Advertisment

ଏମ୍‌ସରୁ ଡିସ୍‌ଚାର୍ଜ ହେବା ପରେ ବିସ୍ଫୋରକ ବୟାନ୍‌ ଦେଲେ ପ୍ରଦୀପ ପାଣିଗ୍ରାହୀ

ପ୍ରଦୀପ ଆହୁରି କହିଛନ୍ତି, ବିଜେଡି ସହ ପିଣ୍ଟୁ ଦାସଙ୍କ ରହିଛି ସଂପର୍କ। ପୂର୍ବରୁ ବିଜେପି ଟିକଟରେ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରିଥିଲେ ପିଣ୍ଟୁ ଦାସ। କିନ୍ତୁ ସମ୍ଭବ ନହେବାରୁ ବିଜେଡି ସହ ସଲାସୁତୁରା ହୋଇ ସ୍ୱାଧୀନ ଭାବେ ସେ ଲଢ଼ିଛନ୍ତି

author-image
Manoranjan Sial
ଅଦ୍ୟତନ ହୋଇଛି
Pradeep Panigrahy

Pradeep Panigrahy

ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ପଛର କାରଣ କ’ଣ ? ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଓରଫ୍ ପିଣ୍ଟୁ ଦାସ କାହିଁକି କଲେ ଆକ୍ରମଣ? ଆକ୍ରମଣ ପଛରେ ବାସ୍ତବରେ ପିଣ୍ଟୁ ଦାସ ନା ଆଉ କିଏ? ସପ୍ତାହେର ଚିକିତ୍ସା ପରେ ଭୁବନେଶ୍ୱର ଏମ୍‌ସରୁ ଆଜି ଡିସଚାର୍ଜ ହେବା ପରେ ଆଜି ପ୍ରଦୀପ ଦେଇଛନ୍ତି ବିସ୍ଫୋରକ ବୟାନ। କେମିତି ଷଡ଼ଯନ୍ତ୍ର ରଚି ବିଜେଡି କରିଥିଲା ଆକ୍ରମଣ, ଗୋଟି ଗୋଟି କରି ବଖାଣିଛନ୍ତି ପ୍ରଦୀପ।

Advertisment

ସେ କହିଛନ୍ତି, ବ୍ରହ୍ମପୁର ଗୋଷାଣୀ ନୂଆଁଗାଁର ୧୩୨ ନମ୍ବର ବୁଥରେ ଇଭିଏମ୍‌ ଠିକରେ ସିଲ୍ ହେଲା ନା ନାହିଁ, ସେ ସଂପର୍କରେ ବୁଝିବା ବେଳେ ହଠାତ୍ ପିଣ୍ଟୁ ଦାସ କରିଥିଲେ ଆକ୍ରମଣ। ଯାହାଫଳରେ ଚେତା ହରାଇ ପଡ଼ିଥିଲେ ପ୍ରଦୀପ। ଆଉ ଚେତା ଫେରିଲା ବେଳକୁ ଘଟଣାସ୍ଥଳରେ SDPO ଥିଲେ। ପୁଲିସ ଉପସ୍ଥିତିରେ ଏଭଳି ଆକ୍ରମଣ କେମିତି ହେଲା ବୋଲି ପ୍ରଦୀପ ପଚାରିଥିଲେ। କିନ୍ତୁ ସଂପୃକ୍ତ ପୁଲିସ ଅଧିକାରୀ ଜଣକ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ପ୍ରଦୀପ ଅଭିଯୋଗ କରିଛନ୍ତି।

ପ୍ରଦୀପ ଆହୁରି କହିଛନ୍ତି, ବିଜେଡି ସହ ପିଣ୍ଟୁ ଦାସଙ୍କ ରହିଛି ସଂପର୍କ। ପୂର୍ବରୁ ବିଜେପି ଟିକଟରେ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରିଥିଲେ ପିଣ୍ଟୁ ଦାସ। କିନ୍ତୁ ସମ୍ଭବ ନହେବାରୁ ବିଜେଡି ସହ ସଲାସୁତୁରା ହୋଇ ସ୍ୱାଧୀନ ଭାବେ ସେ ଲଢ଼ିଛନ୍ତି। ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଓ ଆସିକା ସିଟରେ ବିଜେଡିର ପରାଜୟ ସମ୍ଭାବନାକୁ ଦେଖି ପୁଲିସ ଉପସ୍ଥିତିରେ ଆକ୍ରମଣ କରାଯାଇଛି। ପିଣ୍ଟୁ ଦାସଙ୍କ ମୋବାଇଲ୍ ଯାଞ୍ଚ କଲେ ସବୁ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ପ୍ରଦୀପ। ତେବେ ପ୍ରଦୀପଙ୍କ ଅଭିଯୋଗ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

୨୦୨୩ ମସିହା ଅଗଷ୍ଟ ୨୫ ତାରିଖରେ ତତ୍କାଳୀନ 5-T ସଚିବ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ସମୟରେ ପ୍ରଦୀପଙ୍କୁ ବିରୋଧର ଶିକାର ହେବାକୁ ପଡ଼ିଥିଲା। ଏପରିକି ତାଙ୍କ ଗାଡ଼ିକୁ ଅଣ୍ଡା, ପଥର ସହ ବୋତଲ ମାଡ଼ କରାଯାଇଥିଲା। ଏବେ ଯେଉଁ ଦିନଠୁ ପଦ୍ମ ଧରିଛନ୍ତି ପ୍ରଦୀପ, ସେଦିନଠାରୁ ନବୀନ ଓ ପାଣ୍ଡିଆନଙ୍କୁ ଶାଣିତ ଢଙ୍ଗରେ ନିଶାନା କରିଆସୁଛନ୍ତି।

ପ୍ରଦୀପଙ୍କ ଅଭିଯୋଗକୁ ବିଜେଡି ଖଣ୍ଡନ କରିବା ସହ ଏହାକୁ ବ୍ୟକ୍ତିଗତ କାରଣ ବୋଲି କହିଛି।

BjD Bjp Ganjam General Election Ganjam Politics 2024 General Election