Advertisment

ବିଜେଡିକୁ ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ- ଦମ୍‌ ଅଛି ତ ଏକା ଲଢ଼

ବିଜେଡିକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମେଣ୍ଟ ଆଲୋଚନା ହୋଇନି ବୋଲି କାଲି ଆମ ସଭାପତି କହିସାରିଛନ୍ତି । ୧୧୨ ସିଟ୍‌ ଜିତିଥିବା ବିଜେଡି କିନ୍ତୁ ମେଣ୍ଟ ହେବନି ବୋଲି ସିଧା କହୁନି ।

author-image
Niharika Rout
ଅଦ୍ୟତନ ହୋଇଛି
Pradip Panigrahi

Pradip Panigrahi

ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଉପରେ ଗତକାଲି ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ବିଜେପି ପକ୍ଷରୁ ଗତକାଲି ସକାଳେ ଓ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଦୁଇଥର ମେଣ୍ଟ ସମ୍ଭାବନାକୁ ଖାରଜ କରାଯାଇଥିଲେ ମଧ୍ୟ ବିଜେଡି ଅସ୍ୱାଭାବିକ ନିରବତା ଅବଲମ୍ବନ କରିଛି । ଏହାକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ।

Advertisment

ବିଜେଡିକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମେଣ୍ଟ ଆଲୋଚନା ହୋଇନି ବୋଲି କାଲି ଆମ ସଭାପତି କହିସାରିଛନ୍ତି । ୧୧୨ ସିଟ୍‌ ଜିତିଥିବା ବିଜେଡି କିନ୍ତୁ ମେଣ୍ଟ ହେବନି ବୋଲି ସିଧା କହୁନି । ଦମ୍‌ ଅଛି ତ ଏକା ଲଢ଼ିବ ବୋଲି କୁହ ବୋଲି ଆହ୍ୱାନ ଦେଇଛନ୍ତି ପ୍ରଦୀପ ।

ଏନେଇ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ଗୁଜବର ହାତ ନାହିଁ କି ଗୋଡ଼ ନାହିଁ । ମେଣ୍ଟ ହେବନି ବୋଲି ରାଜ୍ୟ ବିଜେପି ସଭାପତି ସ୍ପଷ୍ଟ କରି ସାରିଛନ୍ତି। ବିଜେପି ଏକାକୀ ଲଢ଼ିବ, ସରକାର ଗଢ଼ିବ, ବହୁ ସାଂସଦଙ୍କୁ ଦିଲ୍ଲୀ ପଠାଇବ ବୋଲି ଆମର ଦୃଢ ବିଶ୍ୱାସ ରହିଛି।

Advertisment

ହେଲେ ଯାଜପୁରରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସଭାରେ ଲୋକଙ୍କ ସୁନାମୀ ଦେଖି ବିଜେଡି ଛାନିଆ ହୋଇ ଯାଇଛି। ମୁଖ୍ୟମନ୍ତ୍ରୀ ବିଚଳିତ ତଥା ଅସ୍ଥିର ହୋଇପଡ଼ିଛନ୍ତି । ତେଣୁ ମେଣ୍ଟ ପାଇଁ ସେମାନେ ବ୍ୟଗ୍ର ହୋଇ ଉଠୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କହିବାନୁଯାୟୀ, ସାଢେ ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର। ଏହାସତ୍ତ୍ୱେ ବି ଏକା ନିର୍ବାଚନ ଲଢ଼ିବୁ ବୋଲି କାହିଁକି ସେ କହି ପାରୁ ନାହାନ୍ତି।

ରାଜ୍ୟ ସରକାର ପ୍ରତିଦିନ କ୍ୟାବିନେଟ ମିଟିଙ୍ଗ କରି ରାଜ୍ୟବାସୀଙ୍କୁ ନାନା ଲୋଭନୀୟ ଅଫର ଦେଉଛନ୍ତି। ଲୋଭ ଦେଖାଇ ଦେଖାଇ ରାଜ୍ୟକୁ ମାଟି କରି ଦେଲେଣି। ହେଲେ ରାଜ୍ୟବାସୀ ଏଥର ବିଜେପିକୁ ଏକ ସୁଯୋଗ ଦେବାକୁ ସ୍ଥିର କରି ସାରିଲେଣି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ। 

BjD Bjp Pradip Panigrahi