଏପଟେ ପ୍ରଦୀପ ପଦ୍ମ ପୋଖରୀକୁ ଡେଇଁବା ପରେ ଆରମ୍ଭ ହୋଇଯାଇଛି ଅଙ୍କ କଷା। ଗଞ୍ଜାମ ତଥା ଦକ୍ଷିଣ ଓଡିଶା ରାଜନୀତି ଉପରେ କ’ଣ ରହିବ ପ୍ରଭାବ ? କାହିଁକି ନା ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିଲେ ପ୍ରଦୀପ। ଏମିତିକି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ହିଞ୍ଜିଳି କଥା ମଧ୍ୟ ବୁଝୁଥିଲେ। ଟିକେଟ ଦେବାଠୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଫଣ୍ଡ ମ୍ୟାନେଜମେଣ୍ଟ ଯାଏଁ, ସବୁ କିଛି ଥିଲା ପ୍ରଦୀପଙ୍କ ହାତରେ।

Advertisment

କିଛି ଦିନ ତଳେ କେବଳ ପ୍ରଦୀପ ବିଜେପିରେ ଯୋଗ ଦେବା ଚର୍ଚ୍ଚାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଆଟାକ୍ କରିଥିଲେ ବିଜେଡି ନେତା। ଏହା ସହ ଗଞ୍ଜାମରେ 5-T ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମ ଦିନ ପ୍ରଦୀପ ପାଣିଗ୍ରାହୀଙ୍କ ଉପରକୁ ଆକ୍ରମଣ ସହ ବିରୋଧ କରିଥିଲେ ବିଜେଡି କର୍ମୀ। ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଦଳକୁ ପ୍ରଦୀପଙ୍କ ଭୟ। ଅନ୍ୟ ପଟେ ବିଜେଡି ଗଞ୍ଜାମ ଗଡ଼ ଦୁର୍ବଳ ହେବାରେ ଲାଗିଛି। କିଛି ଦିନ ହେବ ଜୋର ଧରିଲାଣି ଗୋଷ୍ଠୀ କନ୍ଦଳ। ଆଉ ଏସବୁ ମ୍ୟାନେଜ୍ କରିବାକୁ ସୂର୍ଯ୍ୟ ପାତ୍ରଙ୍କ ଦେହାନ୍ତ ପରେ ସାଂଗଠନିକ ଦକ୍ଷତା ଥିବା ବଳିଷ୍ଠ ନେତା ଜିଲ୍ଲାରେ ନାହାନ୍ତି। ତେବେ ବିଜେପିରେ ପ୍ରଦୀପ ସାମିଲ୍ ହେବାର କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ବିଜେଡି ନେତା।

ଏପଟେ ଚର୍ଚ୍ଚା ହେଉଛି ପ୍ରଦୀପଙ୍କ ପରେ ଅନେକ ବିଜେଡି ବିଧାୟକ ବିଜେପି ମୁହାଁ ହୋଇପାରନ୍ତି। ବିଜେଡିରୁ ଇସ୍ତଫା ଦେଇଥିବା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ବହିଷ୍କୃତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମଧ୍ୟ ବିଜେପି ଯିବା ନେଇ ଚର୍ଚ୍ଚା ହେଉଛି।

BjD Bjp Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe