Advertisment

ଦମ୍ଭ ଦେଖାଇଲେ ପ୍ରଦୀପ; ମିଶନ୍‌ ହିଞ୍ଜିଳି ଟୁ ଭୁବନେଶ୍ୱର ୧୦୦...

ବିଜେଡିକୁ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଚାଉଳ କାହାର? ପ୍ରଚାର କାହାର? ସତ କୁହ ହେ। ଲୋକଙ୍କୁ ଫେସ୍‌ କର। କାମ କରିଛ, ଭୋଟ୍‌ ଦିଅ ବୋଲି କୁହ। ଖାଲି ଡାବାମାରି ଭୋଟ୍‌ ମାଗୁଛ କାହିଁକି? ଲେଖା ପାକ୍କା ଛିଡ଼ିଯିବ।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Pradeep Panigrahi

ବଦଳିଛି ଗେଟ୍‌ଅପ୍‌। ଖାଲି ଗେଟ୍‌ଅପ୍‌ ନୁହେଁ, ଭାଷା ମଧ୍ୟ ବଦଳିଛି। ପୂରା ଫର୍ମରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ନାଁ ନନେଇ ଆଜି ବିଜେଡି ରାଇଜ ମୁଖିଆଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଆଉ କହିଛନ୍ତି, ଏଥର ଲେଖା ପାକ୍କା ଛିଡ଼ିଯିବ। ମିଶନ୍‌ ହିଞ୍ଜିଳି ଟୁ ଭୁବନେଶ୍ୱର ୧୦୦, ଦିଲ୍ଲୀ ୪୦୦ ...।

Advertisment

ବିଜେଡିକୁ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଚାଉଳ କାହାର? ପ୍ରଚାର କାହାର? ସତ କୁହ ହେ। ଲୋକଙ୍କୁ ଫେସ୍‌ କର। କାମ କରିଛ, ଭୋଟ୍‌ ଦିଅ ବୋଲି କୁହ। ଖାଲି ଡାବାମାରି ଭୋଟ୍‌ ମାଗୁଛ କାହିଁକି? ଲେଖା ପାକ୍କା ଛିଡ଼ିଯିବ। ମିଶନ୍‌ ହିଞ୍ଜିଳି ଟୁ ଭୁବନେଶ୍ୱର ୧୦୦, ଦିଲ୍ଲୀ ୪୦୦। କମଳେ କମଳା। ଏକ ମନ, ଏକ ପ୍ରାଣ ଓ ଏକ ଲକ୍ଷ୍ୟରେ ମିଶି କାମ କଲେ କମଳ ନିଶ୍ଚିତ ଆସିବ। କର୍ମୀମାନେ ହେଉଛନ୍ତି ଆର୍ମି। ଆର୍ମି ଓ ସାଧାରଣ ଲୋକ ମିଶିଗଲେ ଲେଖା ଛିଡ଼ିଯିବ। କମଳ ନିଶ୍ଚିତ ଆସିବ। ଏମାନେ ଯେତେ ଶକ୍ତି ଲଗାଉଛନ୍ତି ଲଗାନ୍ତୁ ପଛେ, କିଛି ଲାଭ ହେବନି ବୋଲି ପାଣିଗ୍ରାହୀ କହିଛନ୍ତି।

ସେ ଆହୁରି କହିଛନ୍ତି, ସେମାନେ(ବିଜେଡି) ମୋ ବିରୋଧରେ ଖାଲି ବାଇଟ୍‌ ଦେଉଛନ୍ତି। ମୁଁ ସେମାନଙ୍କୁ କହୁଛି, କେତେ ବାଇଟ୍‌ ଦେଉଛ ଦିଅ, ସବୁ ଶକ୍ତିକୁ ଲଗାଇ ଦିଅ, ଯେତିକି ପଇସା ଲୋକଙ୍କଠାରୁ ଆଦାୟ କରିଛ, ତାକୁ ସବୁ ଦେଇଦିଅ, ହେଲେ ମଧ୍ୟ କିଛି ହୋଇପାରିବ ନାହିଁ। ମାଟି ପୂରା ଖାଲି। ଶଙ୍ଖ ଆଉଟ୍‌, ଫୁଲ ଇନ୍‌। କମଳେ କମଳା। ଲକ୍ଷ୍ମୀ ବସ୍‌ରେ ମାଆ ଲକ୍ଷ୍ମୀ ଆସିବେନି। ଲକ୍ଷ୍ମବସ୍‌ରେ ମାଆ ଲକ୍ଷ୍ମୀ ୫ ଟଙ୍କାରେ ଆସିବେ ନାହିଁ। କମଳ ଆସିଲେ ମାଆ ଲକ୍ଷ୍ମୀ ଆସିବେ। କମଳା ଆସିଲେ ଶାନ୍ତି, ଐଶ୍ୱର୍ଯ୍ୟ, ସୌଭାଗ୍ୟ ଆସିବ। ଲୋକଙ୍କର ଉନ୍ନତି ଘଟିବ। ଓଡ଼ିଶାରେ ନ୍ୟାୟ ଆସିବ। ଲୋକଙ୍କ ଭିତରେ ହସଖୁସି ଆସିବ। ସେଥିପାଇଁ ଏଥର କମଳେ କମଳା ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

Advertisment
Bjp Ganjam Pradeep Panigrahi Ganjam Politics