Advertisment

ପ୍ରଫୁଲ୍ଲ ସାମଲଙ୍କ ପୁଅକୁ ୧୮ ଘଣ୍ଟା ଘାଣ୍ଟିଲା ଇଡି; କହିଲେ- କିଛି ପଚରାଯାଇନି

୧୮ ଘଣ୍ଟାର ଜେରା ପରେ ଭୋର ସାଢ଼େ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ ପ୍ରୟାସକାନ୍ତି।

ଅଦ୍ୟତନ ହୋଇଛି
Prafulla Samal's son

Prafulla Samal's son

Advertisment

ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି‌ଙ୍କୁ ରାତି ତମାମ ମାରାଥନ ଜେରା କରିଛି ଇଡି।

Advertisment

୧୮ ଘଣ୍ଟାରୁ ଅଧିକ ସମୟ ଧରି ପ୍ରୟାସକାନ୍ତି‌ଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲା ଇଡି। ୧୮ ଘଣ୍ଟାର ଜେରା ପରେ ଭୋର ସାଢ଼େ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ ପ୍ରୟାସକାନ୍ତି।

ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ବାପା ପ୍ରଫୁଲ୍ଲ ସାମଲଙ୍କ ପରେ ଗତକାଲି ପୁଅ ପ୍ରୟାସକାନ୍ତି ସାମଲଙ୍କୁ ଦିନ ପ୍ରାୟ ୧୦ଟାରୁ ମାରାଥନ ଜେରା ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଭଳି ଦୀର୍ଘ ସମୟ ଜେରାର ସମ୍ମୁଖୀନ ହୋଇ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ, ଗଣମାଧ୍ୟମକୁ ପ୍ରୟାସକାନ୍ତି କହିଛନ୍ତି ଯେ ମୋତେ କିଛି ପଚାରିନାହାନ୍ତି। ପୁଣି ଆପଣମାନଙ୍କ ସହ ଦେଖା ହେବ।

Advertisment

ସୂଚନା ଅନୁସାରେ, ଜବତ ହୋଇଥିବା ମୋବାଇଲରେ ଜମି ଦୁର୍ନୀତିର ଗୁମର ଥିବା ସୁରାକ୍ ପାଇଛି ଇଡି। ସେଥିରେ ଡିଲିଟ ହୋଇଥିବା ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛି ସାଇବର ଏକ୍ସପର୍ଟ ଟିମ୍। ଇଡିର ୩ଟି ଟିମ ପ୍ରୟାସକାନ୍ତିଙ୍କୁ ଜେରା କରିଥିବା କୁହାଯାଉଛି। କିଛି ଦିନ ତଳେ ପ୍ରଫୁଲ୍ଲଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଏହାପୂର୍ବରୁ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା। ସେହିପରି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା। ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍‌ କରିଥିଲା। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା।

ଚଢ଼ାଉ ବେଳେ ଇଡି ଟିମ୍ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଥିଲା। ଉକ୍ତ ଗାଡ଼ିଟି ପ୍ରୟାସକାନ୍ତି ଚଲାଉଥିବା ବେଳେ ତାହା ତୃଷ୍ଣା ସ୍କାଏ ସ୍କ୍ରାପର ଲିମିଟେଡ ନାମକ ବିଲଡର ସଂସ୍ଥା ନାଁରେ ଥିବା ସୂଚନା ମିଳିଥିଲା।

ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରୟାସକାନ୍ତି ସାମିଲ ଥିବା ଅଭିଯୋଗ ହୋଇଥିଲା। କଲେଜ କର୍ମଚାରୀମାନେ ଦରମା ପାଉ ନ ଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢ଼ୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ। ଏହାପରେ ଇଡି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।

ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ତୃଷ୍ଣା ସ୍କାଏ ସ୍କ୍ରାପର ନାଁ ଉଠୁଥିବାରୁ ଇଡି ଟିମ୍‌ ଉକ୍ତ ବିଲଡର ସଂସ୍ଥାର ନିର୍ଦ୍ଦେଶକ ଦେବବ୍ରତ ଧୀରଙ୍କ ଘରେ ବି ରେଡ କରିଥିଲା। ରେଡ ବେଳେ ସେଠାରୁ କିଛି ଜମି କିଣାବିକା କାଗଜପତ୍ର ଜବତ ହୋଇଥିଲା।

ଉକ୍ତ କାଗଜପତ୍ର ଅନୁଯାୟୀ ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଭୁବନେଶ୍ୱରର କଣ୍ଟାବାଡ଼ ଅଞ୍ଚଳରେ ୩୨ ଏକର ଜାଗା କିଣା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ଉକ୍ତ ବିଲଡର ସଂସ୍ଥା ହାତକୁ ଟେକି ଦିଆଯାଇଛି। ତେବେ ଏହି ହସ୍ତାନ୍ତର ପ୍ରକ୍ରିୟା ଆଇନଗତ ଭାବେ ହୋଇଛି ନା ନାହିଁ ତାହାର ତଦନ୍ତ କରୁଛି ଇଡି।

BjD ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe