Advertisment

ପ୍ରଦୀପ ପାଣିଗ୍ରାହୀ ଗୁରୁତର; ଏମ୍ସ ସ୍ଥାନାନ୍ତର

ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
pradeep panigrahi

pradeep panigrahi

Advertisment

ବିରୋଧୀଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଏମସରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।

Advertisment

ଗତକାଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟ ସରିବା ପରେ ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ପ୍ରଦୀପ ପାଣିଗ୍ରାହୀ ସମର୍ଥକ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ସମର୍ଥକଙ୍କ ମଧ୍ୟରେ କୌଣସି କାରଣ ପାଇଁ ହାତାହାତି ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ଶିବଶଙ୍କର ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ପ୍ରଦୀପଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।

ପୁଲିସ ଏହି ଘଟଣାରେ ଶିବଶଙ୍କର ଦାସଙ୍କୁ ଥାନାରେ ଅଟକ ରଖିଛି। ଶିବଶଙ୍କରଙ୍କୁ ଗୋଷାଣୀ ନୂଆଗାଁ ଥାନାରେ  ପୁଲିସ ଅଟକ ରଖିବା ପରେ ଥାନା ଆଗରେ ତାଙ୍କର ସମର୍ଥକମାନେ  ହୋହଲ୍ଲା କରିଥିଲେ। ଶିବଶଙ୍କରଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ଇଭିଏମ ଠିକ ଭାବେ ସିଲ ହୋଇନଥିବା ଅଭିଯୋଗକୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

Advertisment

ସୂଚନାଯୋଗ୍ୟ, ଗତକାଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ମତଦାନ ଚାଲିଥିବା ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା । 

State Bjp Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe