ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ପ୍ରକାଶ। ଗତ ନିର୍ବାଚନରେ କଟକ ବାରବାଟୀରୁ ସେ ପ୍ରାର୍ଥୀ ହୋଇଥିଲେ । ନିଜ ଇସ୍ତଫା ପତ୍ରରେ ପ୍ରକାଶ କହିଛନ୍ତି ଯେ, ମୁଁ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ବାସ ରଖେ । ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଂଗଠନ ସହ ଜଡିତ ରହିଛି, ଏଣୁ ମୁଁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମଣିଲି। ଟାଙ୍ଗୀ-ସାଲେପୁର ଲୋକଙ୍କ ସହ
୨୫ ବର୍ଷ ହେଲା ଯୋଡିହୋଇ ରହିଛି, ଆଗାମୀ ଦିନରେ ମଧ୍ୟ ସେମାନଙ୍କ ଋଣ ସୁଝିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।
Also Read
ନର୍ବାଚନ ପୂର୍ବରୁ ବିଜେଡିକୁ ଆସି ସେ କଟକ-ବାରବାଟୀ ଆସନରୁ ଟିକେଟ ହାତେଇଥିଲେ। ୨୦୧୪ରେ ସାଲେପୁରରୁ କଂଗ୍ରେସ ଟିକେଟ୍ରେ ଜିତିଥିଲେ। ପରେ କଂଗ୍ରେସରୁ ବିଜେପି ଯାଇ ସେଠୁ ବିଜେଡିକୁ ଯାଇଥିଲେ ପ୍ରକାଶ । ତେବେ ପ୍ରକାଶଙ୍କ ଇସ୍ତଫା ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୭ ଓ ୨୮ତାରିଖ ‘ଉତ୍କର୍ଷ ଓଡ଼ିଶା’ କନ୍କ୍ଲେଭ ଭୁବନେଶ୍ୱରରେ ଆୟୋଜିତ ହେବ। ସେଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବ।
Politics
ବିଜେଡିରୁ ଚାଲିଛି ଇସ୍ତଫାର ସୁଅ, ବିଜେପିରେ ମିଶିଲେ ଜୟପୁର ବ୍ଲକ ଅଧ୍ୟକ୍ଷା
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ କୋରାପୁଟ, କଟକ ଓ ଯାଜପୁର ଜିଲ୍ଲାର ତୃଣମୂଳସ୍ତର ନେତାମାନେ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।
Politics
ଡିଲ୍ ପଛରେ ଅଛି କି ଡିଲ୍, ବିଜୟ ପାଲଟିଲେ ବିଜେଡି ଅସନ୍ତୁଷ୍ଟଙ୍କ ସ୍ୱର?
ମହୋତ୍ସବରୁ ଫେରିବାର ପ୍ରାୟ ୩ଦିନ ପରେ ଗଣମାଧ୍ୟମକୁ ଡାକି କୁଟ୍ଟେ ଓ ଆଶୀଷ ସିଂ ଦିଲ୍ଲୀ ଯିବା ପଛରେ ଡିଲ୍ ହୋଇଥିବା ଅଭିଯୋଗ ଆଣିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କଠୁ ସ୍ପଷ୍ଟୀକରଣ ବି ମାଗିଛନ୍ତି ।
Politics
EVMକୁ ନେଇ ବଢ଼ିଲା ଇଣ୍ଡିଆ ବ୍ଲକରେ ଫାଟ: ଏଥର କଂଗ୍ରେସକୁ ଘେରିଲା TMC
ଇଭିଏମ ହ୍ୟାକ କରି ବିଜେପି ନିର୍ବାଚନରେ ଜିତୁଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରି ଆସୁଛି। ହେଲେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ତିଆ ବ୍ଲକରେ ଥିବା ଗୋଟିଏ ପରେ ଗୋଟିଏ ଦଳ ଏହା ବିରୋଧରେ ମତ ରଖିବାରେ ଲାଗିଛନ୍ତି।
Politics
ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା, ଏମିତି କହିଲା ବିଜେପି
ବିଜେପି ଏହାକୁ ତୁଷ୍ଟୀକରଣ ପାଇଁ ଉଦ୍ୟମ ବୋଲି କହି ତାଚ୍ଛଲ୍ୟ କରିଥିବା ବେଳେ ଏହାର ଜବାବ ପ୍ରିୟଙ୍କା ଗାନ୍ଧି ଦେଇଛନ୍ତି।