Advertisment

ଆବାସ ଯୋଜନାରେ ଦୁର୍ନୀତି ପାଇଁ ୬ଟି ଅମୂଲ୍ୟ ଜୀବନ ଚାଲିଗଲା: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପାଇଁ ୬ଟି ଅମୂଲ୍ୟ ଜୀବନ ଚାଲିଗଲା। ମିଥ୍ୟା ବିଲ୍ ଜରିଆରେ ଶାସକ ବିଜେଡିର ଠିକାଦାରମାନେ ଅସଂପୂର୍ଣ୍ଣ ଘରକୁ ସଂପୂର୍ଣ୍ଣ ଦର୍ଶାଇ ବ୍ୟାପକ ମାତ୍ରାରେ ଗରୀବଙ୍କ ଅର୍ଥକୁ ଲୁଟ୍ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବନ୍ୟାଂଚଳ ଗସ୍ତ କରି ଫେରିବା ପରେ ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୦୨୨ ମସିହା ସୁଦ୍ଧା […]

author-image
Ordigital Desk
ବୁଥ୍ ଭିତରକୁ ଫୋନ୍ ବାରଣ ହେଉ, ସିଇଓଙ୍କୁ ଦାବି କଲା ବିଜେପି

BJP

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପାଇଁ ୬ଟି ଅମୂଲ୍ୟ ଜୀବନ ଚାଲିଗଲା। ମିଥ୍ୟା ବିଲ୍ ଜରିଆରେ ଶାସକ ବିଜେଡିର ଠିକାଦାରମାନେ ଅସଂପୂର୍ଣ୍ଣ ଘରକୁ ସଂପୂର୍ଣ୍ଣ ଦର୍ଶାଇ ବ୍ୟାପକ ମାତ୍ରାରେ ଗରୀବଙ୍କ ଅର୍ଥକୁ ଲୁଟ୍ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବନ୍ୟାଂଚଳ ଗସ୍ତ କରି ଫେରିବା ପରେ ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୦୨୨ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ଉଦ୍ଦେଶ୍ୟରେ ନରେନ୍ଦ୍ର ମୋଦି ସରକାର ପ୍ରତିବଦ୍ଧତା ଓ ଯତ୍ନବାନ ହୋଇ କାର୍ଯ୍ୟ କରୁଛନ୍ତି । କିନ୍ତୁ ଏପଟେ ସାମାନ୍ୟ ବର୍ଷା କାରଣରୁ ଘର କାନ୍ଥ ପଡି ଛଅ ଛଅଟି ଅମୂଲ୍ୟ ଜୀବନ ଚାଲିଯିବା ଆଦୌ ଗ୍ରହଣୀୟ ନୁହେଁ ବରଂ ଅକଳ୍ପନୀୟ । ରାଜ୍ୟ ସରକାରଙ୍କ ଅସମ୍ବେଦନଶୀଳ ଆଚରଣ ଓ ବ୍ୟବହାର କାରଣରୁ ପକ୍କା ଘରଟିଏ ପାଇବାରୁ ବଂଚିତ ହୋଇଥିବା ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଉଦଳା ଏବଂ ବାରିପଦା ସହରରେ ବର୍ଷା ପାଣିରେ ମାଟି ଘରର କାନ୍ଥ ପଡ଼ି ୬-୬ ଜଣ ପ୍ରାଣ ହରାଇଛନ୍ତି ।

ଲଗାଣ ବର୍ଷା ,ବାତ୍ୟା କି ବନ୍ୟା ନୁହେ. ମାତ୍ର ଦୁଇ ଦିନର ବର୍ଷାରେ ୬ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଦୀର୍ଘ ୨୩ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ରାଜ୍ୟ ସରକାର ଓ ପ୍ରଶାସାନର ଅପାରଗତାକୁ ପ୍ରମାଣିତ କରିଛି । ଅମୃତ ମହୋତ୍ସବ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲାର ଜଣେ ଜନଜାତି ସଂପ୍ରଦାୟର ମହିଳାଙ୍କୁ ସମ୍ବିଧାନର ସର୍ବୋଚ୍ଚ ସ୍ଥାନରେ ଅଳଙ୍କୃତ ହେବାକୁ ନେଇ ଆମେ ସମସ୍ତେ ଗର୍ବ ଅନୁଭବ କରୁଥିବାବେଳେ ସେହି ଜିଲ୍ଲାରେ ବିକାଶର ବିକଳ ଚିତ୍ର ସମସ୍ତଙ୍କ ସାମ୍ନାରେ ଆହ୍ୱାନ ସୃଷ୍ଟି କରିଛି । ପ୍ରଚାର ଓ ଭୋଟ ସର୍ବସ୍ୱ ବିଜେଡି ସରକାରର ବିଶ୍ୱସ୍ତରୀୟ ବିକାଶ ମଡେଲର ଅସଲ ମୁଖାକୁ ଏହି ଅଭାବନୀୟ ଘଟଣା ପଦାରେ ପକାଇ ଦେଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି । ବାସହୀନଙ୍କୁ ବାସଗୃହ ଯୋଗାଇ ଦେବା ଉଦ୍ଦେଶ୍ୟରେ ଓଡ଼ିଶାକୁ ୨୬ ଲକ୍ଷ ବାସଗୃହ ଆବଂଟନ ହୋଇଛି । କେବଳ ମୟୂରଭଞ୍ଜ ଜିଲ୍ଲା ପାଇଁ ଆବଂଟିତ ହୋଇଥିବା ୧ ଲକ୍ଷ ୪୭ ହଜାର ବାସଗୃହ ଆବଂଟନ ନହୋଇ ପଡି ରହିଛି କାହିଁକି ? ମାତ୍ର ଗ୍ରାଉଣ୍ଡ ଜିରୋରେ ଏହା ପ୍ରତିଫଳିତ ହେଉନାହିଁ ।

Advertisment

ସେ କହିଛନ୍ତି ଯେ, ମାତ୍ର ୩ ଦିନର ବର୍ଷା କାରଣରୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ଭେଜିଡିହା, ଉଦଳାର ରାଇଡାହି, ବିଶୋୟୀ ବ୍ଲକର ବାହାଡବେଢା ଏବଂ ବାରିପଦା ସହରର ୨୨ ନମ୍ବର ୱାର୍ଡରେ ଘର କାନ୍ଥ ପଡ଼ି ୬ଟି ନିରୀହ ଓ ମୂଲ୍ୟବାନ ଜୀବନ ଯାଇଛି । ବର୍ତମାନ ସୁଦ୍ଧା ମୃତକଙ୍କ ପରିବାର ପାଖକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ସରକାରୀ ସହାୟତା ପହଂଚି ନପାରିବା ପ୍ରଶାସନର ସମ୍ବେଦନହୀନତାର ନଗ୍ନ ଉଦାହରଣ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଭବାନୀ ଭୋଇ, ସୁରଥ ବିଶ୍ୱାଳ, ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।