ପୁଣି ଚର୍ଚ୍ଚାରେ ପ୍ରଦୀପ ପାଣିଗ୍ରାହୀ: କେନ୍ଦ୍ରମନ୍ତ୍ରୀ ଓ ବାଚସ୍ପତିଙ୍କ ମଝିରେ ବସିଲେ

ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଆଜି ରାଜଭବନର ନୂଆ ଅଭିଷେକ ହଲରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।

Pradeep Panigrahi

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ମଝିରେ ପ୍ରଦୀପ ପାଣିଗ୍ରାହୀ

Ordigital Desk
  • Published: Tuesday, 31 October 2023
  • Updated: 31 October 2023, 07:53 PM IST

Sports

Latest News

ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଣି ଚର୍ଚ୍ଚାରେ । ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଆଜି ଶପଥ ଗ୍ରହଣ ସମାରୋହ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଆଗଧାଡ଼ିରେ ପ୍ରଦୀପଙ୍କୁ ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ମଝିରେ ପ୍ରଦୀପ ବସିଥିବାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । ତେବେ ଶପଥ ସମାରୋହ ଉତ୍ସବରେ ପ୍ରଦୀପଙ୍କ ପାଇଁ ଉକ୍ତ ଆସନ ଉଦ୍ଦିଷ୍ଟ ଥିଲା ନା ପ୍ରଦୀପ ନିଜ ଇଚ୍ଛାରେ ସେଠାରେ ବସିଥିଲେ ସ୍ପଷ୍ଟ ହୋଇନି ।

ସୂଚନା ଅନୁସାରେ, ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଆଜି ରାଜଭବନର ନୂଆ ଅଭିଷେକ ହଲରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଏହି ଶପଥ ସମାରୋହ ଉତ୍ସବରେ ଗଣମାଧ୍ୟମକୁ ପ୍ରବେଶ ପାଇଁ ଅନୁମତି ନଥିଲା । ମାତ୍ର ରାଜଭବନ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଶପଥ ସମାରୋହ ଉତ୍ସବକୁ ବିଧାୟକ, ମନ୍ତ୍ରୀ ଓ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ନବନିଯୁକ୍ତ ରାଜ୍ୟପାଳ ଶ୍ରୀ ଦାସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମଂଚରେ ଉପସ୍ଥିତ ଥିଲେ । ନିମନ୍ତ୍ରିତ ଅତିଥି ଭାବେ ଆଗଧାଡ଼ିରେ ବାଚସ୍ପତି ପ୍ରମିଳା ମଲ୍ଲିକ, ବରିଷ୍ଠ ମନ୍ତ୍ରୀ ପ୍ରଦୀପ ଅମାତ୍ , ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅଶୋକ ବଳ ପ୍ରମୁଖଙ୍କୁ ଆଗଧାଡ଼ିରେ ବସିଥିବାର ଦେଖିବାକୁ ମିଳିଛି ।

ତେବେ ବିଜେଡିରୁ ବହିଷ୍କୃତ ହେବା ପରଠୁ ପ୍ରଶାସନିକ କାର୍ଯ୍ୟରେ ଅଣଦେଖା ରହିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏକାଠି ବସିଥିବାର ଫଟୋ ଭାଇରାଲ ହେବାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Also Read

ତେବେ ରାଜଭବନ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ସବୁ ବିଧାୟକ ଓ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିଧାୟକ ଶ୍ରୀ ପାଣିଗ୍ରାହୀ ଶପଥ ଉତ୍ସବକୁ ଆଗୁଆ ଆସିଥିଲେ । ଆଗ ଧାଡ଼ିରେ ସିଟ୍ ଖାଲି ଥିବା ଦେଖି ସେ ଗୋଟିଏ ସାଇଡରେ ବସିଥିଲେ । ତାଙ୍କ ପାଖରେ ଖାଲି ଥିବା ସିଟରେ ବାଚସ୍ପତି ପ୍ରମିଳା ମଲ୍ଲିକ ବସିଥିଲେ । ସେମାନଙ୍କ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସିଥିଲେ ଓ ଆଗଧାଡ଼ିରେ ଖାଲି ଥିବା ସିଟରେ ବସିଥିଲେ । ଶପଥ ଗ୍ରହଣ ସମାରୋହ ଉତ୍ସବକୁ ନିମନ୍ତ୍ରିତ ହୋଇ ଆସିଥିବା ବିଧାୟକ ଓ ମନ୍ତ୍ରୀମାନଙ୍କ ବସିବା ପାଇଁ ସମ୍ମୁଖସ୍ଥ ୨-୩ଟି ଧାଡ଼ିର ସିଟ୍ ଉଦ୍ଦିଷ୍ଟ ରହିଥିଲା । ସେଭଳି କୌଣସି ନିର୍ଦ୍ଦିଷ୍ଟ ସିଟ୍ କୌଣସି ଅତିଥିଙ୍କ ପାଇଁ ସଂରକ୍ଷିତ ନଥିଲା । ତେଣୁ ଯିଏ ଯେଉଁଠି ବସିଲେ ତାଙ୍କୁ ଉଠାଇବା ଅଶୋଭନୀୟ ହୋଇଥାନ୍ତା । ସେଥିପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀ ଆଗଧାଡ଼ିରେ ବସିଥିଲେ ବୋଲି ରାଜଭବନ ସୂତ୍ରରୁ ଜଣାପଡ଼ିଛି ।

ମାତ୍ର ଦୀର୍ଘଦିନ ବ୍ୟବଧାନରେ ରାଜ୍ୟପାଳଙ୍କ ଶପଥ ସମାରୋହ ଉତ୍ସବରେ ଶ୍ରୀ ପାଣିଗ୍ରାହୀଙ୍କୁ ଧର୍ମେନ୍ଦ୍ରଙ୍କ ସହ ବସିଥିବାର ଫଟୋ ଭାଇରାଲ ହେବାକୁ ନେଇ ଏବେ ରାଜନୀତିକ ଚର୍ଚ୍ଚା ଜୋର ଧରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story