ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀ ହାତାହାତି। ଉଭୟଙ୍କ ମଧ୍ୟରେ ତୁମୁଳକାଣ୍ଡ। ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ମଧ୍ୟରେ ହାତାହାତି ହୋଇଥିବା ସୂଚନା ମିଳିଛି।
Also Read
ଆକ୍ରମଣରେ ପ୍ରଦୀପ ପାଣିଗ୍ରାହୀ ସାମାନ୍ୟ ଆହତ ସୂଚନା। ଶିବଶଙ୍କର ଦାସ ଗୋଷାଣୀ ନୂଆଗାଁ ଥାନାରେ ଅଟକ ରଖିବା ପରେ ଥାନା ଆଗରେ ତାଙ୍କର ସମର୍ଥକଙ୍କ ହୋହଲ୍ଲା ଦେଖିବାକୁ ମିଳିଛି। ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ମାନେ ଇ ଭି ଏମ ସିଲକୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡିରେ ବଢ଼ିଲାଣି ବବିଙ୍କ ମାମଲାତି: ଦେବୀ ‘ଶିଶୁପାଳ’, ପ୍ରତାପ‘ସାରଥୀ’, ହଜାରିବାଗରେ ହାଜିରା
ଦେବୀଙ୍କ ଅଜାଣତରେ ତାଙ୍କ ଜିଲ୍ଲା କଟକରେ ଓ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଗୋଚରରେ ତାଙ୍କ ଜିଲ୍ଲା ସମ୍ବଲପୁରରେ ସାଂଗଠନିକ ନିର୍ବାଚନ ପାଇଁ ‘ଜିଲ୍ଲା ରିଟର୍ଣ୍ଣିଂ ଅଫିସର’ ନିଯୁକ୍ତି ଦିଆଯିବା ସିଧାସଳଖ ଏହି ନେତାମାନଙ୍କୁ ନିଜ ସଂଗଠନରେ ‘ଶିଶୁପାଳ’ ଭୂମିକାରେ ଅବତୀର୍ଣ୍ଣ କରାଇ ଦେଇଥିବା ଚର୍ଚ୍ଚା ହେଲାଣି ।

Politics
ରାଜା ଚକ୍ର ଗିରଫ: କ୍ରାଇମବ୍ରାଞ୍ଚ ଦେଲା କଳାଚିଠାର ତାଲିକା, ବଢ଼ିଲା ବିଜେଡିର ପ୍ରଭାବଶାଳୀଙ୍କ ଅଡ଼ୁଆ
ରାଜାଙ୍କ ଗିରଫ ପରେ ଘସିପୁରା ବିଧାୟକ ତଥା ରାଜାଙ୍କୁ ରାଜନୀତିକୁ ଆଣିଥିବା ବଦ୍ରିନାରାୟଣ ପାତ୍ରଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି । ବଦ୍ରି କହିଛନ୍ତି ଯେ ରାଜା ଚକ୍ରଙ୍କ କଥାରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି କାମ କରୁଥିଲେ । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।
Politics
ବିଧାନସଭାରେ କଳଙ୍କିତ ଅଧ୍ୟାୟ: ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି, ତାରା ନିଲମ୍ବିତ
ଓଡ଼ିଶାରେ ମିଶିବା ଏକ ଐତିହାସିକ ଭୁଲ୍ ବୋଲି କହି ରାଜ୍ୟ ବିଭାଜନ ବୟାନ ଦେଇଥିବା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଆଜି ୪ଦିନ ପରେ ପୁଣିଥରେ ମୁହଁ ଖୋଲିଛନ୍ତି । ସେ ତାଙ୍କର ଆଭିମୁଖ୍ୟରେ ଅଟଳ ଅଛନ୍ତି ଓ ମତ ପରିବର୍ତ୍ତନ କରିବେ ନାହିଁ ବୋଲି ଆଜି ରୋକଠୋକ୍ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।

Politics
ମୁଖ୍ୟମନ୍ତ୍ରୀଙ୍କୁ କିଏ କରୁଛି ବଦନାମ: ବିଧାନସଭାରେ ଗୃହ ବିଭାଗର ଦାୟିତ୍ୱହୀନ ଉତ୍ତରକୁ ନେଇ ଚର୍ଚ୍ଚା
ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ବିଧାନସଭାରେ ଗୃହବିଭାଗ ଯେଉଁ ଲିଖିତ ଉତ୍ତର ରଖୁଛି ତାକୁ ପ୍ରସ୍ତୁତ କରୁଛି କିଏ? ବିଧାନସଭା ଭଳି ପବିତ୍ର ଗୃହରେ ଏଭଳି ଦାୟିତ୍ୱହୀନ ଓ ଅରୁଚିକର ଲିଖିତ ଉତ୍ତର ରଖିବାକୁ ପ୍ରଶାସନିକ କଳ ସାହାସ ଜୁଟାଉଛି କେମିତି?

Politics
ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଝଡ଼
ଗତକାଲି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଜୟନାରାୟଣ ଆଜି କୌଣସି ପ୍ରତିକ୍ରିୟା ରଖି ନଥିଲା ବେଳେ, ତାଙ୍କ ମନ୍ତବ୍ୟ କିନ୍ତୁ ସରକାର ଓ ବିଜେପି ପାଇଁ ଏକପ୍ରକାର ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।