Advertisment

୮ ଘଣ୍ଟା ପରେ ED ଅଫିସ୍‌ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ୍‌

ଜମି ଜାଲିଆତି ମାମଲାରେ ଇଡି ପ୍ରଫୁଲ୍ଲ ସାମଲ, ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘର, ଅଫିସ୍‌, ଇଂଜିନିୟରିଂ କଲେଜରେ ଚଢ଼ଉ କରିଥିଲା। ଦୁଇ ଦିନ ଧରି ଏହି ଚଢ଼ଉ ହୋଇଥିଲା।

ଅଦ୍ୟତନ ହୋଇଛି
BJD

BJD

Advertisment

୮ ଘଣ୍ଟା ପରେ ଇଡି ଅଫିସ୍‌ରୁ ବାହାରିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ। ଇଡି ଅଫିସ୍‌ରୁ ବାହାରିବା ପରେ ନିଜ ପ୍ରତିକ୍ରିୟାରେ ପ୍ରଫୁଲ୍ଲ କହିଛନ୍ତି, ଇଡି ଯାହା ତଦନ୍ତ କରୁଛି, ସବୁ ତଥ୍ୟ ଇଡି ଆଗରେ ରଖିଛି। ତଦନ୍ତ ପ୍ରକ୍ରିୟାକୁ ସଂପୂର୍ଣ୍ଣ ସହଯୋଗ କରୁଛି ବୋଲି ପ୍ରଫୁଲ୍ଲ ସାମଲ୍‌ ଗଣମାଧ୍ୟମକୁ କହିଛନ୍ତି।

Advertisment

ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲ। ଉଭୟଙ୍କୁ ହାଜର ହେବା ପାଇଁ ଇଡି ନୋଟିସ୍‌ କରିଥିଲା। ହେଲେ ପ୍ରୟାସକାନ୍ତି ହାଜର ହୋଇନଥିଲେ। ଆଜି ଦିନ ସାଢ଼େ ୧୧ଟାରେ ହାଜର ହୋଇଥିଲେ ପ୍ରଫୁଲ୍ଲ। ତାଙ୍କୁ ଦୀର୍ଘ ୮ ଘଣ୍ଟା ଧରି ଇଡି ଜେରା କରିଥିବା ଜଣାପଡ଼ିଛି।

ଜମି ଜାଲିଆତି ମାମଲାରେ ଇଡି ପ୍ରଫୁଲ୍ଲ ସାମଲ, ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘର, ଅଫିସ୍‌, ଇଂଜିନିୟରିଂ କଲେଜରେ ଚଢ଼ଉ କରିଥିଲା। ଦୁଇ ଦିନ ଧରି ଏହି ଚଢ଼ଉ ହୋଇଥିଲା। ଚଢ଼ଉ ସମୟରେ ପ୍ରୟାସ୍‌କାନ୍ତିଙ୍କ ଘରୁ ନଗଦ ଟଙ୍କା ଜବତ କରିଥିଲା ଇଡି। ଏଥିସହ ସେମାନେ କଲେଜ ଟଙ୍କାରେ ଦାମୀ ଗାଡ଼ି କିଣିଥିବା ଜଣାପଡ଼ିଥିଲା।

Advertisment
ED Raid Bhadrak BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe