Advertisment

‘ଜୟ ଶ୍ରୀରାମ ନାରା ଶୁଣି ମୋ ସାନ ଭାଇଟା ବାୟା ହୋଇଗଲା’

ବିଜେଡି ସୋଶାଲ୍‌ ମିଡ଼ିଆରେ ଅପପ୍ରଚାର କରୁଥିବା ବିଜେପି ଓ କଂଗ୍ରେସ ଅଭିଯୋଗ କରୁଥିଲେ। ଆଜି ଏ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ସୋଶାଲ ମିଡ଼ିଆ ପରିଚାଳନା ପାଇଁ ପ୍ରତି ମାସରେ ବିଜେଡି ୬ କୋଟି ଟଙ୍କା ଖର୍ଚ୍ଚ କରୁଛି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Pradeep

5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ଙ୍କ ନାଁ ନେଲେନି। କିନ୍ତୁ କହୁକହୁ ପାଣ୍ଡିଆନଙ୍କ ଗୁମର ଖୋଲିଦେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। କହିଲେ, ଗୋପାଳପୁରରେ ଆୟୋଜିତ ନବୀନ-ଓ କାର୍ଯ୍ୟକ୍ରମରେ ଛାତ୍ରମାନଙ୍କ ଜୟ ଶ୍ରୀରାମ ଶୁଣି ମୋ ସାନ ଭାଇଟା ବାୟା ହୋଇଗଲା। ଆଉ ନିଜକୁ ସମ୍ଭାଳିପାରିଲା ନାହିଁ। ସଭା ଶେଷରେ ଜୟ ଶ୍ରୀରାମ ପକାଇଲା ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଆଗରୁ ପତି ପତ୍ନୀ_ଓ ଥିଲା। ଏବେ ବିଜେଡି ନବୀନ_ଓ ହେଉଛି। ମୋ ନିର୍ବାଚନମଣ୍ଡଳୀର ଗୋପାଳପୁର ବିବେକ ବିହାରରେ ଆୟୋଜିତ ହୋଇଥିଲେ ନବୀନ_ଓ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୧୩ ହଜାରରୁ ଅଧିକ ପିଲାଙ୍କୁ ଅଣାଯାଇଥିଲା। ସଭା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଛାତ୍ରମାନେ ଖାଲି ଜୟ ଶ୍ରୀରାମ ନାରା ପକାଇଥିଲେ। ଆମ ସାନ ଭାଇଟା ପୂରା ବାୟା ହୋଇଗଲା। ଏମିତି ସେ କେବେ ଭାବି ନଥିଲା। ଏତେ ପୁଲିସ୍‌ ଓ ଆଣ୍ଟ ଶାସନ ବ୍ୟବସ୍ଥା ଭିତରେ ଛାତ୍ରମାନେ ଜୟ ଶ୍ରୀରାମ ପକାଇବେ ବୋଲି। ମୋ ସାନ ଭାଇଟା ଦେଖିଲା ଆଉ କିଛି ହେବନି। ତେଣୁ ବାଧ୍ୟ ହୋଇ ଜୟ ଶ୍ରୀରାମ କହି ସଭା ଶେଷ କରିଥିଲେ। ସଭାରେ ସେ ବେଶୀ କିଛି କହିପାରିଲେ ନାହିଁ। ଏଥିରେ ସେ ବିଚଳିତ ହୋଇ ତା’ପର ଦିନ ତାଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମରେ ମୋ ନାଁରେ ବିଚାର ଚାଲିଥିବା ଭିଜିଲାନ୍ସ ମାମଲାର ପ୍ରେସ୍‌ ରିଲିଜ୍‌ ଜାରି କରିଥିଲେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ବିଜେଡି ସୋଶାଲ୍‌ ମିଡ଼ିଆରେ ଅପପ୍ରଚାର କରୁଥିବା ବିଜେପି ଓ କଂଗ୍ରେସ ଅଭିଯୋଗ କରୁଥିଲେ। ଆଜି ଏ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ସୋଶାଲ ମିଡ଼ିଆ ପରିଚାଳନା ପାଇଁ ପ୍ରତି ମାସରେ ବିଜେଡି ୬ କୋଟି ଟଙ୍କା ଖର୍ଚ୍ଚ କରୁଛି। ପ୍ରତି ନିର୍ବାଚନମଣ୍ଡଳୀରୁ ୧୮ରୁ ୨୪ ବର୍ଷର ପିଲାଙ୍କୁ ଶଙ୍ଖ ଭବନକୁ ଡାକି ସେମାନଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲା ଯାଉଛି। ସେହି ଆକାଉଣ୍ଟ ମାଧ୍ୟମରେ ବିଜେଡି ସପକ୍ଷରେ ଓ ଅନ୍ୟମାନଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି। ଏଥିରେ ମାସକୁ ୬ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାର ହିସାବ ସେମାନେ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପାଣିଗ୍ରାହୀ।

Advertisment

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ଏବେ ପୁଣି ରାଜ୍ୟ ବୁଲା କାର୍ଯ୍ୟ ଚାଲିଛି। ବ୍ରହ୍ମପୁର ସର୍କିଟ ହାଉସ୍‌ରେ ଗଞ୍ଜାମ ଜିଲ୍ଲାରେ ପ୍ରତି ବିଧାୟକଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ବିଜେଡିର ତଥାକଥିତ ପାୱାରଫୁଲ୍‌ ନେତା ଓ ତାଙ୍କ ଟିମ୍‌ ଡିସେମ୍ୱର ୧୩ ବା ୧୪ ତାରିଖରେ ଦେଇଛନ୍ତି। ଏହା ସତ ନା ମିଛ? ଏହାଛଡ଼ା ସବୁ ନିର୍ବାଚନମଣ୍ଡଳୀରେ ହେଉଥିବା ପତି ପତ୍ନୀ_ଓ କାର୍ଯ୍ୟକ୍ରମରେ ପିଲାମାନେ ଯୋଗଦେଉଛନ୍ତି। ହେଲେ ସେଥିରେ କୃଷକ ଓ ଶ୍ରମିକମାନେ କାହିଁକି ସାମିଲ୍‌ ହେଉନାହାନ୍ତି? ସେମାନେ କଣ କାମ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ପ୍ରତିଦିନ ୧୦ ହଜାର ଲୋକଙ୍କୁ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ନେଉଛନ୍ତି। ସେମାନେ ସେଠାରେ କ’ଣ ଶପଥ ନେଉଛନ୍ତି? କ’ଣ ବିଜେଡି ନବୀନ_ଓ ଙ୍କୁ ଭୋଟ୍‌ ଦେବା ପାଇଁ? ଆଗରୁ ପଞ୍ଚାୟତ ଓ ୱାର୍ଡ ନିର୍ବାଚନରେ କେତେକ ନେତା ଭୋଟ ପାଇବା ପାଇଁ ଠାକୁରଙ୍କ ଫଟୋ ଧରାଇ ଶପଥ ପାଠ କରାଉଥିଲେ। ଭାଇ ଆମର ଦେଖିଲେ ବ୍ୟକ୍ତିଗତ ଭାବେ କ’ଣ କରିବା? ଓଡ଼ିଶା ସରକାରଙ୍କ ଟଙ୍କା ହେଉଛି ବିଜେଡି ଟଙ୍କା। ସେହି ଟଙ୍କାରେ ପ୍ରତିଦିନ ୧୦ ହଜାର ଲୋକଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇବା ପାଇଁ ନେଇ ବିଜେଡିକୁ ଭୋଟ ଦେବାକୁ ଶପଥ ପାଠ କରାଉଛନ୍ତି। ତା’ଛଡ଼ା ଆଉ କିଛି କରୁନାହାନ୍ତି। ଗରିବ ଲୋକମାନେ କ’ଣ କରିବେ? ପ୍ରସାଦ ଖାଇ ଫେରୁଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଶ୍ରୀ ପାଣିଗ୍ରାହୀ କହିଛନ୍ତି, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଅକ୍ଟୋବର ୧୨ ତାରିଖରେ ନିଜର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ଦେଇଥିଲେ। ହେଲେ ସେହି କଥାକୁ ଆଜି ପର୍ଯ୍ୟନ୍ତ କାହିଁକି ଚପାଇ ରଖାଯାଇଛି? ତେଲକୋଇ ବ୍ଲକର ୨୨ ଜଣ ସରପଞ୍ଚ ସାମୂହିକ ଇସ୍ତଫା ଦେବା ପଛର କ’ଣ କାରଣ? ଗୁରୁବାର ଜଗନ୍ନାଥ ପ୍ରସାଦ ବ୍ଲକରେ ୧୦ ଜଣ ସରପଞ୍ଚ ରାଜ୍ୟପାଳଙ୍କୁ ଦେଖାକରିଥିଲେ। ବ୍ୟବସ୍ଥା ଭିତରେ ଜନପ୍ରତିନିଧିମାନଙ୍କୁ କାମ କରିବା ପାଇଁ କାହିଁକି ଦିଆଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ଏହା ଘଟଣା ସତ ନା ମିଛ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ଗତ ୨୪ ବର୍ଷ ଭିତରେ ଆମ ସାର ଭଲରେ ଓଡ଼ିଆରେ କହିପାରିଲେ ନାହିଁ। ସମୟ ପଳାଇଗଲା। ୨୪ ବର୍ଷ ପରେ ଖାଲି ପୁରସ୍କାର ଦେଉଛନ୍ତି। ଦୁଇ ଦିନ ତଳେ ଶିକ୍ଷକମାନଙ୍କୁ ୭୫୧୯ ପୁରସ୍କାର ଦେଇଛନ୍ତି। ସ୍କୁଲରେ ଶିକ୍ଷକ ନାହାନ୍ତି, ପାଠ ପଢ଼ା ହେଉନି। ପିଲାମାନେ ମାଟି ହୋଇଗଲେଣି। ମାତ୍ର ଶିକ୍ଷକମାନଙ୍କୁ ପୁରସ୍କାର ଦେଉଛନ୍ତି। ଆଉ ସାରମାନେ ଖୁସି ହୋଇଯାଉଛନ୍ତି। ପୁରସ୍କାର ପାଇଥିବାରୁ ଶିକ୍ଷକମାନେ ଆଗାମୀ ବିଧାନସଭା ଅଧିବେଶନ ବେଳେ ଆଉ ଧର୍ମଘଟ କରିବେ ନାହିଁ ବୋଲି ମୋତେ ଲାଗୁଛି ବୋଲି ସେ କହିଛନ୍ତି।

BjD Pradeep Panigrahi VK Sasikala