Advertisment

‘ଓଡ଼ିଶାକୁ ଲୁଟ୍‌ ପାଇଁ ପାଣ୍ଡିଆନ୍‌ଙ୍କୁ ଠିକା ଦେଇଥିଲେ ନବୀନ’

ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ବିଜେଡି ସରକାରରେ CMOକୁ କରପସନ, କମିଶନ ଓ କଲେକ୍ସନର ହବ୍‌ କରାଯାଇଥିଲା। ନାଁ ନନେଇ ଜଣେ ବରିଷ୍ଠ IPSଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରଦୀପ।

BJD

BJD

Advertisment

ପଣା ସଂକ୍ରାନ୍ତିରେ ଖୋଲିବ ବିଜେଡି ପାଞ୍ଜି। ଦୁର୍ନୀତିର ଲେଖା ଛିଡିବ। ଆଉ ରହିବନି ବିଜେଡି। ଦୋଷମୁକ୍ତ ହେଉ ହେଉ ବିଜେଡି ଓ ଦଳର ସୁପ୍ରିମୋଙ୍କୁ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସିଧାସଳଖ ନିଶାନା କରିଛନ୍ତି। ଟାର୍ଗେଟରେ ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ। ପ୍ରଦୀପ ସଫା ସଫା କହିଛନ୍ତି, ନବୀନ ବାବୁ ଓଡ଼ିଶାକୁ ଲୁଟ୍‌ ପାଇଁ କାର୍ତ୍ତିକଙ୍କୁ ଠିକା ଦେଇ ଦେଲେ।

Advertisment

ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ବିଜେଡି ସରକାରରେ CMOକୁ କରପସନ, କମିଶନ ଓ କଲେକ୍ସନର ହବ୍‌ କରାଯାଇଥିଲା। ନାଁ ନନେଇ ଜଣେ ବରିଷ୍ଠ IPSଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରଦୀପ। ଆଉ କହିଛନ୍ତି, ଯିଏ ମତେ ବାହାର କରିଥିଲେ ସେମାନଙ୍କୁ ଓଡ଼ିଶା ବାସୀ ବାହାର କରିଦେଲେ। ଲେଖା ଛିଡେଇଦେଲେ। ଜନ ବିରୋଧୀର ଟ୍ୟାଗ ଲଗାଇ ଦଳରୁ ବିତାଡିତ କରିବା, ଜେଲରେ ଥିବା ବେଳେ ହଇରାଣ କରାଯିବା ଓ ପରିବାର ସାମନା କରିଥିବା ଅକୁହା ସମସ୍ୟା ପ୍ରଦୀପଙ୍କୁ ବେଶ ବାଧିଛି। ସେ କହିଛନ୍ତି, ବିଜେଡି କରିଛି ପ୍ରତିହିଂସା ରାଜନୀତି। ଆଜିବି ଦଳରେ ଅନେକ ନେତା ତକିଆ ତଳେ କାନ୍ଦୁଛନ୍ତି।

ଯାହା ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି। ଅବାସ୍ତବ ଓ ମନଗଢା କଥା କହୁଛନ୍ତି ସାଂସଦ।

Advertisment

ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗଞ୍ଜାମରେ ରହିଥିବା ୫ଟି ଯାକ ମାମଲାରେ ସେ ଦୋଷମୁକ୍ତ ହୋଇଛନ୍ତି। ବ୍ରହ୍ମପୁର JMFC ଗ୍ରାମାଞ୍ଚଳ ସାଂସଦଙ୍କୁ ମଙ୍ଗଳବାର ୨ଟି ଓ ଆଜି ଆଉ ୩ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଠକେଇ ମାମଲାରେ ଜେଲ ମଧ୍ୟ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ। ଆଜି ପ୍ରଦୀପଙ୍କୁ କୋର୍ଟ ସମସ୍ତ ମାମଲାରେ ଦୋଷମୁକ୍ତ କରିବା ପରେ ବ୍ରହ୍ମପୁର ବିଜେପିରେ ଖେଳିଯାଇଛି ଉତ୍ସାହ।

BjD Bjp Pradeep Panigrahi Ganjam Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe