ନବୀନ ଓ ପାଣ୍ଡିଆନଙ୍କ ଅଡ଼ୁଆ ବଢ଼ାଇବ କି ପ୍ରକାଶ ମିଶ୍ରଙ୍କ ପୁସ୍ତକ

ଆସନ୍ତା ଜାନୁୟାରୀ ୧୧ରେ ନୂଆଦିଲ୍ଲୀରେ ଓ ତା’ପୂର୍ବରୁ ଜାନୁୟାରୀ ୭ କିମ୍ବା ୯ତାରିଖରେ ଭୁବନେଶ୍ୱରରେ ଉନ୍ମୋଚିତ ହେବ ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ “କମେଡ଼ି ଇନ୍ ଖାକି: ଦ ହ୍ୟୁମରସ୍ ମେମୋରିଜ୍ ଅଫ ଏ ପୁଲିସମ୍ୟାନ୍‌” ।

Naveen and Prakash

ଭି.କେ ପାଣ୍ଡିଆନ, ନବୀନ ପଟ୍ଟନାୟକ ଓ ପ୍ରକାଶ ମିଶ୍ର

Ordigital Desk
  • Published: Friday, 27 December 2024
  • Updated: 27 December 2024, 08:18 PM IST

Sports

Latest News

ପୁଣି ବଢ଼ିପାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଖାସ୍ ସହଯୋଗୀ ଭିକେ ପାଣ୍ଡିଆନଙ୍କ ଅଡ଼ୁଆ । ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ପୁସ୍ତକ ପରେ ଏବେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ପୁସ୍ତକ ନବୀନ ଓ ପାଣ୍ଡିଆନଙ୍କ ଅଡ଼ୁଆ ବଢ଼ାଇପାରେ । ଆସନ୍ତା ଜାନୁୟାରୀ ୧୧ରେ ନୂଆଦିଲ୍ଲୀରେ ଓ ତା’ପୂର୍ବରୁ ଜାନୁୟାରୀ ୭ କିମ୍ବା ୯ତାରିଖରେ ଭୁବନେଶ୍ୱରରେ ଉନ୍ମୋଚିତ ହେବ ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ “କମେଡ଼ି ଇନ୍ ଖାକି: ଦ ହ୍ୟୁମରସ୍ ମେମୋରିଜ୍ ଅଫ ଏ ପୁଲିସମ୍ୟାନ୍‌” । ଏହି ପୁସ୍ତକରେ ଶ୍ରୀ ମିଶ୍ର ନିଜର ଆଇପିଏସ୍ କ୍ୟାରିୟରର ବିଭିନ୍ନ ଘଟଣାବଳୀକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଉପସ୍ଥାପନ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଓଡ଼ିଶାର ପୂର୍ବତନ ପୁଲିସ ଡିଜି ତଥା ୧୯୭୭ ବ୍ୟାଚ୍ ଆଇପିଏସ୍ ପ୍ରକାଶ ମିଶ୍ର ନିଜ ପୁସ୍ତକରେ ବିଶେଷକରି ଆଇପିଏସ୍ ଅଫିସର ଭାବେ ବିଭିନ୍ନ ପଦପଦବୀରେ କାମ କରିବାବେଳେ ତାଙ୍କର ଅନୁଭୂତିକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଉଲ୍ଲେଖ କରିଥିବା ଜଣାପଡ଼ିଛି । ଜଣେ ସଚ୍ଚୋଟ ପୁଲିସ ଅଫିସର ଭାବେ ପରିଚିତ ଶ୍ରୀ ମିଶ୍ରଙ୍କୁ କିଭଳି ନବୀନ ପଟ୍ଟନାୟକ ସରକାରରେ ପୁଲିସ ଡିଜି ଭାବେ କାର୍ଯ୍ୟ କରିଥିଲେ । ପ୍ୟାରୀ ମହାପାତ୍ରଙ୍କ ତଥାକଥିତ ମିଡନାଇଟ୍ ଅପରେସନ୍ ପରେ ଶ୍ରୀ ମିଶ୍ରଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଆଣି ନବୀନ ପଟ୍ଟନାୟକ ୨୦୧୨ ଜୁଲାଇ ମାସରେ ରାଜ୍ୟର ପୁଲିସ ଡିଜି ଦାୟିତ୍ୱ ନ୍ୟସ୍ତ କରିଥିଲେ । କିନ୍ତୁ ୨୦୧୨ ଜୁଲାଇ ମାସରେ ତାଙ୍କୁ ପୁଲିସ ଡିଜି ପଦବୀରୁ ବିଦା କରି ଦୁର୍ନୀତି ମାମଲାରେ ଛନ୍ଦି ଦେଇଥିଲେ । ଏପରି ବିଭିନ୍ନ ଘଟଣାବଳୀକୁ ଶ୍ରୀ ମିଶ୍ର ନିଜ ପୁସ୍ତକରେ ବେଶ୍ ବ୍ୟଙ୍ଗାତ୍ମକ ଢଙ୍ଗରେ ଉପସ୍ଥାପନ କରିଥିବା ଜଣାପଡ଼ିଛି । ବିଭିନ୍ନ ପୁଲିସ ଅଫିସରମାନଙ୍କ ସହ କାର୍ଯ୍ୟ କରିବାର ଅନୁଭୂତିକୁ ମଧ୍ୟ ସେ ମଜାଦାର ଢଙ୍ଗରେ ନିଜ ପୁସ୍ତକରେ ସ୍ଥାନିତ କରିଥିବା ସୂଚନା ମିଳିଛି ।

ଏହି ପୁସ୍ତକ ସମ୍ପର୍କରେ ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ପୁସ୍ତକଟି ଦିଲ୍ଲୀରେ ଉନ୍ମୋଚିତ ହେବ । ତା’ପୂର୍ବରୁ ଭୁବନେଶ୍ୱରରେ ମଧ୍ୟ ପୁସ୍ତକକୁ ସେ ଉନ୍ମୋଚନ କରାଇବେ । ଏହା ତାଙ୍କର ପୁଲିସ୍ ବିଭାଗରେ କାର୍ଯ୍ୟ କରିବାବେଳେ ଅନୁଭୂତି ଓ ଘଟଣାବଳୀକୁ ସେ ବ୍ୟଙ୍ଗାତ୍ମକ ଶୈଳୀରେ ପୁସ୍ତକରେ ସାମିଲ୍ କରିଥିବା କହିଛନ୍ତି । ତେବେ ପୁସ୍ତକରେ କେଉଁସବୁ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ସ୍ଥାନ ପାଇଛି ସେ ସମ୍ପର୍କରେ ଆଗୁଆ କିଛି ସୂଚନା ଦେବାକୁ ଶ୍ରୀ ମିଶ୍ର ମନା କରିଛନ୍ତି ।

Also Read

ସୂଚନାଯୋଗ୍ୟ, ଶ୍ରୀ ମିଶ୍ରଙ୍କ ଏହି ପୁସ୍ତକ ନୂଆଦିଲ୍ଲୀର ପୁଲିସ ମୁଖ୍ୟାଳୟରେ ଆସନ୍ତା ଜାନୁୟାରୀ ୧୧ତାରିଖ ଅପରାହ୍ନ ସାଢ଼େ ୩ଟାରେ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଉନ୍ମୋଚନ ଉତ୍ସବରେ ଉତ୍ତରପ୍ରଦେଶର ପୂର୍ବତନ ପୁଲିସ ଡିଜି ପ୍ରକାଶ ସିଂଙ୍କ ସମେତ ଅବସରପ୍ରାପ୍ତ ଆଇପିଏସ୍ ବିକ୍ରମ ସିଂ, ଲେଫଟନାଂଟ ଜେନେରାଲ(ରିଟାର୍ଡ) ସି.ପି. ମହାନ୍ତି ଓ ରିଟାର୍ଡ ଆଇପିଏସ୍ ସଞ୍ଜୟ ଅରୋରା ଯୋଗ ଦେବେ ବୋଲି ଜଣାପଡ଼ିଛି ।

ଏହାପୂର୍ବରୁ ଉକ୍ତ ପୁସ୍ତକକୁ ଶ୍ରୀ ମିଶ୍ର ଭୁବନେଶ୍ୱରରେ ଜାନୁୟାରୀ ୭ କିମ୍ବା ୯ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉନ୍ମୋଚନ କରାଇ ପାରନ୍ତି ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ପୁସ୍ତକକୁ ନେଇ ଏବେ ରାଜନୀତିକ ଉଷ୍ମତା ଲାଗି ରହିଥିବାବେଳେ ବିଜେଡି ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି । ଶ୍ରୀ ମିଶ୍ର ଯଦି ନବୀନ ଓ ପାଣ୍ଡିଆନଙ୍କ ସହ ତାଙ୍କର ତିକ୍ତମଧୁର ଅନୁଭୂତିକୁ ତାଙ୍କ ପୁସ୍ତକରେ  ସାମିଲ କରିଥିବେ ତାହା ମଧ୍ୟ ପୁଣିଥରେ ନବୀନ ଓ ପାଣ୍ଡିଆନଙ୍କ ଅସଲ ଚେହେରା ପଦାରେ ପକାଇବ ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story